Jaleswar
ଜଳେଶ୍ୱର(ଅଜିତ ଦାସ): ଡିଜେଲ ପିଇ ଦେଢ଼ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ଆଜି ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି।
ଭୋଗରାଇ ବ୍ଲକ ଖଦିରପିପିଳ ପଞ୍ଚାୟତ ଆରୁହାବୃତ୍ତି-୨ ଗାଁର ସଞ୍ଜୟ ବେହେରା ପେଶାରେ ଜଣେ ଇଞ୍ଜିନ୍ଚାଳିତ ରିକ୍ସା ଚାଳକ। ମଙ୍ଗଳବାର ଉକ୍ତ ରିକ୍ସାର ଟେକ୍ନିକାଲ୍ ସମସ୍ୟା ଦେଖାଦେଇଥିଲା। ତେଣୁ ଅପରାହ୍ନରେ ସଞ୍ଜୟ ରିକ୍ସା ଇଞ୍ଜିନ ଖୋଲି ମରାମତି କରୁଥିଲେ। ଆଉ ଟାଙ୍କିରୁ ଡିଜେଲ୍ ବାହାର କରି ବୋତଲରେ ରଖିଥିଲେ। ଠିକ୍ ଏହି ସମୟରେ ତାଙ୍କ ଦେଢ଼ ବର୍ଷର ପୁଅ ଡିଜେଲକୁ ପିଇ ଦେବାଦେବାରୁ ଅସୁସ୍ଥ ହୋଇପଡ଼ିଥିଲେ।
ସଞ୍ଜୟ ସଙ୍ଗେ ସଙ୍ଗେ ପୁଅକୁ ଜଳେଶ୍ୱର ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ରାତିରେ ଚିକିତ୍ସା କରାଯାଇଥିଲା। ହେଲେ ପିଲାର ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା। ତେଣୁ ପିଲାକୁ ଅନ୍ୟ ମେଡ଼ିକାଲ୍କୁ ନେଉଥିବା ବେଳେ ମୃତ୍ୟୁ ଘଟିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/Jaleswar-1.jpg)