Advertisment

ମାମୁ ଘରେ ଚାଲିଗଲା ଭଣଜାର ଜୀବନ

ମୋହନା (ମିହିର ଯତୀ): ମାମୁ ଘରେ ଭଣଜାର ମୃତ୍ୟୁ ଘଟିଛି। ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଗଜପତି ଜିଲ୍ଲା ମୋହନା ଥାନା ପେଣ୍ଡ୍ରାଖାଲ ଗାଁ ନିକଟରେ ଘଟିଛି। ଆର.ଉଦୟଗିରି ଥାନା ତରବଙ୍ଗ ଗାଁର ସୀମାଞ୍ଚଳ ନାୟକ ଓ ତାଙ୍କ ସମ୍ପର୍କୀୟ ଭାଇ ବିସିକେସନ ଯାନୀ ମାମୁ ଘର ପେଣ୍ଡ୍ରାଖାଲକୁ ବୁଲିବା ପାଇଁ ଯାଇଥିଲେ। ଆଜି ସନ୍ଧ୍ୟା ବେଳେ ସେମାନେ ଅନ୍ୟ ପିଲାଙ୍କ ସହ ଖେଳୁଥିଲେ। […]

ଅଦ୍ୟତନ ହୋଇଛି
ମାମୁ ଘରେ ଚାଲିଗଲା ଭଣଜାର ଜୀବନ

child-death-in-mohana

Advertisment

ମୋହନା (ମିହିର ଯତୀ): ମାମୁ ଘରେ ଭଣଜାର ମୃତ୍ୟୁ ଘଟିଛି। ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଗଜପତି ଜିଲ୍ଲା ମୋହନା ଥାନା ପେଣ୍ଡ୍ରାଖାଲ ଗାଁ ନିକଟରେ ଘଟିଛି।

Advertisment

ଆର.ଉଦୟଗିରି ଥାନା ତରବଙ୍ଗ ଗାଁର ସୀମାଞ୍ଚଳ ନାୟକ ଓ ତାଙ୍କ ସମ୍ପର୍କୀୟ ଭାଇ ବିସିକେସନ ଯାନୀ ମାମୁ ଘର ପେଣ୍ଡ୍ରାଖାଲକୁ ବୁଲିବା ପାଇଁ ଯାଇଥିଲେ। ଆଜି ସନ୍ଧ୍ୟା ବେଳେ ସେମାନେ ଅନ୍ୟ ପିଲାଙ୍କ ସହ ଖେଳୁଥିଲେ। ରାସ୍ତା ପାର୍ଶ୍ୱ ରାସ୍ତାରେ ଗଦା ହୋଇଥିବା ମାଟି ଉପରେ ଚଢି ତଳକୁ ଓହ୍ଲାଉଥିଲେ। ଏହି ସମୟରେ ଦୁଇ ଭାଇ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣା ସ୍ଥଳରେ ସୀମାଞ୍ଚଳଙ୍କ ମୃତ୍ୟୁ ଘଟିଥିବା ବେଳେ ବିସିକେସନ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକ ଅହତକୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe