Advertisment

ଛୁଆ କାହାର କହି ପାରିଲେନି ମହିଳା, ନେଇଗଲା ଚାଇଲ୍ଡ ଲାଇନ୍‌

ସୋର(ନିରଞ୍ଜନ ବେହେରା): କୋଳରେ ପ୍ରାୟ ୧୫ ଦିନର ଏକ ଶିଶୁକୁ ଧରିଥିଲେ ମହିଳା। ହେଲେ ଶିଶୁଟି କାହାର ପଚାରିବାରୁ ପାଟି ଖନି ବାଜି ଯାଉଥିଲା। କେତେବଳେ କହୁଥିଲେ ମୋ’ ଭଉଣୀର ତ କେତେବେଳେ ପାଟିରୁ ବାହାରୁଥିଲା ଧରମ ଭଉଣୀ। କେବଳ ସେତିକି ନୁହେଁ, ପିଲାଟି କେଉଁଠି ଜନ୍ମ ହୋଇଛି, ତା’ ଘର କେଉଁଠି ପଚାରିବାରୁ ବିଳିବିଳେଇ ହେଉଥିଲେ ମହିଳାଜଣକ।  ମହିଳାଙ୍କଠାରୁ ସନ୍ତୋଷଜନକ ଉତ୍ତର ପାଇ ନ ପାରି ପିଲାଟିକୁ ଚାଇଲ୍ଡ ହେଲପଲାଇନ୍‌ କର୍ତ୍ତୃପକ୍ଷ ନେଇ ଯାଇଥିବା ଜଣାଯାଇଛି।  […]

ଅଦ୍ୟତନ ହୋଇଛି
ଛୁଆ କାହାର କହି ପାରିଲେନି ମହିଳା, ନେଇଗଲା ଚାଇଲ୍ଡ ଲାଇନ୍‌

sora-3

Advertisment

ସୋର(ନିରଞ୍ଜନ ବେହେରା): କୋଳରେ ପ୍ରାୟ ୧୫ ଦିନର ଏକ ଶିଶୁକୁ ଧରିଥିଲେ ମହିଳା। ହେଲେ ଶିଶୁଟି କାହାର ପଚାରିବାରୁ ପାଟି ଖନି ବାଜି ଯାଉଥିଲା। କେତେବଳେ କହୁଥିଲେ ମୋ’ ଭଉଣୀର ତ କେତେବେଳେ ପାଟିରୁ ବାହାରୁଥିଲା ଧରମ ଭଉଣୀ। କେବଳ ସେତିକି ନୁହେଁ, ପିଲାଟି କେଉଁଠି ଜନ୍ମ ହୋଇଛି, ତା’ ଘର କେଉଁଠି ପଚାରିବାରୁ ବିଳିବିଳେଇ ହେଉଥିଲେ ମହିଳାଜଣକ।  ମହିଳାଙ୍କଠାରୁ ସନ୍ତୋଷଜନକ ଉତ୍ତର ପାଇ ନ ପାରି ପିଲାଟିକୁ ଚାଇଲ୍ଡ ହେଲପଲାଇନ୍‌ କର୍ତ୍ତୃପକ୍ଷ ନେଇ ଯାଇଥିବା ଜଣାଯାଇଛି।  ଏପରି ଘଟଣା ଆଜି ବାଲେଶ୍ୱର ଜିଲ୍ଲା ସୋର ଥାନା ଲିଙ୍ଗପଡା ଗାଁରେ ଦେଖିବାକୁ ମିଳିଥିଲା।

Advertisment

ଲିଙ୍ଗପଡା ଗାଁର ଶ୍ରୀକାନ୍ତ ରଣା ନାମକ ବ୍ୟକ୍ତିଙ୍କ ଘରେ ଆଜି ସକାଳେ ହଠାତ୍‌ ପହଞ୍ଚିଥିଲେ ଖଇରା ଚାଇଲ୍ଡ ହେଲପ୍‌ ଲାଇନ୍‌ ଟିମ୍‌ ସହ ସୋର ପୁଲିସ୍‌ ।  ଅଜୟ ରାଉତ ନାମକ ବ୍ୟକ୍ତି ସେଠାରେ ଭଡ଼ାରେ ରହୁଥିବା ସୂଚନା ପାଇ ସେମାନେ ପହଞ୍ଚିଥିବା କହିଥିଲେ। ତେବେ ଅଜୟ ରାଉତ ଘରେ ନ ଥିବା ବେଳେ ତାଙ୍କ ପତ୍ନୀ ରଶ୍ମୀପ୍ରଭା ରାଉତଙ୍କ କୋଳରେ ଏକ ଶିଶୁକୁ ଦେଖିଥିଲେ ଚାଇଲଡ ହେଲପ୍‌ ଲାଇନ୍‌ ଟିମ୍‌ ସଦସ୍ୟ।

[caption id="attachment_786418" align="aligncenter" width="650"]publive-image ଚାଇଲ୍ଠ ହେଲପ୍‌ଲାଇନ୍‌ ଟିମ୍‌ ଅଧିକାରୀ ପିଲାଟିକୁ ନେଉଛନ୍ତି।[/caption]

Advertisment

ଉକ୍ତ ଶିଶୁଟି କାହାର  ବୋଲି ପଚାରିବାରୁ ମହିଳାଜଣକ କେତେବେଳେ ଭଉଣୀ ଛୁଆ ତ କେତେବେଳେ  ଧରମ ଭଉଣୀ ଛୁଆ ବୋଲି କହିଥିଲେ। ଭଉଣୀ ଘର କେଉଁଠି ବୋଲି ପଚାରିବାରୁ କେତେବେଳେ ଜାମୁଝଡ଼ି, କେତେବେଳେ ମାର୍କୋଣା ତ କେତେବେଳେ ପାଟିରୁ ବାହାରୁଥିଲା ଯାଜପୁର।  ଏପରିକି ଶିଶୁ ଜନ୍ମ ସଂକ୍ରାନ୍ତୀୟ କାଗଜପତ୍ର କାହିଁ ବୋଲି ପଚାରିବାରୁ ପାଖରେ କିଛି  ନ ଥିବା କହିଥିଲେ। ଏପରିକି ଛୁଆଟି କେଉଁଠି ଜନ୍ମ ହୋଇଛି ସେ ନେଇ କିଛି ସଠିକ୍‌ ସୂଚନା ନ ଥିବା ରଶ୍ମୀପ୍ରଭାଙ୍କ ପାଖରେ । ତାଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ତଥା ଛୁଆ ସଂକ୍ରାନ୍ତୀୟ କୌଣସି କାଗଜପତ୍ର ଦେଖାଇ ନ ପାରିବାରୁ   ଶିଶୁଟିକୁ ଚାଇଲଡ ଲାଇନ କର୍ତ୍ତୃପକ୍ଷ ଉଦ୍ଧାର କରି ନେଇ ଯାଇଛନ୍ତି।

ପିଲାଟିକୁ ଉଦ୍ଧାର କରିବାକୁ ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ରଶ୍ମୀପ୍ରଭାଙ୍କ ଘର ଭିତରକୁ ପଶି ଯାଇଥିବା ବେଳେ ଏହାକୁ ବିରୋଧ କରିଥିଲେ ଘର ମାଲିକ । ଫଳରେ ଉଭୟ ପକ୍ଷ ମଧ୍ୟରେ କିଛି ସମୟ ପାଇଁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ମହିଳାଙ୍କ ସ୍ୱାମୀ ତଥା ତାଙ୍କ ଭଉଣୀଙ୍କ ବିଷୟରେ କିଛି ସୂଚନା ମିଳି ନ ଥିବା ବେଳେ ସେମାନେ ଆସିଲେ ଘଟଣା ଉପରୁ ପରଦା ହଟିବ ବୋଲି ଜଣାଯାଇଛି ।

[caption id="attachment_786419" align="aligncenter" width="650"]publive-image ମହିଳାଙ୍କୁ ପଚରାଉଚରା କରୁଛନ୍ତି ଚାଇଲ୍ଡ ହେଲପ ଲାଇନ୍‌ ସଦସ୍ୟ ।[/caption]

ଏହି ଘଟଣା ନେଇ ଚାଇଲ୍ଡ ଲାଇନ ଟିମ୍‌ ଲିଡର ତପସ୍ୱିନୀ ରାଉତ କହିଛନ୍ତି, ଖଇରା-ଲିଙ୍ଗାପଡ଼ାରେ ଅଜୟ ରାଉତ ନାମକ ବ୍ୟକ୍ତି ଭଡ଼ାରେ ରହୁଥିବା ବେଳେ ସେ ୩୦ ହଜାରରେ ଏକ ପିଲା କିଣିଥିବା ସୂଚନା ପାଇଥିଲୁ। ତେଣୁ ଆଜି ସକାଳେ ଏଠାରେ ଚଢ଼ାଉ କରିଛୁ। ପିଲାଟିକୁ ରଖିଥିବା ମହିଳା ତା’ ଜନ୍ମ ସଂକ୍ରାନ୍ତୀୟ କୌଣସି ତଥ୍ୟ, ପ୍ରମାଣ ଦେଖାଇ ପାରୁ ନାହାନ୍ତି। ତେଣୁ ପିଲାଟିକୁ ଆମେ ଏଠାରୁ ଉଦ୍ଧାର କରି ନେଇଯାଇଛୁ।

ଏନେଇ ରଶ୍ମୀରେଖା କହିଛନ୍ତି, ମୋ’ ପାଖରେ ଛୁଆର କିଛି ବି ଡକ୍ୟୁମେଣ୍ଟ ନାହିଁ। ସେ ମୋ’ ଧରମ ଭଉଣୀର ଛୁଆ। ଭଉଣୀ ଦେହ ଖରାପ ହେବାରୁ ଛୁଆକୁ ଆଣି ପାଖରେ ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe