Advertisment

ଘର ପାଖରେ ଖେଳୁଥିଲା, ବାଇକ୍‌ରେ ଉଠାଇ ନେଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଘର ନିକଟରେ ଖେଳୁଥିବା ବେଳେ ଗତକାଲି ପୁଣି ନିଖୋଜ ହୋଇଗଲା ୮ ବର୍ଷର ଶିଶୁ ପୁତ୍ର। ୨ ଜଣ ଅଜଣା ବ୍ୟକ୍ତି ଆସି ବାଇକ୍‌ରେ ଛୁଆଟିକୁ ନେଇଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣାର ପୁନରାବୃତ୍ତି ଏଥର ଗଜପତି ଜିଲ୍ଲା କାଶୀନଗର  ଥାନା ଅଞ୍ଚଳରେ ହୋଇଛି। କାଶୀନଗର ଏନଏସି  କୁମୁଟି ସାହିର ଯାମ୍ମି ମନ୍ମଧା ଜଣେ କାଜୁ ବ୍ୟବସାୟୀ। ତାଙ୍କ ୮ ବର୍ଷର ପୁଅ ଯାମ୍ମି ହାର୍ଦିକ ଗତକାଲି ସନ୍ଧ୍ୟା ସମୟରେ ଘରଠୁ ଅଳ୍ପ […]

ଅଦ୍ୟତନ ହୋଇଛି
ଘର ପାଖରେ ଖେଳୁଥିଲା, ବାଇକ୍‌ରେ ଉଠାଇ ନେଲେ ଦୁର୍ବୃତ୍ତ

parala

Advertisment

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଘର ନିକଟରେ ଖେଳୁଥିବା ବେଳେ ଗତକାଲି ପୁଣି ନିଖୋଜ ହୋଇଗଲା ୮ ବର୍ଷର ଶିଶୁ ପୁତ୍ର। ୨ ଜଣ ଅଜଣା ବ୍ୟକ୍ତି ଆସି ବାଇକ୍‌ରେ ଛୁଆଟିକୁ ନେଇଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣାର ପୁନରାବୃତ୍ତି ଏଥର ଗଜପତି ଜିଲ୍ଲା କାଶୀନଗର  ଥାନା ଅଞ୍ଚଳରେ ହୋଇଛି।

Advertisment

କାଶୀନଗର ଏନଏସି  କୁମୁଟି ସାହିର ଯାମ୍ମି ମନ୍ମଧା ଜଣେ କାଜୁ ବ୍ୟବସାୟୀ। ତାଙ୍କ ୮ ବର୍ଷର ପୁଅ ଯାମ୍ମି ହାର୍ଦିକ ଗତକାଲି ସନ୍ଧ୍ୟା ସମୟରେ ଘରଠୁ ଅଳ୍ପ ଦୂରରେ ନିଜ ସାଙ୍ଗଙ୍କ ସହ ଖେଳୁଥିଲା। ଏହି ସମୟରେ ବାଇକ୍‌ରେ ୨ ଜଣ ପହଞ୍ଚି ତମ ବାପା କେଉଁଠି ବୋଲି ହାର୍ଦିକଙ୍କୁ ପଚାରିଲେ। ଏହାପରେ ବାପା ଫ୍ୟାକ୍ଟ୍ରିରେ ଥିବା ପିଲାଟି କହିବାରୁ ଦେଖାଇ ଦେବାକୁ କହି ପିଲାଟିକୁ ବାଇକ୍‌ ମଝିରେ ବସାଇଥିଲେ। ପିଲାଟିର ସାଙ୍ଗ ତାଙ୍କ ସହିତ ଯିବାକୁ କହିବାରୁ ସେ ମନା କରିଥିଲେ। ତେବେ ଦୁର୍ବୃତ୍ତମାନେ ତାକୁ ନେଇ ଦ୍ରୁତଗତିରେ ପଳାଇଥିଲେ।

ଏନେଇ ଖବର ପାଇ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପୁଅକୁ ପାଇପାରି ନାହାନ୍ତି।  ଖବର ପାଇ କାଶୀନଗର ଥାନା ପୁଲିସ୍‌ ସମେତ ଗଜପତି ଏସ୍‌ପି ପହଞ୍ଚି ଛାନଭିନ କରିଥିଲେ ମଧ୍ୟ ନିଖୋଜ ଛୁଆର ସନ୍ଧାନ ମିଳିପାରିନି। ଯାମ୍ମି ମନ୍ମଧା ଜଣେ ବ୍ୟବସାୟୀ ହୋଇଥିବାରୁ ପୁଅ ନିଖୋଜ ପଛରେ ଅପହରଣ ନା ଆଉ କିଛି କାରଣ ଅଛି, ତାକୁ ନେଇ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି।

Advertisment

ଆଗକୁ ପଢ଼ନ୍ତୁ : ପରୀ ହତ୍ୟାରେ ନୂଆ ମୋଡ଼, ଦୋଷ ମୁଣ୍ଡେଇବାକୁ ୫ ଲକ୍ଷ ଯାଚିଥିଲେ ଅରୁଣ ବୋଥ୍ରା!

Odisha News Child Trafficking
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe