Advertisment

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ

ଯାଜପୁର (ସଞ୍ଜୀବ ନାୟକ): ୧୩ ବର୍ଷର ନାବାଳିକା ନଦୀକୂଳକୁ ବାସନ ମାଜିବାକୁ ଯାଇ ଦୁଷ୍କର୍ମର ଶିକାର ହୋଇଥିଲା। ପରେ ତାକୁ ଅଭିଯୁକ୍ତ ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରିଥିଲା। ୬୫ ଦିନର ତଦନ୍ତ ପରେ ଏହି ଜଘନ୍ୟକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ଅଭିଯୁକ୍ତ ଜଣକ ହେଲେ ସୁବ୍ରତ ବେହେରା। ବରୀ ପୁଲିସ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତକୁ ବେଙ୍ଗାଲୁରୁରୁ ଗିରଫ କରିଛି। ଯାଜପୁର ଅତିରିକ୍ତ ଏସପି ନାରାୟଣ ବାରିକ ଏନେଇ ଏକ ସମ୍ବାଦିକ […]

ଅଦ୍ୟତନ ହୋଇଛି
ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ

Accused

Advertisment

ଯାଜପୁର (ସଞ୍ଜୀବ ନାୟକ): ୧୩ ବର୍ଷର ନାବାଳିକା ନଦୀକୂଳକୁ ବାସନ ମାଜିବାକୁ ଯାଇ ଦୁଷ୍କର୍ମର ଶିକାର ହୋଇଥିଲା। ପରେ ତାକୁ ଅଭିଯୁକ୍ତ ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରିଥିଲା। ୬୫ ଦିନର ତଦନ୍ତ ପରେ ଏହି ଜଘନ୍ୟକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ଅଭିଯୁକ୍ତ ଜଣକ ହେଲେ ସୁବ୍ରତ ବେହେରା। ବରୀ ପୁଲିସ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତକୁ ବେଙ୍ଗାଲୁରୁରୁ ଗିରଫ କରିଛି। ଯାଜପୁର ଅତିରିକ୍ତ ଏସପି ନାରାୟଣ ବାରିକ ଏନେଇ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Advertisment

ମୃତ ନାବାଳିକା ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳର। ଫେବୃଆରୀ ୧୭ ତାରିଖରେ ତାଙ୍କ ମୃତଦେହ ବ୍ରାହ୍ମଣୀ ନଦୀ କୂଳରୁ ଉଦ୍ଧାର ହୋଇଥିଲା। ଶରୀରର ଅର୍ଦ୍ଧାଧିକ ଅଂଶରେ ବସ୍ତ୍ର ନଥିବା ବେଳେ ବେକରେ କଟା ଦାଗ ରହିଥିଲା।

ଅତିରିକ୍ତ ଏସପି ଶ୍ରୀ ବାରିକଙ୍କ ସୂଚନା ମୁତାବକ, ଘଟଣା ପରଦିନ ଏତଲା ପାଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଲା। ଅଭିଯୁକ୍ତ ଘଟଣା ସ୍ଥଳରେ କୌଣସି ପ୍ରମାଣ ଛାଡ଼ି ନଥିବାରୁ ତଦନ୍ତ କଷ୍ଟସାଧ୍ୟ ହୋଇଥିଲା। ତଥାପି ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି। ଘଟଣା ଦିନ ସନ୍ଧ୍ୟାରେ ନାବାଳିକା ଜଣକ ବାସନ ମାଜିବାକୁ ନଦୀ କୂଳକୁ ଯାଇଥିଲା। ଏହି ସମୟ ତାକୁ ଏକାଦେଖି ଅଭିଯୁକ୍ତ ତାକୁ ଉଠାଇ ଆଣି ଦୁଷ୍କର୍ମ କରିଥିଲା। ପୀଡ଼ିତା କାଳେ କାହା ଆଗରେ ତା’ ନାଁ କହିଦେବ, ସେହି ଭୟରେ ଅଭିଯୁକ୍ତ ତାକୁ ହତ୍ୟା କରିଥିଲା। ପ୍ରମାଣ ନଷ୍ଟ କରିବାକୁ ନଦୀ ଭିତରେ ମୃତଦେହ ପକାଇ ଦେଇଥିଲା। ଏ କଥା ନିଜେ ଅଭିଯୁକ୍ତ ପୁଲିସ ଆଗରେ ସ୍ୱୀକାର କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe