Advertisment

‘ରିସ୍କ ଜୋନରେ ଶିଶୁ, ଆଇସିୟୁ ପ୍ରସ୍ତୁତ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ ପାଇଁ ଯେମିତି ସତର୍କତା ଅବଲମ୍ବନ କରାଯାଉଛି, ଓମିକ୍ରନ ଭାରିଆଣ୍ଟ ପାଇଁ ମଧ୍ୟ ସେମିତି ସତର୍କ ରହିବା ଆବଶ୍ୟକ । ଟେକନିକାଲ ଏବଂ କମ୍ୟୁନିଟି କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । WHO କହିବା ଅନୁସାରେ, ଯେଉଁମାନେ ଭ୍ୟାକ୍ସିନ ନେଇ ନାହାନ୍ତି, ବହୁବିଧ ରୋଗରେ ଆକ୍ରାନ୍ତ ଲୋକ, ସେମାନଙ୍କ ପାଇଁ ଅଧିକ ରିସ୍କ ରହିଛି । ଶିଶୁମାନେ ଏଯାଏ ଭ୍ୟାକସିନ୍‌ ନେଇ ନ ଥିବାରୁ […]

ଅଦ୍ୟତନ ହୋଇଛି
‘ରିସ୍କ ଜୋନରେ ଶିଶୁ, ଆଇସିୟୁ ପ୍ରସ୍ତୁତ’

child

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ ପାଇଁ ଯେମିତି ସତର୍କତା ଅବଲମ୍ବନ କରାଯାଉଛି, ଓମିକ୍ରନ ଭାରିଆଣ୍ଟ ପାଇଁ ମଧ୍ୟ ସେମିତି ସତର୍କ ରହିବା ଆବଶ୍ୟକ । ଟେକନିକାଲ ଏବଂ କମ୍ୟୁନିଟି କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Advertisment

WHO କହିବା ଅନୁସାରେ, ଯେଉଁମାନେ ଭ୍ୟାକ୍ସିନ ନେଇ ନାହାନ୍ତି, ବହୁବିଧ ରୋଗରେ ଆକ୍ରାନ୍ତ ଲୋକ, ସେମାନଙ୍କ ପାଇଁ ଅଧିକ ରିସ୍କ ରହିଛି । ଶିଶୁମାନେ ଏଯାଏ ଭ୍ୟାକସିନ୍‌ ନେଇ ନ ଥିବାରୁ ସେମାନେ ମଧ୍ୟ ରିସ୍କ ଜୋନରେ ଅଛନ୍ତି। ସେଥିପାଇଁ ସିଏଚସି ଏବଂ ପିଏଚସିରେ ପେଡିଆଟ୍ରିକ ମ୍ୟାନେଜମେଣ୍ଟ କରିବାକୁ ବ୍ୟବସ୍ଥା କରାଯାଇଛି । ଏଥିସହ ଆଇସିୟୁ ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି ମଧ୍ୟ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  ।

ଏଥିସହ ସେ କହିଛନ୍ତି,  ବିଭିନ୍ନ ବର୍ଗର ରୋଗୀଙ୍କ ଚିକିତ୍ସା ପାଇଁ ଭିନ୍ନ ଗାଇଡ଼ଲାଇନ ରହିଛି ।  ସ୍ୱାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଦିଆଯାଉଛି । WHO ଏବଂ ଅନ୍ୟ ଗବେଷକମାନଙ୍କ ତଥ୍ୟ ଅନୁସାରେ, ଓମିକ୍ରନ ଭାରିଆଣ୍ଟର ସଂକ୍ରାମକ କ୍ଷମତା ଅନ୍ୟ ଭାରିଆଣ୍ଟ ଠାରୁ ଅଧିକ । ସଂକ୍ରମଣରେ ଲକ୍ଷଣ କମ୍‌ ରହିଛି।  କେହି ଗୁରୁତର ହେଉନାହାନ୍ତି କି ମୃତ୍ୟୁ ହେଉନାହିଁ । ପଜିଟିଭ୍ ହୋଇଥିବା ୪ଜଣ ବିଦେଶ ଫେରନ୍ତା ଲକ୍ଷଣ ବିହୀନ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Advertisment

ସୂଚନାଯୋଗ୍ୟ, ଓମିକ୍ରନ ସଂକ୍ରମଣ ଆରମ୍ଭ ହେବାଠାରୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଓମିକ୍ରନ ରିସ୍କ ତଥା ଆଟ ରିସ୍କ ଦେଶରୁ ଓଡ଼ିଶାକୁ ୯୮୨ ଜଣ  ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଚାରି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ନମୁନା ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। ସେମାନେ ସୁସ୍ଥ ଅଛନ୍ତି ଓ ଏକାନ୍ତବାସରେ ରହିଛନ୍ତି ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

Omicron Virus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe