Advertisment

‘ଫୋନି’ ପାଇଁ ୧ରୁ ୫ ଯାଏଁ ଚିଲିକାକୁ ଡଙ୍ଗା ବନ୍ଦ

ଖୋର୍ଦ୍ଧା(ବଳରାମ ଲେଙ୍କା): ସାମୁଦ୍ରିକ ଝଡ଼ ‘ଫୋନି’ ଓଡ଼ିଶା ମୁହାଁ ହୋଇଛି। ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଏଥିପାଇଁ ରାଜ୍ୟରେ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି। ଡାକବାଜି ଯନ୍ତ୍ର ଦ୍ୱାରା ସୁରକ୍ଷିତ ଏବଂ ଉଚ୍ଚ ସ୍ଥାନକୁ ଚାଲିଯିବା ପାଇଁ ସତର୍କ କରାଯାଉଛି । ‘ଫୋନି’ ପାଇଁ ୧ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଚିଲିକାରେ ବୋଟ୍ ଚାଲିବନି।  ପ୍ରଶାସନର ନିର୍ଦ୍ଦେଶ ପରେ କାଳିଜାଇ ମୋଟର ବୋଟ୍‌ ଆସୋସିଏସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଚିଲିକା […]

ଅଦ୍ୟତନ ହୋଇଛି
‘ଫୋନି’ ପାଇଁ ୧ରୁ ୫ ଯାଏଁ ଚିଲିକାକୁ ଡଙ୍ଗା ବନ୍ଦ

rf

Advertisment

ଖୋର୍ଦ୍ଧା(ବଳରାମ ଲେଙ୍କା): ସାମୁଦ୍ରିକ ଝଡ଼ ‘ଫୋନି’ ଓଡ଼ିଶା ମୁହାଁ ହୋଇଛି। ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଏଥିପାଇଁ ରାଜ୍ୟରେ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି। ଡାକବାଜି ଯନ୍ତ୍ର ଦ୍ୱାରା ସୁରକ୍ଷିତ ଏବଂ ଉଚ୍ଚ ସ୍ଥାନକୁ ଚାଲିଯିବା ପାଇଁ ସତର୍କ କରାଯାଉଛି ।

Advertisment

‘ଫୋନି’ ପାଇଁ ୧ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଚିଲିକାରେ ବୋଟ୍ ଚାଲିବନି।  ପ୍ରଶାସନର ନିର୍ଦ୍ଦେଶ ପରେ କାଳିଜାଇ ମୋଟର ବୋଟ୍‌ ଆସୋସିଏସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଚିଲିକା ମଧ୍ୟକୁ କୌଣସି ମାଛମରା ଡଙ୍ଗା ନେବାକୁ ମଧ୍ୟ ବାରଣ କରାଯାଇଛି।

ଏଥିସହ ପର୍ଯ୍ୟଟକ ଯେଭଳି ଭିତରକୁ ନ ଯିବେ ସେନେଇ ସଂଘ ନୋଟିସ୍‌ ଜାରି କରିଛି। ୧ ତାରିଖ ସକାଳ ସୁଦ୍ଧା ସମସ୍ତ ଡଙ୍ଗା ଓ ବୋଟ୍‌ ଚିଲିକା ଭିତରୁ ଉଠିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe