Advertisment

କୋର୍ଟରେ ଆତ୍ମସମର୍ପଣ କଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ବାଣପୁର(ଓଡ଼ିଶା ରିପୋର୍ଟର): ବାଣପୁର କୋର୍ଟରେ ଆଜି ଆତ୍ମସମର୍ପଣ କରିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ତାଙ୍କ ମଧ୍ୟବର୍ତ୍ତିକାଳୀନ ଜାମିନ ଅବଧି ସରିଯାଇଥିବାରୁ କୋର୍ଟ ତାଙ୍କୁ ବିଚାରବିଭାଗ ହାଜତକୁ ପଠାଇ ଦେଇଛନ୍ତି। ଏହା ପୂର୍ବରୁ ତାଙ୍କ ପୁନଃ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ। ସୂଚନାଯୋଗ୍ୟ,୨ଥର ସାତଦିନିଆ ଅନ୍ତରୀଣ ଜାମିନ ମିଳିବା ପରେ ଗତ ୨୦ ତାରିଖରେ ମାନ୍ୟବର ହାଇକୋର୍ଟ ଜଗଦ୍ଦେବଙ୍କ ନିୟମିତ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଯାହା ପରେ ଆଜି ସେ ବାଣପୁର ଜେଏମଏଫସିଙ୍କ ନିକଟରେ […]

କୋର୍ଟରେ ଆତ୍ମସମର୍ପଣ କଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

Prasant-Jagdev

Advertisment

ବାଣପୁର(ଓଡ଼ିଶା ରିପୋର୍ଟର): ବାଣପୁର କୋର୍ଟରେ ଆଜି ଆତ୍ମସମର୍ପଣ କରିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ତାଙ୍କ ମଧ୍ୟବର୍ତ୍ତିକାଳୀନ ଜାମିନ ଅବଧି ସରିଯାଇଥିବାରୁ କୋର୍ଟ ତାଙ୍କୁ ବିଚାରବିଭାଗ ହାଜତକୁ ପଠାଇ ଦେଇଛନ୍ତି। ଏହା ପୂର୍ବରୁ ତାଙ୍କ ପୁନଃ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ।

Advertisment

ସୂଚନାଯୋଗ୍ୟ,୨ଥର ସାତଦିନିଆ ଅନ୍ତରୀଣ ଜାମିନ ମିଳିବା ପରେ ଗତ ୨୦ ତାରିଖରେ ମାନ୍ୟବର ହାଇକୋର୍ଟ ଜଗଦ୍ଦେବଙ୍କ ନିୟମିତ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଯାହା ପରେ ଆଜି ସେ ବାଣପୁର ଜେଏମଏଫସିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଗତ ମାର୍ଚ୍ଚ ୧୨ ତାରିଖରେ ଲୋକଙ୍କ ଉପତେ ଗାଡି ମଡେଇବା ମାମଲାରେ ସେ ମାର୍ଚ୍ଚ ୨୨ ତାରିଖରୁ ବାଣପୁର ଉପକାରାଗାରରେ ଥିଲେ।

ତିନିଦିନ ତଳେ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇ ଜେଏମ୍ଏଫସିଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ବିରୋଧରେ ବହୁ ସଂଖ୍ୟକ ମାମଲା ରହିଛି। ଯାହା ପରେ ସେ ଦଳରୁ ନିଲମ୍ବିତ ହୋଇଛନ୍ତି। ଏ ପର୍ଯ୍ୟନ୍ତ ସେ ଦେହ ଖରାପ ଥିବା ଦର୍ଶାଇ ଜାମିନରେ ଥିଲେ। ବିଚାରବିଭାଗ ହାଜତରେ ତାଙ୍କୁ ଚିକିତ୍ସା ସେବା ଯୋଗାଇଦିଆଯିବ ବୋଲି କୋର୍ଟ କହିଥିଲେ। ଯାହାପରେ ସେ ବାଧ୍ୟ ହୋଇ କୋର୍ଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe