pradipsethi
ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ୍ ସଂସ୍ଥାର ୮୪ କୋଟି ଟଙ୍କାର ସଂପତ୍ତିକୁ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବାଜ୍ୟାପ୍ତି କରିଛନ୍ତି। ଏଥିରେ ରହିଛି ୭୯ କୋଟି ଟଙ୍କାର ସ୍ଥାବର ସଂପତ୍ତି, ୨ କୋଟି ୩୭ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ୨ କୋଟି ୭୫ ଲକ୍ଷ ଟଙ୍କାର ସେୟାର। ମୁମ୍ବାଇର ୟେସ୍ ଟ୍ରେଡିଂରୁ ସେୟାର କିଣିଥିଲା ଏହି ଚିଟ୍ ଫଣ୍ଡ ସଂସ୍ଥା। ୭୯ କୋଟିର ସ୍ଥାବର ସଂପତ୍ତି ମଧ୍ୟରେ ରହିଛି ୧୦୦ ଏକର ଜମି। ଭୁବନେଶ୍ୱର, ଛତ୍ରପୁର, ଅନୁଗୁଳ ଓ ଜଗତସିଂହପୁର ଅଞ୍ଚଳରେ ରହିଛି ଏହି ସବୁ ଜମି। ଭୁବନେଶ୍ୱରର ପଟିଆରେ ଥିବା ଏକ ଫ୍ଲାଟ୍ ବି ଏହି ସ୍ଥାବର ସଂପତ୍ତିରେ ସାମିଲ ଅଛି। ଏହି ସବୁ ସଂପତ୍ତି ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ ଓ ଅନ୍ୟ ତିନି ନିର୍ଦ୍ଦେଶକ ସମ୍ବିତ ଖୁଣ୍ଟିଆ, ଶ୍ରୀକୃଷ୍ଣ ପାଢ଼ୀ ଓ ପ୍ରଦୀପ ନାୟକଙ୍କ ନାଁରେ ରହିଥିଲା।
ପୂର୍ବରୁ ଅର୍ଥତତ୍ତ୍ୱର ୪୧୦ କୋଟି ଟଙ୍କାର ସଂପତ୍ତି ଜବତ କରାଯାଇଥିଲା। ସିବିଆଇ ଏହା ବିରୁଦ୍ଧରେ ୨୧୦ କୋଟି ଟଙ୍କାର ଠକେଇ ନେଇ ଚାର୍ଜସିଟ ଦାଖଲ କରିଛି। ସୂଚନାଯୋଗ୍ୟ, ପ୍ରଦୀପ ସେଠୀ ଗିରଫ ହୋଇ ଭୁବନେଶ୍ୱର ସ୍ଥିତ ଝାରପଡ଼ା ଜେଲରେ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/pradipsethi.jpg)