Advertisment

ଚିଟ୍ ଫଣ୍ଡ୍ ଠକେଇ: ଶୁଭ୍ରାଂଶୁର ଜାମିନ ଆବେଦନ ଖାରଜ

ଭୁବନେଶ୍ୱର:  ଚିଟ୍ ଫଣ୍ଡ୍ ମାମଲାରେ ଗିରଫ ହୋଇଥିବା ଶୁଭ୍ରାଂଶୁ ଲେଙ୍କାଙ୍କ ଜାମିନ ଆବେଦନକୁ ଗୁରୁବାର ଓଡ଼ିଶା ହାଇକୋର୍ଟ ଆଗ୍ରହ କରି ଦେଇଛନ୍ତି। ଶୁଭ୍ରାଂଶୁ ଆସ୍ଥା ଇଣ୍ଟରନେସନାଲର ଓଡ଼ିଶା ମୁଖ୍ୟ ଥିଲେ। ଗତ ବର୍ଷ ଜୁନରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ନର୍ସିଂହୋମରୁ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିଲା। ଓଡ଼ିଶାରୁ ଆସ୍ଥା ଇଣ୍ଟରନ୍ୟାସନାଲ ୫୦୦ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱରର ବାପୁଜୀ ନଗରରେ କଂପାନୀ ଓଡ଼ିଶା ଶାଖା ଅଫିସ୍ ଥିଲା। […]

author-image
Rakesh Mallick
ଚିଟ୍ ଫଣ୍ଡ୍ ଠକେଇ: ଶୁଭ୍ରାଂଶୁର ଜାମିନ ଆବେଦନ ଖାରଜ

subhanshu lenka

ଭୁବନେଶ୍ୱର:  ଚିଟ୍ ଫଣ୍ଡ୍ ମାମଲାରେ ଗିରଫ ହୋଇଥିବା ଶୁଭ୍ରାଂଶୁ ଲେଙ୍କାଙ୍କ ଜାମିନ ଆବେଦନକୁ ଗୁରୁବାର ଓଡ଼ିଶା ହାଇକୋର୍ଟ ଆଗ୍ରହ କରି ଦେଇଛନ୍ତି। ଶୁଭ୍ରାଂଶୁ ଆସ୍ଥା ଇଣ୍ଟରନେସନାଲର ଓଡ଼ିଶା ମୁଖ୍ୟ ଥିଲେ। ଗତ ବର୍ଷ ଜୁନରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ନର୍ସିଂହୋମରୁ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିଲା। ଓଡ଼ିଶାରୁ ଆସ୍ଥା ଇଣ୍ଟରନ୍ୟାସନାଲ ୫୦୦ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱରର ବାପୁଜୀ ନଗରରେ କଂପାନୀ ଓଡ଼ିଶା ଶାଖା ଅଫିସ୍ ଥିଲା।

Advertisment

ସୂଚନାଯୋଗ୍ୟ, ତିନି ଦିନ ତଳେ ଅର୍ଥାତ ମେ’୧୨ ତାରିଖରେ ଅର୍ଥତତ୍ୱ ଚିଟଫଣ୍ଡ୍ ଠକେଇ ମାମଲାରେ ଗିରଫ ହୋଇଥିବା ବିଲଡର ସାଗର ରାୟଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା। ୫ କୋଟି ଟଙ୍କାର ବ୍ୟାଙ୍କ ଜମା ବଦଳରେ ଉଚ୍ଚ ନ୍ୟାୟାଳୟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସାଗର ରାୟ ଅର୍ଥତତ୍ୱ ଗ୍ରୁପଠାରୁ ନିଜ ଆକାଉଣ୍ଟ ଏବଂ ନିଜ କଂପାନୀ ଅରିସନ ଓଭରସିଜ୍ ଆକାଉଣ୍ଟାଣ୍ଟ୍ ମାଧ୍ୟମରେ ବିପୁଳ ଅର୍ଥ ସଂଗ୍ରହ କରିଥିବା ସିବିଆଇ ପ୍ରମାଣ ପାଇଥିଲା।