Advertisment

ଟଙ୍କା ଫେରି ନ ପାଇଲେ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିବାକୁ ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତଙ୍କ ଚେତାବନୀ

ବାଲେଶ୍ୱର: ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାର ଟଙ୍କା ଫେରସ୍ତ ନ କଲେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିବାକୁ ଚେତାବନୀ ଦେଇଛନ୍ତି ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତ ଜମାକାରୀ। ସମ୍ବଲପୁର ଓ ଅନୁଗୋଳ ପରେ ଆଜି ବାଲେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଚିଟ୍‌ଫଣ୍ଡ୍ କ୍ଷତିଗ୍ରସ୍ତ ଜମାକାରୀମାନେ ସେମାନଙ୍କ ଟଙ୍କା ଫେରସ୍ତ କରିବାକୁ ଦାବି କରିବା ସହିତ ଏଭଳି ଚେତାବନୀ ଦେଇଥିଲା। ଏଥିରେ ୪ଟି ଜିଲ୍ଲାର ଜମାକାରୀ ଯୋଗ ଦେଇଥିଲେ। କ୍ଷତିଗ୍ରସ୍ତ ଚିଟ୍‌ଫଣ୍ଡ୍ ଜମାକାରୀଙ୍କୁ ସଚେତନ କରିବା ପାଇଁ ‘ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ […]

ଅଦ୍ୟତନ ହୋଇଛି
ଟଙ୍କା ଫେରି ନ ପାଇଲେ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିବାକୁ ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତଙ୍କ ଚେତାବନୀ

chitfund

Advertisment

chitfundବାଲେଶ୍ୱର: ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାର ଟଙ୍କା ଫେରସ୍ତ ନ କଲେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିବାକୁ ଚେତାବନୀ ଦେଇଛନ୍ତି ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତ ଜମାକାରୀ। ସମ୍ବଲପୁର ଓ ଅନୁଗୋଳ ପରେ ଆଜି ବାଲେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଚିଟ୍‌ଫଣ୍ଡ୍ କ୍ଷତିଗ୍ରସ୍ତ ଜମାକାରୀମାନେ ସେମାନଙ୍କ ଟଙ୍କା ଫେରସ୍ତ କରିବାକୁ ଦାବି କରିବା ସହିତ ଏଭଳି ଚେତାବନୀ ଦେଇଥିଲା। ଏଥିରେ ୪ଟି ଜିଲ୍ଲାର ଜମାକାରୀ ଯୋଗ ଦେଇଥିଲେ।

Advertisment

କ୍ଷତିଗ୍ରସ୍ତ ଚିଟ୍‌ଫଣ୍ଡ୍ ଜମାକାରୀଙ୍କୁ ସଚେତନ କରିବା ପାଇଁ ‘ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ’ ଉଦ୍ୟମ ଚଳାଇଛି। ନଭେମ୍ବର ମାସରେ ଭୁବନେଶ୍ୱରରେ ଏକ ମହାସମ୍ମିଳନୀ କରାଯିବ। ଏଠାରେ ମଞ୍ଚ ଚରମ ନିଷ୍ପତ୍ତି ନେବ।

ମଞ୍ଚର ଆବାହକ ରବି ଦାସ କହିଛନ୍ତି,“ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀମାନେ ସେମାନଙ୍କ ଟଙ୍କା ଫେରସ୍ତ ନ ପାଇଲେ ଆଗାମୀ ପଞ୍ଚାୟତ ନିର୍ବାଚନ ସହିତ ବିଧାନସଭା ନିର୍ବାଚନରେ ଏ ସରକାରଙ୍କୁ ତା’ର ଫଳ ଭୋଗିବାକୁ ପଡ଼ିବ। ଆମେ ପ୍ରାୟ ଏକ ଲକ୍ଷ ଜମାକାରୀଙ୍କୁ ନେଇ ନଭେମ୍ବର ମାସରେ ଭୁବନେଶ୍ୱରରେ ଏକ ସମ୍ମିଳନୀ କରିବୁ ଓ ଆମର ନିଷ୍ପତ୍ତି ସରକାରଙ୍କୁ ଜଣାଇ ଦେବୁ।”

Advertisment

ଅନ୍ୟପକ୍ଷରେ ଅଭିନେତାରୁ ନେତା ବନିଥିବା ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ପପୁ ପମ୍ ପମ୍‌ଙ୍କ ଚିଟ୍‌ଫଣ୍ଡ୍‌ ସଂପୃକ୍ତି ଅଭିଯୋଗକୁ ନେଇ ରାଜନୀତି ବି ଜୋର ଧରିଛି। ଅନୁଭବ ଓ ସିଦ୍ଧାନ୍ତ ସାଂସଦ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ‘ଆମ ଓଡ଼ିଶା’ ଅଧ୍ୟକ୍ଷ ତଥା ‘ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ’ର ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି। ସିଦ୍ଧାନ୍ତ ଓ ଅନୁଭବଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ବିଜେପି ଦାବି କରିଛି।

ବିଜେଡି ମୁଖ୍ୟପାତ୍ର ସମୀର ଦାଶ କହିଛନ୍ତି,“ଏନେଇ କିଛି ତଥ୍ୟ ମିଳିଲେ ଦଳର ସଭାପତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe