Advertisment

ଚିଟ୍‌ଫଣ୍ଡ : ଲହୁଣୀ ଖାଇଲା କିଏ, ଲୁହ ଗଡ଼େଇଲା କିଏ, ଜାଣନ୍ତୁ ୪ ବର୍ଷ ପରେ କିଏ କେତେ ପାଇଲେ ?

ଭୁବନେଶ୍ୱର:ଚିଟ୍‌ଫଣ୍ଡ ଠକେଇ ପଦାକୁ ଆସିବାର ୪ ବର୍ଷ ପରେ ବି ସରକାରଙ୍କ ପାଖରେ ନାହିଁ  କ୍ଷତିଗ୍ରସ୍ତଙ୍କ ତଥ୍ୟ।   ବିଧାନସଭାରେ ଖୋଦ୍ ଅର୍ଥମନ୍ତ୍ରୀଙ୍କ ଏହି ଲିଖିତ ଉତ୍ତର ଚିଟଫଣ୍ଡ କ୍ଷିତଗ୍ରସ୍ତଙ୍କ ଚିହ୍ନଟ ପ୍ରକିୟା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।  ଏପରିକି କେଉଁ ଚିଟଫଣ୍ଡ ସଂସ୍ଥା ଓଡିଶାରୁ କେତେ ଅର୍ଥ ହଡ଼ପ କରିଛନ୍ତି ସେ ହିସାବ ବି ନାହିଁ ।  ବଡ଼ କଥା ହେଉଛି ଜଣେ ବି ଲୋକଙ୍କୁ ଏପର୍ଯ୍ୟନ୍ତ ଟଙ୍କାଟିଏ ଫେରସ୍ତ କରିପାରିନାହାଁନ୍ତି ସରକାର।    ଲକ୍ଷ ଲକ୍ଷ କ୍ଷତିଗ୍ରସ୍ତଙ୍କ ଭିତରୁ କେବଳ ଯାହା ୧୨୨୬ ଜଣଙ୍କୁ ଠକି ଥିବା ସଂସ୍ଥା ଅର୍ଥ ଫେରାଇଛନ୍ତି।

ପ୍ରଶ୍ନ ଉଠାଇଲେ ବାହିନୀପତି

ରାଜ୍ୟରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ସଂଖ୍ୟା କେତେ? କେତେ ସଂସ୍ଥା ଓଡିଶାରୁ କେତେ ଟଙ୍କା ହଡପ କରିଛନ୍ତି? କେତେ ଲୋକଙ୍କ ଟଙ୍କା ଫେରସ୍ତ କରିଛନ୍ତି ସରକାର? ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନି ପତିଙ୍କ ଏ ପ୍ରଶ୍ନ ସରାକରଙ୍କ ଚିଟଫଣ୍ଡ ଟଙ୍କା ଫେରାଇବା ଆନ୍ତରିକତାକୁ ପଦାରେ ପକାଇଛି ।  ଅର୍ଥମନ୍ତ୍ରୀ ଉତ୍ତର ଦେଇଛନ୍ତି, ସଂସ୍ଥାଓ୍ୱାରୀ କ୍ଷେତ୍ରୀୟ ଯାଞ୍ଚ ପରେ ଜମାକୀରଙ୍କ ତଥ୍ୟ ଜଣା ପଡିବ।  ପ୍ରଶ୍ନ ଉଠୁଛି ୪ ବର୍ଷ ପରେ ବି କ’ଣ ଜମାକାରୀଙ୍କୁ ଚିହ୍ନଟ କରିପାରିନାହାଁନ୍ତି ସରକାର?   କେବଳ  ରୋଜଭ୍ୟାଲି କ୍ଷତିଗ୍ରସ୍ତଙ୍କୁ  ଚିହ୍ନଟ କରିବାକୁ ସରକାର ଆରମ୍ଭ କରିଥିବା ପ୍ରକ୍ରିୟା ବି ସରିନି।   ଆବେଦନ କରିଥିବା ୩ ଲକ୍ଷ ୯୪ ହଜର ୨୯୫ ଜଣଙ୍କ ମଧ୍ୟରୁ ପ୍ରକୃତ ଜମାକାରୀ କିଏ ତାର ହିସାବ ଚାଲିଛି ?   ଏପଟେ ଜଷ୍ଟିସ ଏମଏମ ଦାସ କମିଶନଙ୍କ ପାଖରେ ଦାଖଲ ହୋଇଥିବା  ୮ ଲକ୍ଷ ୯୬ ହଜାର ୩୧୨ ସତ୍ୟପାଠ ଭିତରୁ ୭୯ ହଜାର ୫୯ ଟି ସତ୍ୟପାଠରେ ତ୍ରୁଟି ଥିଲା ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ବାକି  ୮ ଲକ୍ଷ ୧୭ ହଜାର ୨୫୩ ଜମାକାରୀଙ୍କ ଭିତରୁ ମାତ୍ର ୧୨୨୬ ଜଣଙ୍କୁ ଠକିଥିବା ସଂସ୍ଥା ଟଙ୍କା ଫେରାଇଛନ୍ତି ।  ଦୁଇଟି ପର୍ଯ୍ୟାୟରେ କମିଶନ ଦେଇଥିବା ରିପୋର୍ଟରେ ୧୨, ୩୯୭ କ୍ଷୁଦ୍ର ଜମାକାରୀଙ୍କ ଭିତରୁ ପ୍ରକୃତ ଜମାକାରୀ କିଏ ତାହା ବି ଚୂଡାନ୍ତ କରିପାରିନାହାଁନ୍ତି ସରକାର ।

ଆଶା ଛାଡି ଦେଲେଣି କ୍ଷତିଗ୍ରସ୍ତ

ସରକାରଙ୍କ ଜମାକାରୀ ଚିହ୍ନଟ ପ୍ରକିୟାରେ ଶିଥିଳତା ପ୍ରକୃତ ଜମାକାରୀଙ୍କୁ ବି ହତାଶ କଲାଣି। ରୋଜଭ୍ୟାଲିରେ ଟଙ୍କା ରଖିଥିବା ବାଲେଶ୍ୱରର ଦୀନବନ୍ଧୁ ପୃଷ୍ଟି ତହସିଲରେ ସମସ୍ତ କାଗଜ ଦାଖଲ କଲା ପରେ ବି ଟଙ୍କା ଫେରିପାଇବା ଆଶା ଛାଡି ଦେଲେଣି ।  ସି ସୋରରେ ଟଙ୍କା ରଖିଥିବା ଖନ୍ତାପଡାର ବସନ୍ତ ଜେନା ବି ଚିହ୍ନଟ ପ୍ରକିୟାରେ ଦସ୍ତାବିଜ ଦେଇ ଟଙ୍କା ଫେରି ପାଇବା ଅପେକ୍ଷାରେ।  ରାଜ୍ୟର ଲକ୍ଷ ଲକ୍ଷ ଜମାକାରୀଙ୍କ ସମାନ ଅବସ୍ଥା

୨୦୧୩ରେ ଗଠନ ହୋଇଥିଲା କର୍ପସ ଫଣ୍ଡ

ଜମାକାରୀଙ୍କୁ ଟଙ୍କା ଫେରାଇବା ପାଇଁ ୨୦୧୩ ଜୁଲାଇ ୯ରେ ସରକାର ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଥିଲେ। ତେବେ ୪ ବର୍ଷ ପରେ ବି ଜମାକାରୀ ଚିହ୍ନଟ ହୋଇ ନ ଥିବାରୁ କ୍ଷତିଗ୍ରସ୍ତଙ୍କୁ କେବେ ଟଙ୍କା ମିଳବ ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe