/odisha-reporter/media/post_attachments/uploads/2015/04/Chit-fund.jpg)
Chitfund
ଭୁବନେଶ୍ୱର: ଚିଟଫଣ୍ଡ ଠକେଇର ଶିକାର ଛୋଟ ଜମାକାରୀଙ୍କ ପାଇଁ ଖୁସି ଖବର। ୧୦ ହଜାର କିମ୍ବା ତା’ଠାରୁ କମ୍ ଟଙ୍କା ଜମା ରଖିଥିବା ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟଙ୍କା ଫେରସ୍ତ କରାଯିବ। ଏ ପ୍ରସ୍ତାବରେ ଆଜି କ୍ୟାବିନେଟ ମୋହର ମାରିଛି। ଏହି ନିଷ୍ପତ୍ତି ପ୍ରକାରେ ଜମାକାରୀଙ୍କ ସ୍ୱାର୍ଥ ସୁରକ୍ଷା ଆଇନରେ ସଂଶୋଧନ କରାଯିବ ଓ ଛୋଟ ଜମାକାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ୧୦ ହଜାର କିମ୍ବା ତା’ଠାରୁ କମ୍ ଟଙ୍କା ଜମା ରଖି ଠକେଇର ଶିକାର ହୋଇଥିବା ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟଙ୍କା ଫେରସ୍ତ ବ୍ୟବସ୍ଥା ରହିବ। ସେହିପରି ଜମାକାରୀ ସ୍ୱାର୍ଥରକ୍ଷା ଆଇନରେ ଆଉ ଏକ ସଂଶୋଧନ ଅଣାଯାଇ ଚିଟଫଣ୍ଡ ସଂପର୍କିତ ଅପରାଧକୁ ଧର୍ତ୍ତବ୍ୟ ଓ ଜାମିନ ବିହୀନ ଅପରାଧ ବୋଲି ଧରାଯିବ। ସଂଶୋଧିତ ଆଇନରେ ସ୍ଥାନୀୟ ପୋଲିସକୁ ଅଧିକ କ୍ଷମତା ଦିଆଯିବ ବୋଲି କ୍ୟାବିନେଟ ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ସୂଚନା ଦେଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
