Advertisment

ଲାଲବାହିନୀକୁ ନାଲି ଆଖି! ନିଜ ଗଡ଼କୁ ନିଜେ ଜଗିଲେ ଆଦିବାସୀ

ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): ଲାଲବାହିନୀକୁ ନାଲି ଆଖି ଦେଖାଇଲେ ଆଦିବାସୀ । ନିଜ ସୁରକ୍ଷା ପାଇଁ ନିଜେ ସାଜିଲେ ଢାଲ। ହାତରେ ଧନୁ ତୀର ଧରି ମାଲକାନଗିରି ସ୍ୱାଭିମାନ ଅଞ୍ଚଳବାସୀ ଗାଁ ଲୋକେ ଏକାଠି ହୋଇ ଜଗିଛନ୍ତି ଲାଲ ଦୁର୍ଗ । ରାତି ପାହିବାଠାରୁ ରାତି ହେବା ପର୍ଯ୍ୟନ୍ତ, ସମସ୍ତେ ଦେଉଛନ୍ତି ପହରା । ହାତରେ ଧନୁତୀର, ବର୍ଚ୍ଛା, କଟୁରୀ, ଟାଙ୍ଗିଆ ଆଦି ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଗାଁକୁ ସୁରକ୍ଷା ପାଇଁ ପଣ କରିଛନ୍ତି। ବିଶେଷ କରି […]

ଅଦ୍ୟତନ ହୋଇଛି
ଲାଲବାହିନୀକୁ ନାଲି ଆଖି! ନିଜ ଗଡ଼କୁ ନିଜେ ଜଗିଲେ ଆଦିବାସୀ

malkangiri-2

Advertisment

ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): ଲାଲବାହିନୀକୁ ନାଲି ଆଖି ଦେଖାଇଲେ ଆଦିବାସୀ । ନିଜ ସୁରକ୍ଷା ପାଇଁ ନିଜେ ସାଜିଲେ ଢାଲ। ହାତରେ ଧନୁ ତୀର ଧରି ମାଲକାନଗିରି ସ୍ୱାଭିମାନ ଅଞ୍ଚଳବାସୀ ଗାଁ ଲୋକେ ଏକାଠି ହୋଇ ଜଗିଛନ୍ତି ଲାଲ ଦୁର୍ଗ ।

Advertisment

ରାତି ପାହିବାଠାରୁ ରାତି ହେବା ପର୍ଯ୍ୟନ୍ତ, ସମସ୍ତେ ଦେଉଛନ୍ତି ପହରା । ହାତରେ ଧନୁତୀର, ବର୍ଚ୍ଛା, କଟୁରୀ, ଟାଙ୍ଗିଆ ଆଦି ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଗାଁକୁ ସୁରକ୍ଷା ପାଇଁ ପଣ କରିଛନ୍ତି। ବିଶେଷ କରି ପଣସପୁଟ ଓ ଜୋନାମ୍ବର ଏହି ଦୁଇଟି ପଞ୍ଚାୟତରେ ଆସୁଥିବା ଗାଁ ଗୁଡିକୁ ଜଗୁଛନ୍ତି ଗ୍ରାମବାସୀ।

ଅଞ୍ଚଳବାସୀଙ୍କ ଧନ ଜୀବନ ପ୍ରତି ଥିବା ବିପଦର ମୁକାବିଲା କରିବା ଏବଂ ମାଓବାଦୀଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ନିଜ ଇଚ୍ଛାରେ ସିପାହୀ ସାଜିଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ। ଏତେ ଭୟଭୀତ ଯେ, ଗାଁରେ ମହିଳାମାନେ ପାନୀୟ ଜଳ ପାଇଁ ଗାଁ ମୁଣ୍ଡରେ ଥିବା ନାଳକୁ ଗଲେ ପୁରୁଷମାନେ ସେମାନଙ୍କୁ ସୁରକ୍ଷା ଯୋଗାଉଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe