Advertisment

ଭୁବନେଶ୍ୱରରେ ଆମେରିକାନ୍‌ ରେଷ୍ଟୁରାଣ୍ଟ୍‌ ଗ୍ରୁପ୍‌ ‘ଚିଲିଜ୍‌’

ଭୁବନେଶ୍ୱର: ଅନ୍ତର୍ଜାତୀୟସ୍ତରରେ ନିଜ ଖାଦ୍ୟ ପ୍ରସ୍ତୁତି ପାଇଁ ପ୍ରସିଦ୍ଧି ହାସଲ କରିଥିବା ଆମେରିକାନ୍‌ ରେଷ୍ଟୁରାଣ୍ଟ୍‌ ଗ୍ରୁପ୍‌ ‘ଚିଲିଜ୍‌’ ଏବେ ଭୁବନେଶ୍ୱରରେ ବିଜିନେସ୍‌ ଆରମ୍ଭ କରିଛି। ଟେକ୍ସାସ୍‌ ଓ ମେକ୍ସିକାନ୍‌ ଖାଦ୍ୟ ପାଇଁ ପରିଚିତ ଏହି ରେଷ୍ଟୁରାଣ୍ଚ୍‌ ଗ୍ରୁପ୍‌ର ଏହା ହେଉଛି ପ୍ରଥମ ଓଡ଼ିଶା ପ୍ରବେଶ। ଭୁବନେଶ୍ୱର କଟକ ରୋଡ୍‌ସ୍ଥିତ ସପିଂ ମଲ୍‌ ‘ଏସପ୍ଲାନେଡ୍‌’ରେ ଏହି ରେଷ୍ଟୁରାଣ୍ଟ୍‌ ଆରମ୍ଭ ହୋଇଛି। ଉଭୟ ଶାକାହାରୀ ଓ ମାଂସାହାରୀଙ୍କ ପାଇଁ ଏଠାରେ ବିଭିନ୍ନ ପ୍ରକାର ଡିସ୍‌ ପ୍ରସ୍ତୁତ ହେଉଛି। ଏହି ଇଣ୍ଟରନ୍ୟାସନାଲ୍‌ […]

author-image
Pradeep Bharati
ଅଦ୍ୟତନ ହୋଇଛି
ଭୁବନେଶ୍ୱରରେ ଆମେରିକାନ୍‌ ରେଷ୍ଟୁରାଣ୍ଟ୍‌ ଗ୍ରୁପ୍‌ ‘ଚିଲିଜ୍‌’

chilis4

ଭୁବନେଶ୍ୱର: ଅନ୍ତର୍ଜାତୀୟସ୍ତରରେ ନିଜ ଖାଦ୍ୟ ପ୍ରସ୍ତୁତି ପାଇଁ ପ୍ରସିଦ୍ଧି ହାସଲ କରିଥିବା ଆମେରିକାନ୍‌ ରେଷ୍ଟୁରାଣ୍ଟ୍‌ ଗ୍ରୁପ୍‌ ଚିଲିଜ୍‌ ଏବେ ଭୁବନେଶ୍ୱରରେ ବିଜିନେସ୍‌ ଆରମ୍ଭ କରିଛି। ଟେକ୍ସାସ୍‌ ଓ ମେକ୍ସିକାନ୍‌ ଖାଦ୍ୟ ପାଇଁ ପରିଚିତ ଏହି ରେଷ୍ଟୁରାଣ୍ଚ୍‌ ଗ୍ରୁପ୍‌ର ଏହା ହେଉଛି ପ୍ରଥମ ଓଡ଼ିଶା ପ୍ରବେଶ।

Advertisment

Chilis

ଭୁବନେଶ୍ୱର କଟକ ରୋଡ୍‌ସ୍ଥିତ ସପିଂ ମଲ୍‌ ଏସପ୍ଲାନେଡ୍‌ରେ ଏହି ରେଷ୍ଟୁରାଣ୍ଟ୍‌ ଆରମ୍ଭ ହୋଇଛି। ଉଭୟ ଶାକାହାରୀ ଓ ମାଂସାହାରୀଙ୍କ ପାଇଁ ଏଠାରେ ବିଭିନ୍ନ ପ୍ରକାର ଡିସ୍‌ ପ୍ରସ୍ତୁତ ହେଉଛି।

Chilis

ଏହି ଇଣ୍ଟରନ୍ୟାସନାଲ୍‌ ରେଷ୍ଟୁରାଣ୍ଟ୍‌ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ର ପୃଥିବୀର ୩୨ଟି ଦେଶରେ ପ୍ରାୟ ୧୬୦୦ ରେଷ୍ଟୁରାଣ୍ଟ୍‌ ରହିଛି। ପୂର୍ବରୁ ଭାରତର ଦିଲ୍ଲୀ, କୋଲକାତା ଓ ଚଣ୍ଡିଗଡ଼ରେ ଏହି ଗ୍ରୁପ୍‌ର ରେଷ୍ଟୁରାଣ୍ଟ୍‌ ଥିଲା।publive-image

Advertisment

ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଏତେ ବଡ଼ ଇଣ୍ଟରନ୍ୟାସନାଲ୍‌ ବ୍ରାଣ୍ଡ୍‌ର ରେଷ୍ଟୁରାଣ୍ଟ ଖୋଲିଥିବାରୁ, ଏହାର ଡିସେସ୍‌ ଟେଷ୍ଟ୍‌ ନେବାକୁ ରାଜଧାନୀବାସୀ ବି ବେଶ ଆଗ୍ରହୀ ଅଛନ୍ତି।

ଆଗାମୀ ଦିନରେ ଓଡ଼ିଶାରେ ହକି ବିଶ୍ୱକପ୍‌ ହେବାକୁ ଥିବାରୁ ଏହି ରେଷ୍ଟୁରାଣ୍ଟ୍‌ ଦେଶ ତଥା ଦେଶ ବାହାରର ଖାଦ୍ୟପ୍ରେମୀଙ୍କ ପ୍ରମୁଖ ପସନ୍ଦ ହେବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ଆଶା ରଖିଛନ୍ତି।