Advertisment

ଭୁବନେଶ୍ୱର ଆର୍‌ଟିଓ-୧ ପରିସରରୁ ଉଚ୍ଛେଦ ହେଲା ଦଲାଲଙ୍କ ଚାଳିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଲାଲ ମୁକ୍ତ ହେବ ରାଜ୍ୟର ବିଭିନ୍ନ ଆରଟିଓ। ଏହି କ୍ରମରେ ଭୁବନେଶ୍ୱର ଆରଟିଓ-୧ ପରିସରରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଯେଉଁମାନେ ବର୍ଷ ବର୍ଷ ଧରି ଆରଟିଓ ପରିସରରେ ଦଲାଲି କରୁଥିଲେ, ସେମାନଙ୍କ ଦୋକାନ ମାଟିରେ ମିଶିଛି। ଖାଲି ସେତିକି ନୁହେଁ, ଦଲାଲଙ୍କ ପାଇଁ କିଛି ଦୋକାନୀ ମଧ୍ୟ ବଳିପଡ଼ିଥିବା ଅଭିଯୋଗ ହୋଇଛି। ଆଜି ଭୁବନେଶ୍ୱର ଆର୍‌ଟିଓ-୧ ପରିସରରୁ ୪୦ରୁ ଅଧିକ ଝୁମ୍ପୁଡ଼ି ଉଚ୍ଛେଦ ହୋଇଛି। ବିଡିଏ ଓ ବିଏମ୍‌ସି ପକ୍ଷରୁ ମିଳିତ ଭାବେ […]

author-image
Manoranjan Sial
ଭୁବନେଶ୍ୱର ଆର୍‌ଟିଓ-୧ ପରିସରରୁ ଉଚ୍ଛେଦ ହେଲା ଦଲାଲଙ୍କ ଚାଳିଆ

rto

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଲାଲ ମୁକ୍ତ ହେବ ରାଜ୍ୟର ବିଭିନ୍ନ ଆରଟିଓ। ଏହି କ୍ରମରେ ଭୁବନେଶ୍ୱର ଆରଟିଓ-୧ ପରିସରରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଯେଉଁମାନେ ବର୍ଷ ବର୍ଷ ଧରି ଆରଟିଓ ପରିସରରେ ଦଲାଲି କରୁଥିଲେ, ସେମାନଙ୍କ ଦୋକାନ ମାଟିରେ ମିଶିଛି। ଖାଲି ସେତିକି ନୁହେଁ, ଦଲାଲଙ୍କ ପାଇଁ କିଛି ଦୋକାନୀ ମଧ୍ୟ ବଳିପଡ଼ିଥିବା ଅଭିଯୋଗ ହୋଇଛି।

Advertisment

ଆଜି ଭୁବନେଶ୍ୱର ଆର୍‌ଟିଓ-୧ ପରିସରରୁ ୪୦ରୁ ଅଧିକ ଝୁମ୍ପୁଡ଼ି ଉଚ୍ଛେଦ ହୋଇଛି। ବିଡିଏ ଓ ବିଏମ୍‌ସି ପକ୍ଷରୁ ମିଳିତ ଭାବେ ଉଚ୍ଛେଦ କାର୍ଯ୍ୟ କରାଯାଇଛି। ଏମିତିକି ଯେଉଁ ଦଲାଲମାନେ ବର୍ଷ ବର୍ଷ ଧରି ଆରଟିଓକୁ କବଜା କରି ରଖିଥିଲେ, ଆଉ ସେମାନଙ୍କ ଖୋଜଖବର ନାହିଁ। ପୁଲିସର ଗିରଫଦାରୀ ଭୟରେ କେଉଁଆଡେ ଅନ୍ତର୍ଧ୍ୟାନ ହୋଇଯାଇଛନ୍ତି। ଏପଟେ ଦଲାଲଙ୍କ ପାଇଁ ଦୋକାନୀ ମଧ୍ୟ ବଳି ପଡ଼ିଛନ୍ତି। ଜବରଦଖଲକାରୀ ଦୋକାନୀଙ୍କୁ ଏଠାରୁ ଉଚ୍ଛେଦ କରାଯାଇଛି। ଏଠାରେ ଥିବା ବଜରଙ୍ଗୀବାଲିଙ୍କ ମନ୍ଦିର ବୁଲଡୋଜର ମାଡ଼ରେ ଭୁଷୁଡ଼ିଛି।

ରାଜ୍ୟର ସବୁ ଆର୍‌ଟିଓ କେମିତି ଦଲାଲଙ୍କ କବ୍‌ଜାରେ ରହିଛି, ଏହାର ଅନୁସନ୍ଧାନମୂଳକ ରିପୋର୍ଟ ଗତ ୧୬ ତାରିଖରେ ଓଡ଼ିଶା ରିପୋର୍ଟରେ ପ୍ରକାଶ ପାଇଥିଲା। ଏହା ପରେ ତତ୍ପର ହୋଇଥିଲା ପ୍ରଶାସନ। ଦଲାଲରାଜ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

Advertisment

୩ ବର୍ଷ ତଳେ ଏପରି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିଲା। କିନ୍ତୁ ପରେ ପୁଣି ଜବରଦଖଲ ହୋଇଥିଲା। ଏବେ ଉଚ୍ଛେଦ ପରେ ଏହାକୁ ତାରବାଡ ବୁଲାଯିବା ସହ ଏଠାରେ ଲୋକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା କରାଯିବ ବୋଲି ବିଡିଏ ଏନଫୋର୍ସ ମେଣ୍ଟ ଅଧିକାରୀ କହିଛନ୍ତି।