Advertisment

ପୁରୀରେ ପୁଲିସ୍-ଦୋକାନୀ ମୁହାଁମୁହିଁ

ପୁରୀ (ଓଡ଼ିଶା ରିପୋର୍ଟର): ପୁଲିସ୍-ଦୋକାନୀ ମୁହାଁମୁହିଁ। ଆଜି ସକାଳେ ପୁରୀ ବଡ଼ଶଙ୍ଖରେ ପୁଲିସ୍ ଓ ଦୋକାନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ମୁହାଁମୁହିଁ ପରିସ୍ଥିତି। ବଡ଼ଶଙ୍ଖ ନିକଟରେ କିଛି ଦୋକାନୀ ଫଳ ଓ ପନିପରିବା ବିକ୍ରି କରିବାକୁ ବସିଥିବା ବେଳେ ପୁଲିସ୍ ସେମାନଙ୍କୁ ଉଠାଇଥିଲା। ଏହାକୁ ନେଇ ପୁଲିସ୍ ସହ ଯୁକ୍ତିତର୍କ କରିଥିଲେ ଦୋକାନୀ। ପୁଲିସ୍ ଏହି ସମୟରେ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଦୋକାନୀ। ପୁଲିସ୍ ମାଡ଼ରେ ଜଣେ ଫଳ ଦୋକାନୀ ଆହତ ହୋଇଥିବା ବେଳେ ତାଙ୍କୁ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଦୋକାନୀ ଓ ସାମ୍ବାଦିକଙ୍କୁ ପୁଲିସ୍‌ ମାଡ଼ ମାରିବା ଘଟଣା: ଏସ୍‌ପି ନିଜେ କରିବେ ତଦନ୍ତ

Police

ପୁରୀ (ଓଡ଼ିଶା ରିପୋର୍ଟର): ପୁଲିସ୍-ଦୋକାନୀ ମୁହାଁମୁହିଁ। ଆଜି ସକାଳେ ପୁରୀବଡ଼ଶଙ୍ଖରେ ପୁଲିସ୍ ଓ ଦୋକାନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ମୁହାଁମୁହିଁ ପରିସ୍ଥିତି।

Advertisment

ବଡ଼ଶଙ୍ଖ ନିକଟରେ କିଛି ଦୋକାନୀ ଫଳ ଓ ପନିପରିବା ବିକ୍ରି କରିବାକୁ ବସିଥିବା ବେଳେ ପୁଲିସ୍ ସେମାନଙ୍କୁ ଉଠାଇଥିଲା। ଏହାକୁ ନେଇ ପୁଲିସ୍ ସହ ଯୁକ୍ତିତର୍କ କରିଥିଲେ ଦୋକାନୀ। ପୁଲିସ୍ ଏହି ସମୟରେ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଦୋକାନୀ। ପୁଲିସ୍ ମାଡ଼ରେ ଜଣେ ଫଳ ଦୋକାନୀ ଆହତ ହୋଇଥିବା ବେଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା।

ପରିସ୍ଥିତି ଏପରି ହୋଇଥିଲା କି ରାସ୍ତା ଉପରେ ବସି ପୁଲିସ୍ କାର୍ଯ୍ୟାନୁଷ୍ଠାନଗୁ ବିରୋଧ କରିଥିଲେ ଦୋକାନୀ। ସେହିପରି ଏହି ଘଟଣା ଘଟିବା ସମୟରେ ସେଠାକୁ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ସାମ୍ବାଦିକଙ୍କୁ ବି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।

Advertisment

ପୂରା ଘଟଣାର ତଦନ୍ତ କରିବା ପାଇଁ ପୁରୀ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଏସ୍‌ପି ମିହିର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା କିପରି ଘଟିଲା ସେ ନେଇ ତଦନ୍ତ ପରେ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ସରକାର ରାଜ୍ୟରେ ଲକ୍‌ଡାଉନ୍‌କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ତେବେ ପନିପରିବା, ଗ୍ରୋସରୀ, ଫଳମୂଳ, ପିଲାଙ୍କ ବହିପତ୍ର ମିଳୁଥିବା ଦୋକାନ, ମାଛ, ମାଂସ, କ୍ଷୀର ଓ ଗ୍ୟାରେଜ ଭଳି କିଛି ଦୋକାନ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ୧୧ ପର୍ଯ୍ୟନ୍ତ ଏସବୁ ଦୋକାନ ଖୋଲା ରହିପାରିବ ଏବଂ ଲୋକେ ଚାଲି ଚାଲି ଯାଇ କିଣାକିଣି କରିପାରିବେ।

Odisha News