Advertisment

ଛାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର

ଖୋର୍ଦ୍ଧା(ବଳରାମ ଲେଙ୍କା):  ଟ୍ରାକ୍ଟର ଧକ୍କାରେ ଜଣେ  ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଡିହଖଳା ଗାଁ ଛକରେ। ମୃତ ଛାତ୍ରୀ ଜଣଙ୍କ ହେଲେ ସସ୍ମିତା ସ୍ୱାଇଁ। ସେ ସପ୍ତମ ଶ୍ରେଣୀରେ ପଢୁଥିଲେ। ଆଜି ସକାଳେ ସସ୍ମିତା ସାଇକେଲ ଯୋଗେ ଉବରସିଂହ ସରକାରୀ ବିଦ୍ୟାଳୟକୁ ଯାଉଥିଲେ। ଏହି ସମୟରେ ଡିହଖଳା ଗାଁ ଛକରେ ଟ୍ରାକ୍ଟରଟି ତାଙ୍କ ପଛୁ ପଟୁ ଧକ୍କା ଦେଇଥିଲା। ଛାତ୍ରୀ ଜଣଙ୍କ ତଳେ ପଡ଼ିଯିବାରୁ ପଥର […]

ଅଦ୍ୟତନ ହୋଇଛି
ରାସ୍ତାରେ ଛିଡା ହୋଇଥିଲା ଡମ୍ଫର, ପିଟି ହୋଇଗଲା ବାଇକ୍‌

Accident

Advertisment

ଖୋର୍ଦ୍ଧା(ବଳରାମ ଲେଙ୍କା):  ଟ୍ରାକ୍ଟର ଧକ୍କାରେ ଜଣେ  ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଡିହଖଳା ଗାଁ ଛକରେ। ମୃତ ଛାତ୍ରୀ ଜଣଙ୍କ ହେଲେ ସସ୍ମିତା ସ୍ୱାଇଁ। ସେ ସପ୍ତମ ଶ୍ରେଣୀରେ ପଢୁଥିଲେ।

Advertisment

ଆଜି ସକାଳେ ସସ୍ମିତା ସାଇକେଲ ଯୋଗେ ଉବରସିଂହ ସରକାରୀ ବିଦ୍ୟାଳୟକୁ ଯାଉଥିଲେ। ଏହି ସମୟରେ ଡିହଖଳା ଗାଁ ଛକରେ ଟ୍ରାକ୍ଟରଟି ତାଙ୍କ ପଛୁ ପଟୁ ଧକ୍କା ଦେଇଥିଲା। ଛାତ୍ରୀ ଜଣଙ୍କ ତଳେ ପଡ଼ିଯିବାରୁ ପଥର ବୋଝେଇ ଟ୍ରାକ୍ଟରଟି ତାଙ୍କ ଉପରେ ଚଢ଼ି ଯାଇଥଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ ଟ୍ରାକ୍ଟରକୁ ଜବତ କରିବା ସହ ଗାଡ଼ି ଡ୍ରାଇଭରକୁ ଅଟକ ରଖିଛି। ଦୁର୍ଘଟଣାପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe