ନବମ ଶ୍ରେଣୀ ଛାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା

କେନ୍ଦ୍ରାପଡ଼ା( ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା-ଦାନପୁର ରାସ୍ତାର ଝିଙ୍କଡି ହାଟବାଣପୁର ଛକରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ହାଇୱା  ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣଙ୍କ ହେଲେ ଲକ୍ଷ୍ମୀପ୍ରିୟା ଲେଙ୍କା। ସେ ନବମ ଶ୍ରେଣୀରେ ପଢ଼ୁଥିଲେ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାର ବସ୍‌ପୁରରେ। ଆଜି ସକାଳେ ଲକ୍ଷ୍ମୀପ୍ରିୟା ସାଇକେଲରେ ଟିଉସନରୁ ଫେରୁଥିବା ବେଳେ ହାଇୱାଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା […]

accident

Tapaswini Nayak
  • Published: Monday, 06 June 2022
  • , Updated: 06 June 2022, 12:29 PM IST

କେନ୍ଦ୍ରାପଡ଼ା( ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା-ଦାନପୁର ରାସ୍ତାର ଝିଙ୍କଡି ହାଟବାଣପୁର ଛକରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ହାଇୱା  ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣଙ୍କ ହେଲେ ଲକ୍ଷ୍ମୀପ୍ରିୟା ଲେଙ୍କା। ସେ ନବମ ଶ୍ରେଣୀରେ ପଢ଼ୁଥିଲେ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାର ବସ୍‌ପୁରରେ।

ଆଜି ସକାଳେ ଲକ୍ଷ୍ମୀପ୍ରିୟା ସାଇକେଲରେ ଟିଉସନରୁ ଫେରୁଥିବା ବେଳେ ହାଇୱାଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଭଙ୍ଗାରୁଜା କରିବା ସହ  ଡ୍ରାଇଭରକୁ ମାଡ଼ ମାରିଥିଲେ।  ପରେ ଡ୍ରାଇଭରକୁ ପୁଲିସ ଜିମାରେ ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି  ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି।

ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି ଓ ପୁଲିସ ଘଟଣାର ତଦନ୍ତ କରୁଛି।

Related story