Advertisment

Death: ହଷ୍ଟେଲ ପରିସରରେ ଟଳି ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଗଲପୁର ଗ୍ରାମର ସନ୍ତୋଷ ପ୍ରଧାନଙ୍କ ପୁଅ ମିହିର ପ୍ରଧାନ। ସେ ସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିଲେ।

author-image
Jitendra Garnayak
Medical

ଛାତ୍ରଙ୍କ ମୃତ୍ୟୁ ଖବର ପାଇବା ପରେ ଡାକ୍ତରଖାନାରେ ସଂପର୍କୀୟ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଗଲପୁର ଗ୍ରାମର ସନ୍ତୋଷ ପ୍ରଧାନଙ୍କ ପୁଅ ମିହିର ପ୍ରଧାନ। ସେ ସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିଲେ।

Advertisment

ଆଜି ସକାଳେ ହଠାତ ହଷ୍ଟେଲ ପରିସରରେ ମିହିର ଅଚେତ ହୋଇ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହା ପରେମୃତ ଛାତ୍ରଙ୍କ ପରିବାର ଲୋକେ ଓ ସଂପର୍କୀୟମାନେ ଡାକ୍ତରଖାନାରେ ପହଞ୍ଚିଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ସ୍ଥାନୀୟ ବିଧାୟକ ଓ ତହସିଲଦାର ପହଞ୍ଚି ଘଟଣା ସମ୍ପର୍କରେ ବୁଝିଥିଲେ।

Advertisment

କେଉଁ କାରଣରୁ ମିହିରଙ୍କ ଅକାଳ ମୃତ୍ୟୁ ଘଟିଲା, ତାହା ସ୍ପଷ୍ଟ ହୋଇପାରିନି। 

ଏହି ଘଟଣା ପରେ ବାଗଲପୁର ଗାଁ ସହିତ ଖଲ୍ଲିକୋଟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।