Advertisment

ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା

ଡିଏମଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି, ଆସନ୍ତା ବର୍ଷ ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ମେଡିକାଲ କଲେଜ ହେବ। ଯେତେବେଳେ କି ୨୦୨୬ ସୁଦ୍ଧା ତାଳଚେରରେ ମଧ୍ୟ ପ୍ରତିଷ୍ଠା ହେବ ମେଡିକାଲ କଲେଜ।

DMET Sachidananda Mohanty

DMET Sachidananda Mohanty

Advertisment

ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା। ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି। ସେ କହିଛନ୍ତି, ଆସନ୍ତା ବର୍ଷ ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ମେଡିକାଲ କଲେଜ ହେବ। ଯେତେବେଳେ କି ୨୦୨୬ ସୁଦ୍ଧା ତାଳଚେରରେ ମଧ୍ୟ ପ୍ରତିଷ୍ଠା ହେବ ମେଡିକାଲ କଲେଜ। ଆଗକୁ ସବୁ ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ଖୋଲିବା ଲାଗି ଯୋଜନା ରଖିଛନ୍ତି ରାଜ୍ୟ ସରକାର।

Advertisment

ବର୍ତ୍ତମାନ ରାଜ୍ୟର ବ୍ରହ୍ମପୁର, କଟକ ଓ ବୁର୍ଲା ସମେତ ମୋଟ ୧୦ଟି ସରକାରୀ ମେଡିକାଲ କଲେଜ ରହିଛି। ଏହା ସହିତ ୨ଟି ପୋଷ୍ଟ ଗ୍ରାଜୁଏଟ ଓ ଡେଣ୍ଟାଲ ମେଡିକାଲ କଲେଜ ରହିଛି। ପୂର୍ବରୁ କଟକ, ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜରେ ୭୦୦ ଡାକ୍ତରୀ ସିଟ ରହିଛି। ଏବେ ରାଜ୍ୟରେ ଖୋଲିଥିବା ୭ଟି ନୂଆ ମେଡିକାଲ କଲେଜ ଯୋଗୁଁ ଆଉ ୭୦୦ ସିଟ ଯୋଡ଼ି ହୋଇଛି।

ଫଳରେ ରାଜ୍ୟର ସରକାରୀ ମେଡିକାଲ କଲେଜର ମୋଟ ଡାକ୍ତରୀ ସିଟ ସଂଖ୍ୟା ୧୪୦୦ରେ ପହଞ୍ଚିଛି। ସବୁ ଜିଲ୍ଲାରେ ମେଡିକାଲ ଖୋଲିବା ପରେ ରାଜ୍ୟରେ ଦେଖାଦେଇଥିବା ଡାକ୍ତର ଅଭାବ ସମସ୍ୟା ଦୂର ହେବ। ଏଥିପାଇଁ ରାଜ୍ୟ ସରକାର ବେଶ ଯତ୍ନବାନ ଓ ଭିତ୍ତିଭୂମିର ବିକାଶ କରାଯାଉଛି। ଏମବିବିଏସ ଡିଗ୍ରୀ ହାସଲ ପରେ ରାଜ୍ୟ ବାହାରକୁ ନଯିବା ପାଇଁ ଦୁଇ ବର୍ଷ ବଣ୍ଡ ବା ଚୁକ୍ତି କରାଯାଉଛି। ନକଲି ଡାକ୍ତରଙ୍କୁ ଚିହ୍ନଟ କରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏନେଇ ଆବଶ୍ୟକ ପଦକ୍ଷେପ ଖୁବଶୀଘ୍ର ନିଆଯିବ ବୋଲି ଡିଏମଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି।

Advertisment
Odisha Medical College
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe