Advertisment

ବସ୍‌ଷ୍ଟାଣ୍ଡରେ ଲାଞ୍ଚ ନେଉଥିଲେ କିରାଣି, ମାଡ଼ିବସିଲା ଭିଜିଲାନ୍ସ

ଆସିକା(ମନୋଜ ମୁନି): ଭିଜିଲାନ୍ସ ଜାଲରେ ପଡ଼ିଗଲେ ବିଇଓ ଅଫିସର କିରାଣି। ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ  ମାଡ଼ି ବସିଲା ଭିଜିଲାନ୍ସ। ଏପରି ଅଭିଯୋଗ ଗଞ୍ଜାମରୁ ଆସିଛି। ୨୦୨୨ ଏପ୍ରିଲ ୩୦ ତାରିଖରେ ଚାକିରିରୁ ଅବସର ନେଇଥିଲେ ଶିକ୍ଷକ ନବଘନ ଗୌଡ଼। ହେଲେ ୨୦୧୯ ମସିହାରୁ ମିଳିବାକୁ ଥିବା ତାଙ୍କ ବର୍ଦ୍ଧିତ ପ୍ରାପ୍ୟ ପାଇଥିଲେ। ସେଥିପାଇଁ ସେ ବାରମ୍ୱାର ଆସିକା ବିଇଓ ଅଫିସ୍‌ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଯାଇଥିଲେ। ହେଲେ ତାଙ୍କୁ ସବୁବେଳେ ନିରାଶ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ବସ୍‌ଷ୍ଟାଣ୍ଡରେ ଲାଞ୍ଚ ନେଉଥିଲେ କିରାଣି, ମାଡ଼ିବସିଲା ଭିଜିଲାନ୍ସ

vigilance

ଆସିକା(ମନୋଜ ମୁନି): ଭିଜିଲାନ୍ସ ଜାଲରେ ପଡ଼ିଗଲେ ବିଇଓ ଅଫିସର କିରାଣି। ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ  ମାଡ଼ି ବସିଲା ଭିଜିଲାନ୍ସ। ଏପରି ଅଭିଯୋଗ ଗଞ୍ଜାମରୁ ଆସିଛି।

Advertisment

୨୦୨୨ ଏପ୍ରିଲ ୩୦ ତାରିଖରେ ଚାକିରିରୁ ଅବସର ନେଇଥିଲେ ଶିକ୍ଷକ ନବଘନ ଗୌଡ଼। ହେଲେ ୨୦୧୯ ମସିହାରୁ ମିଳିବାକୁ ଥିବା ତାଙ୍କ ବର୍ଦ୍ଧିତ ପ୍ରାପ୍ୟ ପାଇଥିଲେ। ସେଥିପାଇଁ ସେ ବାରମ୍ୱାର ଆସିକା ବିଇଓ ଅଫିସ୍‌ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଯାଇଥିଲେ। ହେଲେ ତାଙ୍କୁ ସବୁବେଳେ ନିରାଶ ହୋଇ ଫେରିବାକୁ ପଡ଼ୁଥିଲା। ଅବସରପ୍ରାପ୍ତ ଶିକ୍ଷକ ଯେତେ ଅନୁରୋଧ କରୁଥିଲେ ମଧ୍ୟ ବିଇଓ ଅଫିସ୍‌ କିରାଣି ମନୋଜ ପ୍ରଧାନ ଶୁଣୁନଥିଲେ।

୫୦୦୦ ଟଙ୍କା ଦେଲେ ଅବସରକାଳୀନ କାଗଜପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇବେ ମନୋଜ କହିଥିଲେ। ଏଥିରେ ନବଘନ ରାଜି ହୋଇଥିଲେ। ପରେ ଏନେଇ ନବଘନ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ମନୋଜଙ୍କୁ ନବଘନ ଆସିକା ବସ୍‌ଷ୍ଟାଣ୍ଡରେ ଲାଞ୍ଚ ଟଙ୍କା ଦେଉଥିଲେ। ଏହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ। ଏପରିକି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ପରେ ଭିଜିଲାନ୍ସ ଅଧିକାରୀମାନେ ଆସିକା ବିଇଓ ଅଫିସ୍‌ ଓ ବାଣୀବିହାର ସ୍ଥିତ ଶ୍ୱଶୁର ଘରେ ଚଢ଼ଉ କରିଥିଲା।

Advertisment
Vigilance Raid