Advertisment

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରେଳବାଇ ଲାଇନ୍‌ ମ୍ୟାନ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍। ଆଜି ସକାଳେ ଏହି ଘଟଣା ଘଟିଛି। ରାଉରକେଲା ବନ୍ଧମୁଣ୍ଡା ଡିଜେଲ୍ କଲୋନୀ ନିକଟରେ ରେଳ ଲାଇନ୍‌ରେ ଫାଟ ଥିବାନେଇ ଲାଇନ୍ ମ୍ୟାନ୍ ରାମ ଆଶ୍ରୟ ଦାସ ପ୍ରଥମେ ଦେଖିଥିଲେ। ଏହାପରେ ସେ ଲାଲ୍‌ ପତାକା ଧରି ରେଳ ଲାଇନ୍‌ ଉପରକୁ ଚାଲି ଆସି ଉକ୍ତ ଟ୍ରାକ୍‌ରେ ଆସୁଥିବା ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍‌କୁ ଅଟକାଇ ଥିଲେ। […]

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍

trian1

Advertisment

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରେଳବାଇ ଲାଇନ୍‌ ମ୍ୟାନ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍। ଆଜି ସକାଳେ ଏହି ଘଟଣା ଘଟିଛି।

Advertisment

ରାଉରକେଲା ବନ୍ଧମୁଣ୍ଡା ଡିଜେଲ୍ କଲୋନୀ ନିକଟରେ ରେଳ ଲାଇନ୍‌ରେ ଫାଟ ଥିବାନେଇ ଲାଇନ୍ ମ୍ୟାନ୍ ରାମ ଆଶ୍ରୟ ଦାସ ପ୍ରଥମେ ଦେଖିଥିଲେ। ଏହାପରେ ସେ ଲାଲ୍‌ ପତାକା ଧରି ରେଳ ଲାଇନ୍‌ ଉପରକୁ ଚାଲି ଆସି ଉକ୍ତ ଟ୍ରାକ୍‌ରେ ଆସୁଥିବା ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍‌କୁ ଅଟକାଇ ଥିଲେ। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଥିଲା।

ଏହା ପରେ କିଛି ସମୟ ପର୍ଯ୍ୟନ୍ତ ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳକୁ ବନ୍ଦ କରାଯାଇଥିଲା। ରେଳବାଇ କର୍ମଚାରୀ ଓ ବୈଷୟିକ ଟିମ୍ ପହଞ୍ଚି ରେଳ ଲାଇନ୍ ମରାମତି ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe