Advertisment

କରୋନା କଟକଣା: ଲକ୍‌ଡାଉନ୍ ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ ଡାଉନ୍‌ ଘୋଷଣା।  ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ୫ଟି ଜିଲ୍ଲା ଓ ୮ଟି ଟାଉନ୍‌କୁ ଲକ୍ ଡାଉନ୍ ଘୋଷଣା କଲେ ନବୀନ।  ଏହି ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ତଥା ଅତ୍ୟନ୍ତ ଜରୁରୀ କାର୍ଯ୍ୟ ବ୍ୟତୀତ ବାକି ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକ ଦ୍ରବ୍ୟ ସଂଗ୍ରହ ପାଇଁ ଜନସାଧାରଣ ବାହାରକୁ ଯାଇ ପାରିବେ। ହସ୍ପିଟାଲ, ବ୍ୟାଙ୍କ, ATM, ପୌର ସେବା ଜାରି […]

author-image
Tapas Behera
ଅଦ୍ୟତନ ହୋଇଛି
କରୋନା କଟକଣା: ଲକ୍‌ଡାଉନ୍ ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ

43210-1-750x430-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ ଡାଉନ୍‌ ଘୋଷଣା।  ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ୫ଟି ଜିଲ୍ଲା ଓ ୮ଟି ଟାଉନ୍‌କୁ ଲକ୍ ଡାଉନ୍ ଘୋଷଣା କଲେ ନବୀନ।  ଏହି ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ତଥା ଅତ୍ୟନ୍ତ ଜରୁରୀ କାର୍ଯ୍ୟ ବ୍ୟତୀତ ବାକି ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକ ଦ୍ରବ୍ୟ ସଂଗ୍ରହ ପାଇଁ ଜନସାଧାରଣ ବାହାରକୁ ଯାଇ ପାରିବେ। ହସ୍ପିଟାଲ, ବ୍ୟାଙ୍କ, ATM, ପୌର ସେବା ଜାରି ରହିବ। ପୁଲିସ, ଅଗ୍ନିଶମ, ଓଡ୍ରାଫ୍, ପାନୀୟ ଜଳ, ବିଦ୍ୟୁତ ସେବା ଜାରି ରହିବ। କେବଳ ଜରୁରୀ ଜିନିଷ ପାଇଁ ବାହାରକୁ ଯିବା କହିଲେ ମୁଖ୍ୟମନ୍ତ୍ରୀ। ତେବେ ଏହି ଲକ୍‌ଡାଉନ୍‌ ନିୟମକୁ ଅମାନ୍ୟ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛି।

Advertisment

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପ୍ରେସ୍‌ ବାର୍ତ୍ତାରେ କହିଛନ୍ତି ଯେ, ଗତ ଦୁଇ ମାସ ମଧ୍ୟରେ ଦୁନିଆ ବଦଳି ଯାଇଛି। ରାଜନୀତି, ଅର୍ଥନୀତି ସବୁକୁ କିଛି ପଛରେ ପକାଇ ସ୍ୱାସ୍ଥ୍ୟ ସମସ୍ୟା ସାରା ବିଶ୍ୱ ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି କରିଛି। ଚୀନ ଓ ସାଉଥ କୋରିଆ ଠାରୁ ଆରମ୍ଭ କରି ନିକଟରେ ଆମେରିକା, ବ୍ରିଟେନ ଓ ଅନ୍ୟ ଇରୋପୀୟ ଦେଶ  ମାନଙ୍କ ପାଇଁ କରୋନା ଭାଇରସ୍‌ ଗୁରୁତର ସମସ୍ୟା ସୃଷ୍ଟି କରିଛି।

ବର୍ତ୍ତମାନ ଏହି ଭାଇରସ ଭାରତରେ ମଧ୍ୟ ପହଞ୍ଚି ଯାଇଛି। ଭାରତରେ କୋଭିଡ- 19 ରୋଗୀଙ୍କ ସଂଖ୍ୟା ବଢୁଛି । ଏହି ଭାଇରସ୍‌ ବାହାରୁ ଆସିଛି । ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । କେବଳ ସଚେତନତା ଦ୍ୱାରା ହିଁ ଏହାକୁ ରୋକାଯାଇ ପାରିବ। ତେଣୁ ନବୀନ ଅନୁରୋଧ କହିଛନ୍ତି ଯେ, ସମସ୍ତେ ଘରେ ରୁହନ୍ତୁ। ଘରେ ରହିଲେ ଆପଣ ଓ ଆପଣଙ୍କ ପରିବାର ସୁରକ୍ଷିତ ରହିପାରିବେ। ଏ ଭାଇରସ୍‌କୁ ଆପଣଙ୍କ ଘରେ ପଶିବାକୁ ଦିଅନ୍ତୁ ନାହିଁ ବୋଲି ନବୀନ ଅନୁରୋଧ କରିଛନ୍ତି। ଏହି ରଣନୀତିକୁ ପାଳନ କରି ଚୀନର ଉହାନ୍‌ ପ୍ରଦେଶ କରୋନା ଭାଇରସ୍‌କୁ ହରାଇ ଦେଇପାରିଛି ।

Advertisment

ବର୍ତ୍ତମାନ ସମୟ ଆସିଛି ଆମେ ମଧ୍ୟ ଏହି ରଣନୀତିକୁ ଆପଣେଇବା। ଘରେ ରହିବା। କେବଳ ଅତ୍ୟାବଶ୍ୟକ ଦ୍ରବ୍ୟ ସଂଗ୍ରହ ପାଇଁ   ବାହାରକୁ ଯିବା। ତା ହେଲେ ଆମେ ମଧ୍ୟ ଏ ଯୁଦ୍ଧ ଜିତିପାରିବା ବୋଲି ନବୀନ କହିଛନ୍ତି।

ଆଗାମୀ ସପ୍ତାହ ଆମ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ। ଗତ କିଛି ଦିନ ମଧ୍ୟରେ ବିଦେଶରୁ ୩୦୦୦ରୁ ଅଧିକ ଲୋକ ଓଡିଶାକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାର। ତେଣୁ ପ୍ରଥମ ପର୍ଯ୍ୟାୟରେ ଏହି ୫ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର,  ରାଉରକେଲା,  ଭଦ୍ରକ,  ପୁରୀ,  ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ ୨୨ ମାର୍ଚ୍ଚ ରବିବାର ସକାଳ ୭ଟା ରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ସଂପୂର୍ଣ୍ଣ (Near Total ) Lock Down କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଏହି Lock Down ସମୟରେ କେବଳ ବସ୍‌, ଟ୍ରେନ୍‌ ଓ ବିମାନ ସେବା ସହିତ ସଉଦା ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍‌, ପେଟ୍ରୋଲ ପମ୍ପ ଏବଂ ମେଡିସିନ୍‌ ଦୋକାନ ଆଦି ଖୋଲା ରହିବ। ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ ମଧ୍ୟ ଖୋଲା ରହିବ।

ସେହିପରି ଏସବୁ ଅଞ୍ଚଳରେ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ, ମ୍ୟୁନିସ୍‌ପାଲଟି ସେବା, ପୋଲିସ, ଅଗ୍ନିଶମ ସେବା, ଓଡ୍ରାଫ, ପାନୀୟ ଜଳ ଓ ବିଦ୍ୟୁତ ସେବା ଆଦି ଜାରି ରହିବ। ପ୍ରଶାସନିକ କାର୍ଯ୍ୟାଳୟ ଗୁଡିକ ମଧ୍ୟ ଖୋଲା ରହିବ।

ପ୍ରତିଟି ଓଡିଶାବାସୀଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ । ମୋର ଅନୁରୋଧ, ସରକାରଙ୍କ ନିଷ୍ପତ୍ତିରେ ଆପଣମାନେ ସହଯୋଗ କରନ୍ତୁ ବୋଲି ନବୀନ କହିଛନ୍ତି। ନିଜର, ନିଜ ପରିବାର ଓ ବନ୍ଧୁମାନଙ୍କ ମଙ୍ଗଳ ପାଇଁ ଘରେ ରୁହନ୍ତୁ। ଲୋକଙ୍କ ସ୍ୱାର୍ଥ ପାଇଁ ସରକାର କରିଥିବା ଏହି କଟକଣାକୁ ଯିଏ ଭାଙ୍ଗିବାକୁ ଚେଷ୍ଟା କରିବ ତା ବିରୋଧରେ କଠୋର ପଦକ୍ଷେପ ପାଇଁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି।

ନବୀନ କହିଛନ୍ତି ଯେ, ମୁଁ ପୁଣି ଥରେ ଆପଣମାନଙ୍କୁ ଅନୁରୋଧ କରୁଛି, ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। କେବଳ ଘରେ ରହିଲେ ହିଁ ଆମେ ଏ ଯୁଦ୍ଧ ଜିତିପାରିବା ବୋଲି ନବୀନ କହିଛନ୍ତି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା, ଗଂଜାମ, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲା ଲକ୍ ଡାଉନ୍ ଘୋଷଣା ହେଲା। ଏହି ୫ଟି ଜିଲ୍ଲାର ସବୁ ସହର ଓ ଗାଁ ପ୍ରାୟ ସଂପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା ହୋଇଛି। ସେହିପରି ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍, ଯାଜପୁର ଟାଉନ୍ ଆଦି ୮ଟି ଟାଉନ୍‌ ଲକ୍ ଡାଉନ୍ ଘୋଷଣା କରିଛନ୍ତି  ନବୀନ।