Advertisment

ଦ୍ରୁତ ଶିଳ୍ପାୟନ ପାଇଁ ରାଜ୍ୟ ସରକାରଙ୍କ କସରତ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦ୍ରୁତ ଶିଳ୍ପାୟନ ପାଇଁ ରାଜ୍ୟ ସରକାରଙ୍କ ଜୋରଦାର କସରତ। ଆଜିଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଲ୍ଲୀରେ ଆରମ୍ଭ ହେଉଛି ଇନଭେଷ୍ଟରର୍ସ ମିଟ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଏହାର ଉଦଘାଟନ କରିବେ। ଏଥିଲାଗି ଦିଲ୍ଲୀ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଇନଭେଷ୍ଟରର୍ସ ମିଟ୍‌ରେ ୧୬ଟି ଦେଶର ଆମ୍ବାସଡାର୍ ଓ ହାଇ କମିଶନର୍‌ଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାବାଦ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ ଅବସରରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର […]

କେନ୍ଦ୍ର ବଜେଟକୁ ନେଇ ନାଖୁସ୍ ନବୀନ କହିଲେ ଏମିତି କଥା

naveen

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦ୍ରୁତ ଶିଳ୍ପାୟନ ପାଇଁ ରାଜ୍ୟ ସରକାରଙ୍କ ଜୋରଦାର କସରତ। ଆଜିଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଲ୍ଲୀରେ ଆରମ୍ଭ ହେଉଛି ଇନଭେଷ୍ଟରର୍ସ ମିଟ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଏହାର ଉଦଘାଟନ କରିବେ। ଏଥିଲାଗି ଦିଲ୍ଲୀ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ଏହି ଇନଭେଷ୍ଟରର୍ସ ମିଟ୍‌ରେ ୧୬ଟି ଦେଶର ଆମ୍ବାସଡାର୍ ଓ ହାଇ କମିଶନର୍‌ଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାବାଦ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ ଅବସରରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ନଭେମ୍ବରରେ ଆୟୋଜନ ହେବାକୁ ଥିବା ମେକ୍ ଇନ୍ ଓଡିଶାର ତୃତୀୟ ସଂସ୍କରଣ ପୂର୍ବରୁ ଏଭଳି ଇନଭେଷ୍ଟର୍ସ ମିଟ୍ କରାଯାଉଛି। ଆମେରିକା, ୟୁଏଇ, ଓମାନ, କାତାର, ୟୁକେ, ଫ୍ରାନ୍ସ, ଇଟାଲୀ, ଜର୍ମାନୀ, ଜାପାନ, ସିଙ୍ଗାପୁର, ଦକ୍ଷିଣ କୋରିଆ ଓ ଅଷ୍ଟ୍ରେଲିଆ ପ୍ରମୁଖ ଦେଶର ପ୍ରତିନିଧି ଏହି କନକ୍ଲେଭରେ ଯୋଗ ଦେବେ ।

Advertisment

ଏହା ପୂର୍ବରୁ ଦୁବାଇରେ ଇନ୍‌ଭେଷ୍ଟରର୍ସ ମିଟ୍ ଓ ଅହମ୍ମଦାବାଦରେ ରୋଡ୍ ସୋ କରିଥିଲା ଶିଳ୍ପ ବିଭାଗ। ୨୦୧୬ ଓ ୨୦୧୮ରେ ଆୟୋଜିତ ହୋଇଥିବା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରୁ ସେଭଳି କିଛି ଫାଇଦା ମିଳିନାହିଁ। ବିଧାନସଭାରେ ଶିଳ୍ପମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ, ଏ ଦୁଇ ମେକ୍ ଇନ୍ ଓଡିଶା କନ୍‌କ୍ଲେଭ ଆୟୋଜନ ପାଇଁ ଖର୍ଚ୍ଚ ହୋଇଥିଲା ୫୫ କୋଟି। ଉଭୟରୁ ଆସିଥିଲା ସମୁଦାୟ ୬ ଲକ୍ଷ ୨୬ ହଜାର କୋଟି।

ପୁଞ୍ଜିନିବେଶ ପ୍ରସ୍ତାବ ତାସହିତ ୭ ଲକ୍ଷ ୨୮ ହଜାର ୬୮୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରାଯାଇଥିଲା ହେଲେ ମୋଟ୍ ୨୮୬ଟି ପ୍ରସ୍ତାବ ମଧ୍ୟରୁ ସିଙ୍ଗଲ ଓ୍ୱିଣ୍ଡୋ କ୍ଳିୟରାନ୍ସ ମାଧ୍ୟମରେ ୧୬୪ଟିକୁ ଅନୁମୋଦନ ମିଳିଛି। ସେଥିମଧ୍ୟରୁ  ୫, ୬୭୪କୋଟିର ମାତ୍ର ୧୬ଟି ପ୍ରସ୍ତାବ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବା ବେଳେ ମାତ୍ର ୫, ୮୭୮ ଜଣଙ୍କୁ ନିଯୁକ୍ତି ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe