Advertisment

‘ଗାଈ ଓ ମଇଁଷି ପାଇଁ ଚାଷୀଙ୍କୁ ମିଳିବ ୩୦ ହଜାର ଟଙ୍କା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ୟାସ୍‌ରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ୟାକେଜ ଘୋଷଣା କରିଥିଲେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ପାଇଁ ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି।୩୩%ରୁ ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କ ସ୍ୱଳ୍ପ ମିଆଦୀ ଋଣ ମଧ୍ୟମ ମିଆଦୀ ହେବ ଏବଂ ଦୁଧିଆଳି ଗାଈ ଓ ମଇଁଷି ପାଇଁ ଚାଷୀଙ୍କୁ ୩୦ ହଜାର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁସାରେ […]

author-image
Manoranjan Sial
ଅଦ୍ୟତନ ହୋଇଛି
୩୪ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଗଲା 'କାଳିଆ' ଟଙ୍କା, ଇସାରାରେ କେନ୍ଦ୍ରକୁ ଟାର୍ଗେଟ

CM Naveen Patnaik

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ୟାସ୍‌ରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ୟାକେଜ ଘୋଷଣା କରିଥିଲେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ପାଇଁ ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି।୩୩%ରୁ ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କ ସ୍ୱଳ୍ପ ମିଆଦୀ ଋଣ ମଧ୍ୟମ ମିଆଦୀ ହେବ ଏବଂ ଦୁଧିଆଳି ଗାଈ ଓ ମଇଁଷି ପାଇଁ ଚାଷୀଙ୍କୁ ୩୦ ହଜାର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁସାରେ ୩୩%ରୁ ଅଧିକ କ୍ଷତି ସହିଥିବା କ୍ଷୁଦ୍ର/ନାମମାତ୍ର ଚାଷୀଙ୍କୁ ଇନପୁଟ୍‌ ସବସିଡି ମିଳିବ। ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ସବ୍‌ସିଡି ୬୮୦୦ ଟଙ୍କା ଓ ଜଳସେଚିତ ଜମି ପାଇଁ ହେକ୍ଟରକୁ ୧୩, ୫୦୦ ଟଙ୍କା ମିଳିବ। ବାରମାସୀ ଫସଲ ଜମି ପାଇଁ ହେକ୍ଟର ପିଛା ମିଳିବ ୧୮ ହଜାର। ବାରମାସୀ ଫସଲ ପାଇଁ ଚାଷୀଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ୧୦୦୦ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ୟାସ୍‌ ବାତ୍ୟା ପ୍ରଭାବିତ ଜିଲ୍ଲାର ଚାଷୀଙ୍କୁ ଏବେ ମିଳୁଥିବା ରିହାତି ସହ ୨୫% ଅଧିକ ରିହାତି ମିଳିବ। ଧାଡ଼ି ବୁଣା କରୁଥିବା ଚାଷୀଙ୍କୁ ହେକ୍ଟର ପିଛା ମିଳିବ ୧୫୦୦ ଟଙ୍କା। କୃଷି ଯନ୍ତ୍ରପାତି କିଣିବାକୁ ପ୍ରଭାବିତ ଜିଲ୍ଲାର ଚାଷୀଙ୍କୁ ୨୦ କୋଟିର ରିହାତି ମିଳିବ। ପମ୍ପସେଟ୍‌ କିଣିବାକୁ ସର୍ବାଧିକ ୧୫୦୦୦ ପର୍ଯ୍ୟନ୍ତ ରିହାତି ମିଳିବ। ପାୱାର ସ୍ପ୍ରେୟର ପାଇଁ ୩୮୦୦, ହାତଚଲା ସ୍ପ୍ରେୟର ପାଇଁ ୭୫୦ ରିହାତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Advertisment

ଲୁଣିପାଣି ମାଡ଼ି ଯାଇଥିବା ଭଦ୍ରକବାଲେଶ୍ୱର ପାଇଁ ସ୍ୱତନ୍ତ୍ର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜମିରୁ ଲୁଣା ହଟାଇବାକୁ ହେକ୍ଟର ପିଛା ୭୫୦ ଟଙ୍କା ମିଳିବ। ପାନ ବରଜ କରିଥିବା ୧୨୫ ଚାଷୀଙ୍କୁ ଜଣ ପିଛା ମିଳିବ ୧୫ ହଜାର ଟଙ୍କା। କ୍ଷତିଗ୍ରସ୍ତ ୫୦ ଛତୁଚାଷ ୟୁନିଟକୁ ୪୦ ହଜାର ଲେଖାଏଁ ମିଳିବ। ୧୧୦ ଟଙ୍କା ବିଶିଷ୍ଟ ୧୦ ହଜାର ପରିବା ମିନିକିଟ୍ ମାଗଣାରେ ଚାଷୀଙ୍କୁ ମିଳିବ। ୩୩%ରୁ ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କ ସ୍ୱଳ୍ପ ମିଆଦୀ ଋଣ ମଧ୍ୟମ ମିଆଦୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଦୁଧିଆଳି ଗାଈ ଓ ମଇଁଷି ପାଇଁ ୩୦ ହଜାର ଲେଖାଏଁ ସହାୟତା ମିଳିବ। ଗୋରୁ, ବଳଦଙ୍କ ପାଇଁ ୨୫ ହଜାର, ବାଛୁରୀ ପାଇଁ ୧୬ ହଜାର ମିଳିବ। ଛେଳି, ମେଣ୍ଢାଙ୍କ ପାଇଁ ୩ ହଜାର, କୁକୁଡ଼ା ଗୋଟିକୁ ୫୦ ଟଙ୍କା ମିଳିବ। ବାତ୍ୟାରେ ଭାଙ୍ଗି ଯାଇଥିବା ଗୁହାଳ ପୁନନିର୍ମାଣ ପାଇଁ ୨୧୦୦ ଟଙ୍କା ମିଳିବ। ପୂରା ଭାଙ୍ଗିଥିବା ଡଙ୍ଗା ପାଇଁ ୯୬୦୦ ଓ ଆଂଶିକ ଭାଙ୍ଗି ଯାଇଥିବା ଡଙ୍ଗା ପାଇଁ ୪୧୦୦ ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Naveen Patnaik Cyclone Disaster Management