Advertisment

ପାର୍ବଣରେ ବଢ଼ିପାରେ କରୋନା ସଂକ୍ରମଣ, ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେରଳରେ ଓନମ ପର୍ବ ପାଳନ ଯୋଗୁ ସେଠାରେ କରୋନା ସଂକ୍ରମଣ ପୁଣିଥରେ ବ୍ୟାପିଥିବାରୁ ଓଡ଼ିଶାରେ ପାର୍ବଣ ଋତୁରେ କରୋନା ବ୍ୟାପିବାର ଆଶଙ୍କା ଥିବାରୁ କୋଭିଡ୍ ଗାଇଡଲାଇନ୍ କଡ଼ାକଡ଼ି ପାଳନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଆଜି ଅପରାହ୍ନରେ ୫ମିନିଟ୍ ୧୯ସେକେଣ୍ଡର ଏକ ଭିଡିଓ ମାଧ୍ୟମରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, “ଗତ ୭ମାସ ହେଲା ଓଡ଼ିଶା କରୋନା ବିରୋଧରେ ଲଢ଼େଇ ଜାରି ରଖିଛି। ଏଥିପାଇଁ ଅନେକ […]

ପାର୍ବଣରେ ବଢ଼ିପାରେ କରୋନା ସଂକ୍ରମଣ, ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ

naveen

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେରଳରେ ଓନମ ପର୍ବ ପାଳନ ଯୋଗୁ ସେଠାରେ କରୋନା ସଂକ୍ରମଣ ପୁଣିଥରେ ବ୍ୟାପିଥିବାରୁ ଓଡ଼ିଶାରେ ପାର୍ବଣ ଋତୁରେ କରୋନା ବ୍ୟାପିବାର ଆଶଙ୍କା ଥିବାରୁ କୋଭିଡ୍ ଗାଇଡଲାଇନ୍ କଡ଼ାକଡ଼ି ପାଳନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

Advertisment

ଆଜି ଅପରାହ୍ନରେ ୫ମିନିଟ୍ ୧୯ସେକେଣ୍ଡର ଏକ ଭିଡିଓ ମାଧ୍ୟମରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, “ଗତ ୭ମାସ ହେଲା ଓଡ଼ିଶା କରୋନା ବିରୋଧରେ ଲଢ଼େଇ ଜାରି ରଖିଛି। ଏଥିପାଇଁ ଅନେକ କଷ୍ଟ ଓ ତ୍ୟାଗ ମଧ୍ୟ ସ୍ୱୀକାର କରିବାକୁ ପଡ଼ିଛି। ବୟସ୍କ ଓ ଛୋଟ ପିଲାମାନଙ୍କୁ ଘରେ ରହିବାକୁ ପଡ଼ୁଛି। କିନ୍ତୁ ପିଲା ଓ ବୟସ୍କ ଲୋକେ ଘରେ ରହିବା ଦ୍ୱାରା କରୋନା ବିରୁଦ୍ଧରେ ଲଢ଼େଇକୁ ଭଲ ଭାବେ ଓଡ଼ିଶା ଲଢ଼ିପାରୁଛି। ଲୋକମାନଙ୍କର ଏହି ତ୍ୟାଗ ଯୋଗୁ ଏବେ ଓଡ଼ିଶାରେ କରୋନା ସଂକ୍ରମଣର ସ୍ଥିତିରେ ସୁଧାର ଆସିଛି। ସେପ୍ଟେମ୍ବର ୨୬ରେ ରାଜ୍ୟରେ ଦୈନିକ ୪ହଜାରରୁ ଅଧିକ ସଂକ୍ରମଣ ହେଉଥିବାବେଳେ ଏବେ ସଂକ୍ରମିତଙ୍କ ସଂଖ୍ୟା ୨ହଜାର ତଳକୁ ଖସିଛି। ଏହା ଆହୁରି ମଧ୍ୟ ହ୍ରାସ ପାଇବ। ରାଜ୍ୟରେ କୋଭିଡ୍ ସଂକ୍ରମଣ ଓ ମୃତ୍ୟୁ ହାର କମିଛି । ଗତ ୧୫ଦିନ ହେଲା ସଂକ୍ରମଣ କ୍ରମାଗତ ହ୍ରାସ ପାଇଛି। କିନ୍ତୁ ଅବହେଳା କଲେ ସଂକ୍ରମଣକୁ ରୋକିବା କଷ୍ଟକର ହେବ।

ମୁଖ୍ୟମନ୍ତ୍ରୀ ୟୁରୋପୀୟ ରାଷ୍ଟ୍ର ଓ କେରଳର ଉଦାହରଣ ଦେଇ ସେଠାରେ କିଭଳି କରୋନା ସଂକ୍ରମଣ ପୁଣିଥରେ ବ୍ୟାପିବାରେ ଲାଗିଛି ତାହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେରଳରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିଥିଲା। କିନ୍ତୁ ସେଠାରେ ଓନମ ପର୍ବ ସମୟରେ ଅବହେଳା ଯୋଗୁ ଏହା ଘାତକ ହୋଇଛି। ସେଠାରେ ଏବେ ସଂକ୍ରମଣ ୩ଗୁଣ ବୃଦ୍ଧି ପାଇଛି। ତେଣୁ ଆଗକୁ ଦୁର୍ଗାପୂଜା ଓ ଦୀପାବଳୀ ଆସୁଛି। ଭିଡ଼ଠାରୁ ଦୂରେଇ ରହିବା ପାଇଁ ସେ ରାଜ୍ୟବାସୀଙ୍କୁ ଅନୁରୋଧ କରିବା ସହ କୋଭିଡ୍ ଗାଇଡଲାଇନ୍ ମାନି ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତ୍ୱ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। କିଛି ଲୋକେ ଟିକେ ଅମାନିଆ ହେଉଛନ୍ତି ବୋଲି କହିବା ସହ ସେମାନେ ଏହାର ପରିଣାମ ପ୍ରତି ସଚେତନ ହେଉନଥିବା କହିଛନ୍ତି।
ମୁଖ୍ୟମନ୍ତ୍ରୀ ଦୁର୍ଗା ପୂଜା ଅବସରରେ ସମସ୍ତଙ୍କର ମଙ୍ଗଳକାମନା କରି ଘରେ ରହି ମା’ଙ୍କ ପୂଜା କରନ୍ତୁ ଓ ସର୍ବସାଧାରଣ ସ୍ଥାନକୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe