Advertisment

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗଣତନ୍ତ୍ର ମହାନପର୍ବରେ ସାମିଲ ହୋଇ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ। ଆଜି ସକାଳୁ ସକାଳୁ ପୌର ନିର୍ବାଚନ ଆରମ୍ଭ ହୋଇଯାଇଥିବା ବେଳେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  BMCର ୫୩ ନଂ ୱାର୍ଡରେ ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ  ନବୀନ ନିବାସରୁ ବାହାରି ଚାଲି ଚାଲି ଏରୋଡ୍ରମ୍ ୟୁପି ସ୍କୁଲରେ ହୋଇଥିବା ବୁଥ୍‌ରେ ପହଞ୍ଚିଲେ ।  ଏହାପରେ ସେଠାରେ ଭୋଟର ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଥିବା […]

author-image
Niharika Rout
ଅଦ୍ୟତନ ହୋଇଛି
ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

cm

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗଣତନ୍ତ୍ର ମହାନପର୍ବରେ ସାମିଲ ହୋଇ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ। ଆଜି ସକାଳୁ ସକାଳୁ ପୌର ନିର୍ବାଚନ ଆରମ୍ଭ ହୋଇଯାଇଥିବା ବେଳେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  BMCର ୫୩ ନଂ ୱାର୍ଡରେ ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Advertisment

ମୁଖ୍ୟମନ୍ତ୍ରୀ  ନବୀନ ନିବାସରୁ ବାହାରି ଚାଲି ଚାଲି ଏରୋଡ୍ରମ୍ ୟୁପି ସ୍କୁଲରେ ହୋଇଥିବା ବୁଥ୍‌ରେ ପହଞ୍ଚିଲେ ।  ଏହାପରେ ସେଠାରେ ଭୋଟର ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଥିବା ଚିହ୍ନଟ କରାଯିବା ପରେ ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ। ଏହାପରେ ବୁଥ୍‌ ବାହାରକୁ ଆସି ଫଟୋ ପୋଜ ମଧ୍ୟ ଦେଲେ। ମୁଖ୍ୟମନ୍ତ୍ରୀଙ୍କ ଭୋଟଦାନ ପାଇଁ ଭୋଟ୍ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ରାଜଧାନୀ ଭୁବନେଶ୍ୱରରେ ଶାନ୍ତିଶୃଙ୍ଖଳା ଓ ଅବାଧରେ ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି କମିଶନରେଟ ପୁଲିସ୍‌।  ନିର୍ବାଚନ ପାଇଁ ମୁତୟନ ହୋଇଛନ୍ତି ୫୦ ପ୍ଲାଟୁନ ଫୋର୍ସ  ଓ ୧୫୦ ପୁଲିସ ଅଫିସର।  ୭୦୫ ବୁଥ ପାଇଁ ପୋଲିଂ ପାର୍ଟି ସହ ପୁଲିସ୍‌ ପଠାଯାଇଛି।

Advertisment
Odisha Municipal Election 2022