Advertisment

ମୁଖ୍ୟମନ୍ତ୍ରୀ ଅନେକ କଥା ଜାଣି ପାରୁନାହାନ୍ତି: ମୁନ୍ନା ଖାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ କଥା ଜାଣିପାରୁନାହାନ୍ତି। ଲୋକମାନେ ବି ତାଙ୍କୁ କିଛି ଜଣାଉନାହାନ୍ତି।” ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ସରକାରଙ୍କ ଉପଦେଷ୍ଟା ତଥା ବିଜେଡି ସଂଖ୍ୟାଲଘୁ ସେଲ୍ ମୁଖ୍ୟ ମୁନ୍ନା ଖାଁ । ବିଜେଡିର ଏହି ବରିଷ୍ଠ ନେତାଙ୍କ ଉକ୍ତ ଦୁଇ ପଦ କଥା ହିଁ ପୂର୍ବରୁ ହୋଇ ଆସୁଥିବା ଅଭିଯୋଗ ଉପରେ ଖୋଲାଖୋଲି ମୋହର ଲଗାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ଦଳ ଓ ସରକାରର […]

ମୁଖ୍ୟମନ୍ତ୍ରୀ ଅନେକ କଥା ଜାଣି ପାରୁନାହାନ୍ତି: ମୁନ୍ନା ଖାଁ

munna-khan

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ କଥା ଜାଣିପାରୁନାହାନ୍ତି। ଲୋକମାନେ ବି ତାଙ୍କୁ କିଛି ଜଣାଉନାହାନ୍ତି।” ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ସରକାରଙ୍କ ଉପଦେଷ୍ଟା ତଥା ବିଜେଡି ସଂଖ୍ୟାଲଘୁ ସେଲ୍ ମୁଖ୍ୟ ମୁନ୍ନା ଖାଁ । ବିଜେଡିର ଏହି ବରିଷ୍ଠ ନେତାଙ୍କ ଉକ୍ତ ଦୁଇ ପଦ କଥା ହିଁ ପୂର୍ବରୁ ହୋଇ ଆସୁଥିବା ଅଭିଯୋଗ ଉପରେ ଖୋଲାଖୋଲି ମୋହର ଲଗାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ଦଳ ଓ ସରକାରର କୌଣସି କଥା ବୁଝନ୍ତି ନାହିଁ ବୋଲି ବୟାନ ଦେଇଥିବା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ, ବୈଜୟନ୍ତ ପଣ୍ଡା, ରଘୁନାଥ ମହାନ୍ତି, ଅର୍ଜୁନ ସେଠୀ ଓ ରମାରଞ୍ଜନ ବଳିୟାର ସିଂଙ୍କ ଭଳି ନେତାମାନଙ୍କୁ ବିଜେଡି ସବୁଦିନ ପାଇଁ ବାଏବାଏ କହିବାକୁ ପଛାଇ ନଥିଲା।

Advertisment

ଆଜି ‘ଓଟିଭି’କୁ ପ୍ରତିକ୍ରିୟା ଦେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ଉପଦେଷ୍ଟା ମୁନ୍ନା ଖାଁ କହିଛନ୍ତି ଯେ, “ମୁଖ୍ୟମନ୍ତ୍ରୀ ଅନେକ ଜିନିଷ ଜାଣିପାରୁନାହାନ୍ତି। ଲୋକମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନେକ କଥା ଜଣାଉନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ସାଧାରଣ ଲୋକ ପହଞ୍ଚି ପାରୁନାହାନ୍ତି। ତେଣୁ ଉପଦେଷ୍ଟାମାନଙ୍କୁ ସିଧାସଳଖ ଲୋକଙ୍କ ସହ ଭେଟି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସଠିକ କାର୍ଯ୍ୟକାରିତା ହେଉଛି କି ନାହିଁ ତାହା ବୁଝିବାକୁ କୁହାଯାଇଛି। ଉପଦେଷ୍ଟାମାନେ ସିଧାସଳଖ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ। ଲୋକଙ୍କ ସହ ମିଶି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ସେ ବି ଜାଣିବେ।”

ତେବେ ବିଜେଡିର ବରିଷ୍ଠ ନେତା ମୁନ୍ନା ଖାଁ କଥାରେ କଥାରେ ସତ ବଖାଣି ‘ମୁଖ୍ୟମନ୍ତ୍ରୀ ଏବେ ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ଓ ଲୋକମାନେ (ତାଙ୍କ ଅଫିସ) ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନେକ କଥା ଜଣାଉନାହାନ୍ତି ବୋଲି’ ଇସାରାରେ କହିବାକୁ ପଛାଇ ନାହାନ୍ତି। ରାଜ୍ୟରେ କ୍ରମାଗତ ପଞ୍ଚମ ପାଳି ସରକାରର ମୁଖିଆ ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ‘ଫାଇଭ୍-ଟି’ ଓ ‘ମୋ ସରକାର’ ଭଳି କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ମୁନ୍ନା ଖାଁଙ୍କ ବୟାନ ଦଳର ଅନେକ ଅକୁହା କଥାକୁ ପଦାରେ ପକାଇ ଦେଇଛି।

Advertisment

ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେଡିରେ ଥାଇ ଦଳର ସୁପ୍ରିମୋଙ୍କ କାର୍ଯ୍ୟଶୈଳୀ ସମ୍ପର୍କରେ ମନ୍ତବ୍ୟ ଦେବା ସମ୍ଭବପର ନୁହେଁ। ନବୀନ ଅନେକ କଥା ଜାଣୁନାହାନ୍ତି ଓ ତାଙ୍କ ପାଖରେ ପହଞ୍ଚାଇବାର ସୁଯୋଗ ମଧ୍ୟ ରହୁନଥିବା ପ୍ରସଙ୍ଗ ଉଠାଇ ବହୁ ବରିଷ୍ଠ ନେତାଙ୍କୁ ବିଜେଡିରୁ ବିଦା ହେବାକୁ ପଡ଼ିଛି। କିନ୍ତୁ ଦଳରେ ଥାଇ ଏଭଳି ମନ୍ତବ୍ୟ ଦେଲେ କାର୍ଯ୍ୟାନୁଷ୍ଠାନ ଅବା ସାଇଡଲାଇନ୍ ହେବାର ଆଶଙ୍କା ରହିଛି। ତେଣୁ ନବୀନଙ୍କ ପାଖରେ ପହଞ୍ଚାଇବା ସମ୍ଭବପର ନଥିଲେ ମଧ୍ୟ ବିଜେଡି ନେତାମାନେ ଭୟରେ ମୁହଁ ଖୋଲିପାରୁନାହାନ୍ତି। କଥାରେ କଥାରେ ମୁନ୍ନା ଖାଁ ଯଦିଓ ଏହି ସତ ଉପରେ ମୋହର ମାରିଛନ୍ତି ତଥାପି ଦଳରେ ଦୀର୍ଘବର୍ଷ ରହି ମଧ୍ୟ ବିଧାୟକ ଟିକେଟ ଖଣ୍ଡେ ପାଇନଥିବାର ଅବଶୋଷ ବି ତାଙ୍କ ଭିତରେ ଥାଇପାରେ, ଯାହାର ଏବେ ପରିପ୍ରକାଶ ଏଭଳି ଢଙ୍ଗରେ ହୋଇଛି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe