ପୁରୀ(ପ୍ରଦୀପ୍ତ ମହାନ୍ତି): ଆଜି ପୁରୀ ମାଳତିପାଟପୁର ନିକଟ ରାହାଙ୍ଗିରିଆଠାରେ କାଳିଆ ଯୋଜନା ପାଇଁ ବିଶାଳ ସମାବେଶ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମାବେଶରେ ରାଜ୍ୟର ୩୧୪ ବ୍ଲକରୁ ପ୍ରାୟ ୨ଲକ୍ଷ ଚାଷୀ ଯୋଗଦେବା ପାଇଁ ବ୍ୟବସ୍ଥା କରାଯାଇଛି।
କାଳିଆ ଯୋଜନାରେ ଚାଷୀମାନଙ୍କୁ ମିଳିବାକୁ ଥିବା ସହାୟତା ରାଶି ଚାଷୀମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବେ ବୋଲି କୁହାଯାଉଛି। ଏହାସହ ସମାବେଶରେ ଯୋଗଦେବାକୁ ଆସିଥିବା ଚାଷୀମାନଙ୍କୁ ଶ୍ରୀମନ୍ଦିର ନେଇ କାଳିଆ ଦର୍ଶନ କରାଇବା ସହ ବେଳାଭୂମି ବୁଲାଇବା କାର୍ଯ୍ୟକ୍ରମ ରହିଛି।
କାର୍ଯ୍ୟକ୍ରମକୁ ସଫଳ କରିବାକୁ ବ୍ୟାପକ ବନ୍ଦୋବସ୍ତ କରିଛି ଜିଲ୍ଲା ପ୍ରଶାସନ। ଲକ୍ଷାଧିକ ଚାଷୀଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି।
ସୁରକ୍ଷା ପାଇଁ ୫୦ ପ୍ଲାଟୁନ ଫୋର୍ସ ସହ ୨୫୦ ଅଫିସରଙ୍କୁ ନିୟୋଜିତ କରାଯାଇଛି। ମୁଖ୍ୟମନ୍ତ୍ରୀ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ କାଳିଆ ଯୋଜନା ସଭାସ୍ଥଳକୁ ଯିବା କାର୍ଯ୍ୟକ୍ରମ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ନବୀନଙ୍କୁ ଚେତାଇଲେ ନେତା: ଅପବାଦ ମୁଣ୍ଡାଇବାକୁ ପ୍ୟାରୀ-ପାଣ୍ଡିଆନ ନାହାନ୍ତି, ଏଣିକି ଆପଣ ହିଁ ଦାୟୀ
ୱାକଫ୍ ସଂଶୋଧନ ବିଲ୍ ପ୍ରସଙ୍ଗରେ ରାଜ୍ୟସଭାରେ ଗୁରୁବାର ବିଜେଡିର ନାଟକୀୟ ଆଭିମୁଖ୍ୟକୁ ନେଇ ଦଳରେ ସୃଷ୍ଟି ହୋଇଥିବା ବିସ୍ଫୋରକ ପରିସ୍ଥିତି ମଧ୍ୟରେ ଶୁକ୍ରବାର ପୂର୍ବାହ୍ନରେ ଆଗଧାଡ଼ିର ଦଳୀୟ ନେତାମାନେ ନବୀନଙ୍କୁ ଭେଟି ସାଂଗଠନିକ ପରିଚାଳନା ଓ ଦଳର ଆଭିମୁଖ୍ୟକୁ ନେଇ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Politics
ଅସହାୟ ନବୀନ, ଆତ୍ମରକ୍ଷା ମୁଦ୍ରାରେ ପାଣ୍ଡିଆନ: ଭୁଶୁଡ଼ୁଛି ବିଜେଡି, ଆକ୍ରୋଶରେ ନେତା-କର୍ମୀ
ରାଜ୍ୟରେ ବିଜେପି କ୍ଷମତାରେ ଥିବାବେଳେ ମୁଖ୍ୟ ବିରୋଧୀ ଦଳ ବିଜେଡି ଯେଉଁ ଢଙ୍ଗରେ ରାଜ୍ୟସଭାରେ ଆତ୍ମସମର୍ପଣ କରିଛି ତାହା ଦଳର ଅସହାୟତାର ପ୍ରମାଣ ଦେଇଛି ।

Crime
ପୁଲିସ ବିଭାଗରେ ଟେଣ୍ଡର ଅନିୟମିତତା: ସିଏଜିଙ୍କ ଆପତ୍ତି ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ, ୬କୋଟି ଟଙ୍କା କ୍ଷତି
ରାଜ୍ୟରେ ସିସିଟିଏନଏସ( କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ ନେଟୱାର୍କ ଆଣ୍ଡ ସିଷ୍ଟମ) ପାଇଁ ‘ସିଷ୍ଟମ ଇଣ୍ଟିଗ୍ରେଟର ଚୟନ’ ନିମନ୍ତେ ରାଜ୍ୟ ପୁଲିସର ‘ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ’(ଏସସିଆରବି) ୨୦୨୧ ନଭେମ୍ବର ମାସରେ ଡାକିଥିବା ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇଥିବାକୁ ନେଇ ସିଏଜି ଆପତ୍ତି ଉଠାଇଛନ୍ତି ।

Politics
ସରିଲା ବିଧାନସଭାର ଚର୍ଚ୍ଚିତ ଅଧିବେଶନ: କଂଗ୍ରେସକୁ ମହଙ୍ଗା ପଡ଼ିଲା ହଟ୍ଟଗୋଳ, ଥମିଗଲା ବିଜେଡି, ସରକାରଙ୍କ ରଣନୀତି ସଫଳ
ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଏପ୍ରିଲ ମାର୍ଚ୍ଚ ୭ତାରିଖରୁ ଆରମ୍ଭ ହୋଇଥିଲା । ଏହି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭରୁ କଂଗ୍ରେସ ସଦସ୍ୟମାନେ ଗୃହରେ ‘ନାରୀ ନିର୍ଯାତନା ପ୍ରସଙ୍ଗ’ରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଓ ଗୃହକମିଟି ଗଠନ ଦାବିରେ ହଟ୍ଟଗୋଳ ଜାରି ରଖିଥିଲେ ।

Miscellaneous
ଲଘୁ ଖଣିଜ ସମ୍ପଦର ମନଇଚ୍ଛା ଲୁଟ୍ : ୮୬୪କୋଟି ଟଙ୍କାର ରାଜସ୍ୱ ବାଟମାରଣା: ଡଙ୍କାରୀ ପାହାଡ଼ ଲୁଟେରାଙ୍କୁ ସୁରକ୍ଷା, ସିଏଜି ଖୋଲିଲେ ଗୁମର
୨୦୧୫-୨୨ ମସିହା ମଧ୍ୟରେ ଲଘୁ ଖଣିଜରୁ ମୋଟ ୨୯.୬୮.୭୫କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ହୋଇଥିବାବେଳେ ଅନିୟମିତତା ଓ ଦୁର୍ବଳ ବ୍ୟବସ୍ଥା ତଥା ତଦାରଖ ଅଭାବରୁ ରାଜ୍ୟକୁ ଶହ ଶହ କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡ଼ିଛି ।