୧୩ରେ ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ତାରିଖରେ ୩ଦିନିଆ ମୁମ୍ବାଇ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ନଭେମ୍ବରରେ ‘ମେକ୍ ଇନ୍ ଓଡ଼ିଶା-୨୦୨୨’ କନକ୍ଲେଭ୍ ପୂର୍ବରୁ ମୁମ୍ବାଇରେ ସେପ୍ଟେମ୍ବର ୧୪ତାରିଖରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ’ ଅନୁଷ୍ଠିତ ହେବ ଓ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନିବେଶକଙ୍କୁ ଭେଟିବ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୪ତାରିଖରେ ମୁମ୍ବାଇର ନରିମନ୍ ପଏଣ୍ଟରେ […]

Naveen

Naveen

Ordigital Desk
  • Published: Saturday, 10 September 2022
  • Updated: 10 September 2022, 07:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ତାରିଖରେ ୩ଦିନିଆ ମୁମ୍ବାଇ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ନଭେମ୍ବରରେ ‘ମେକ୍ ଇନ୍ ଓଡ଼ିଶା-୨୦୨୨’ କନକ୍ଲେଭ୍ ପୂର୍ବରୁ ମୁମ୍ବାଇରେ ସେପ୍ଟେମ୍ବର ୧୪ତାରିଖରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ’ ଅନୁଷ୍ଠିତ ହେବ ଓ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନିବେଶକଙ୍କୁ ଭେଟିବ ବୋଲି ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୪ତାରିଖରେ ମୁମ୍ବାଇର ନରିମନ୍ ପଏଣ୍ଟରେ ଥିବା ହୋଟେଲ ଟ୍ରାଇଡେଣ୍ଟରେ ସନ୍ଧ୍ୟା ସାଢ଼େ ୬ଟାରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଫିକ୍କିର ପଦାଧିକାରୀମାନେ ସାମିଲ ହେବେ ।

ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ‘ମେକ୍ ଇନ୍ ଓଡ଼ିଶା-୨୦୨୨’ କନକ୍ଲେଭରେ ସାମିଲ ପାଇଁ ନିବେଶକଙ୍କୁ ଆମନ୍ତ୍ରଣ କରିବା ସହ ଓଡ଼ିଶାରେ ପ୍ରକଳ୍ପ ସ୍ଥାପନ ନିମନ୍ତେ ନିବେଶକଙ୍କୁ ଆକୃଷ୍ଟ କରାଯିବ । ତେବେ ମୁମ୍ବାଇରେ ହେବାକୁ ଥିବା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ନିମନ୍ତେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଆଜିଠୁ ଯାଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇନି । ଯଦିଓ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ, ତଥାପି ତାଙ୍କର ସରକାରୀ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇନି । ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୩ତାରିଖରେ ମୁମ୍ବାଇ ଗସ୍ତରେ ଯାଇ ୧୫ତାରିଖରେ ଓଡ଼ିଶା ଫେରିବେ ବୋଲି ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story