Advertisment

ଫିକା ପଡ଼ିଗଲା ବର୍ଷା, ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଲେ ବିଜେଡି କର୍ମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଆୟୋଜିତ ଗ୍ରାଣ୍ଡ ସେଲିବ୍ରେଶନ ଆଗରେ ଫିକା ପଡ଼ିଗଲା ବର୍ଷା। ତୁହାକୁ ତୁହା ବର୍ଷାରେ ବି ରାଜଧାନୀ ରାଜରାସ୍ତାରେ ବେଶ୍‌ ଜୋଶ୍‌ର ସହ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ବିଜେଡିର ହଜାର ହଜାର କର୍ମୀ ଓ ତୁଙ୍ଗ ନେତା। ଏହି ଅବସରରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ବିଶାଳ ରାଲିର ଆୟୋଜନ କରାଯାଇଛି। ଏକ ହାଇଡ୍ରୋଲିକ୍‌ ବସ୍‌ରେ କର୍ମୀଙ୍କ ଗହଣରେ ପାରମ୍ପାରିକ ନୃତ୍ୟ, ଗୀତର ତାଳେତାଳେ ମୁଖ୍ୟମନ୍ତ୍ରୀ ନବୀନ ନିବାସ […]

ଅଦ୍ୟତନ ହୋଇଛି
ଫିକା ପଡ଼ିଗଲା ବର୍ଷା, ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଲେ ବିଜେଡି କର୍ମୀ

cm

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଆୟୋଜିତ ଗ୍ରାଣ୍ଡ ସେଲିବ୍ରେଶନ ଆଗରେ ଫିକା ପଡ଼ିଗଲା ବର୍ଷା। ତୁହାକୁ ତୁହା ବର୍ଷାରେ ବି ରାଜଧାନୀ ରାଜରାସ୍ତାରେ ବେଶ୍‌ ଜୋଶ୍‌ର ସହ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ବିଜେଡିର ହଜାର ହଜାର କର୍ମୀ ଓ ତୁଙ୍ଗ ନେତା। ଏହି ଅବସରରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ବିଶାଳ ରାଲିର ଆୟୋଜନ କରାଯାଇଛି। ଏକ ହାଇଡ୍ରୋଲିକ୍‌ ବସ୍‌ରେ କର୍ମୀଙ୍କ ଗହଣରେ ପାରମ୍ପାରିକ ନୃତ୍ୟ, ଗୀତର ତାଳେତାଳେ ମୁଖ୍ୟମନ୍ତ୍ରୀ ନବୀନ ନିବାସ ଅଭିମୁଖେ ଅଗ୍ରସର ହୋଇଛନ୍ତି।

Advertisment

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଲାଇଫ୍‌ ଟାଇମ୍ ଆଚିଭମେଣ୍ଟ ସମ୍ମାନ ପାଇ ଆଜି ପୂର୍ବାହ୍ନ ୧୧ଟା ୨୫ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏକ ଝଲକ ପାଇବାକୁ ତଥା ତାଙ୍କୁ ସ୍ୱାଗତ ଜଣାଇବା ନିମନ୍ତେ ବିମାନବନ୍ଦର ବାହାରେ ଅସମ୍ଭବ ଭିଡ଼ ଜମିଥିଲା। ଏଥିନିମନ୍ତେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଛି। ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଏହି ଅବସରରେ ବିଜେଡି ନିଜ ଶକ୍ତି ପ୍ରଦର୍ଶନ କରିବାକୁ ଭୁଲି ନାହିଁ।

ପାରମ୍ପାରିକ ନୃତ୍ୟଗୀତ ତଥା ଢୋଲ ବାଜାର ତାଳେ ତାଳେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ୱତନ୍ତ୍ର ହାଇଡ୍ରୋଲିକ୍‌ ବସ୍‌ରେ ନବୀନ ନିବାସ ଅଭିମୁଖେ ପାଛୋଟି ନିଆଯାଇଛି। ଏହି ସ୍ୱତନ୍ତ୍ର ବସ୍‌କୁ ଗତ ନିର୍ବାଚନ ପ୍ରଚାରରେ  ମୁଖ୍ୟମନ୍ତ୍ରୀ ବ୍ୟବହାର କରିଥିବା ବେଳେ ଏବେ ପୁଣି ଥରେ ରାସ୍ତାରେ ସେହି ବସ୍‌ରେ ସବାର୍‌ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ଉକ୍ତ ବସ୍‌ରେ ଏୟାରପୋର୍ଟରୁ ନବୀନ ନିବାସ ଅଭିମୁଖେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ଏୟାରପୋର୍ଟରୁ ନବୀନ ନିବାସ ଯାଏଁ ଦେଖିବାକୁ ମିଳିଛି ଆଖି ଖୋସିଦେବା ପରି ନବୀନଙ୍କ ମାଳ ମାଳ ବଡ଼ବଡ଼ ହୋଡିଂ। ପ୍ରସ୍ତୁତ ହୋଇଛି ବିରାଟ ମଞ୍ଚ। ବିଜେଡିର ଏକ ଟିମ୍ ସବୁ କାର୍ଯ୍ୟର ତଦାରଖ କରୁଛି। ଏହା ଶକ୍ତି ପ୍ରଦର୍ଶନର ଏକ ମଉକା ଭାବି ଏହାକୁ ହାତ ଛଡ଼ା କରିବାକୁ ଚାହିଁ ନାହିଁ ବିଜେଡି।

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲୋକଙ୍କୁ ରାଜଧାନୀକୁ ଆଣିବା ପାଇଁ ବିଧାୟକମାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ ହୋଇଥିଲା। ୨୦୧୮ରେ ନବୀନ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ଯେଉଁଭଳି ରାଲି କରାଯାଇ ଶକ୍ତି ପ୍ରଦର୍ଶନ କରାଯାଇଥିଲା, ଏଥର ବି ଠିକ୍ ସେହି ଢାଞ୍ଚାରେ ବଡ଼ ଆୟୋଜନ କରିଛି ଦଳ। ଆଜି ରାଜଧାନୀରେ ପ୍ରାୟ ୫୦ ହଜାର ଲୋକଙ୍କ ସମାଗମ ହୋଇଥିବାରୁ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ଟ୍ରାଫିକ୍‌ ବ୍ୟବସ୍ଥା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe