Advertisment

'ଗଜପତି- ଏ କିଙ୍ଗ୍‌ ଉଇଦାଉଟ୍‌ ଏ କିଙ୍ଗଡମ୍‌' ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ଅର୍ଥନୀତିଜ୍ଞ ଅଶୋକ କୁମାର ବଳଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଗଜପତି – ଏ କିଙ୍ଗ୍‌ ଉଇଦାଉଟ୍‌ଏ କିଙ୍ଗଡମ୍‌’ ଉନ୍ମୋଚିତ ହୋଇଯାଇଛି। ଏହି ବହିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଲେଖକ ହରପ୍ରସାଦ ଦାଶ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଇଂରାଜୀ ପ୍ରଫେସର ଡ.ଯତୀନ ନାୟକ, ଅଧ୍ୟାପକ ଡ.ସଂଜୟ ଆଚାର୍ଯ୍ୟ ଏବଂ ବିଶିଷ୍ଟ ଶିକ୍ଷାବିତ୍‌ପ୍ରିତିଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଗଙ୍ଗାଠାରୁ କାବେରୀ ପଯ୍ର୍ୟନ୍ତ ରାଜୁତି […]

ଅଦ୍ୟତନ ହୋଇଛି
'ଗଜପତି- ଏ କିଙ୍ଗ୍‌ ଉଇଦାଉଟ୍‌ ଏ କିଙ୍ଗଡମ୍‌' ପୁସ୍ତକ ଉନ୍ମୋଚିତ

Book lunched

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ଅର୍ଥନୀତିଜ୍ଞ ଅଶୋକ କୁମାର ବଳଙ୍କ ଦ୍ୱାରା ଲିଖିତ ପୁସ୍ତକ 'ଗଜପତି - ଏ କିଙ୍ଗ୍‌ ଉଇଦାଉଟ୍‌ଏ କିଙ୍ଗଡମ୍‌' ଉନ୍ମୋଚିତ ହୋଇଯାଇଛି। ଏହି ବହିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଲେଖକ ହରପ୍ରସାଦ ଦାଶ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଇଂରାଜୀ ପ୍ରଫେସର ଡ.ଯତୀନ ନାୟକ, ଅଧ୍ୟାପକ ଡ.ସଂଜୟ ଆଚାର୍ଯ୍ୟ ଏବଂ ବିଶିଷ୍ଟ ଶିକ୍ଷାବିତ୍‌ପ୍ରିତିଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ଗଙ୍ଗାଠାରୁ କାବେରୀ ପଯ୍ର୍ୟନ୍ତ ରାଜୁତି ବିସ୍ତାର କରିଥିବା ଗଙ୍ଗବଂଶ ରାଜା କପିଳେନ୍ଦ୍ରଦେବଙ୍କଠୁ ଆରମ୍ଭ କରି ଚୋଡଗଙ୍ଗଦେବ ପର୍ଯ୍ୟନ୍ତ ମହାରାଜାମାନେ କେବେହେଲେ ନିଜକୁ ରାଜା ବୋଲି କହୁନଥିଲେ। ବରଂ ରାଜ୍ୟକୁ ପୁରୁଷୋତ୍ତମ ରାଜ୍ୟ ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ରାଜାର ମାନ୍ୟତା ଦେଇଥିଲେ।

ଓଡ଼ିଶା ଏବଂ ଓଡ଼ିଆ ସଂସ୍କୃତି ତଥା ଗଜପତି ମହାରାଜଙ୍କ ସଂସ୍କୃତି, ପରମ୍ପରା ଏବଂ ଇତିହାସକୁ ଆଧାର କରି ଏହି ପୁସ୍ତକଟି ଲେଖା ହୋଇଛି। ଗଜପତି କପିଳେନ୍ଦ୍ରଙ୍କଠାରୁ ଆରମ୍ଭ କରି ବର୍ତ୍ତମାନର ଗଜପତିଙ୍କ ବିଷୟରେ ଲେଖା ହୋଇଥିବା ଏହି ପୁସ୍ତକରେ ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ପ୍ରଭୁଙ୍କ ମୁଖ୍ୟ ସେବକ ଗଜପତି ମହାରାଜାଙ୍କ ସଂପର୍କରେ ବହୁ ନୂତନ ତଥ୍ୟ ଉଲ୍ଲେଖ ହୋଇଛି।

Advertisment

ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଗଜପତି ମହାରାଜଙ୍କ ଭିତରେ ଥିବା ଆଧ୍ୟାତ୍ମିକ ସଂପର୍କ ବିଷୟରେ ବହୁ ତଥ୍ୟ ଏହି ପୁସ୍ତକରେ ଉଲ୍ଲେଖ ରହିଛି। ଓଡ଼ିଶା ଏବଂ ଓଡ଼ିଶାର ଇତିହାସ ଜାଣିବା ସଂପର୍କରେ ପାଠକପାଠିକାମାନଙ୍କ ପାଇଁ ଏହି ପୁସ୍ତକଟି ବହୁ ଉପାଦେୟ ହେବ। ୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗବେଷଣା କରି ଏହି ପୁସ୍ତକଟି ଲେଖା ହୋଇଛି। ବର୍ତ୍ତମାନ ଇଂରାଜୀ ଭାଷାରେ ଲେଖା ହୋଇଥିବା 'ଗଜପତି - ଏ କିଙ୍ଗ୍‌ ଉଇଦାଉଟ୍‌ ଏ କିଙ୍ଗଡମ୍‌' ପୁସ୍ତକଟି ଆଗାମୀ ଦିନରେ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ପ୍ରକାଶ ପାଇବ ବୋଲି ପୁସ୍ତକର ଲେଖକ ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe