Advertisment

ମୈଦାନରେ ଦୁଇ ସଉତୁଣୀ, ସରପଞ୍ଚ ପଦବୀ ପାଇଁ ମୁହାଁମୁହିଁ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ପଞ୍ଚାୟତ ନିର୍ବାଚନରେ ଦୁଇ ସଉତୁଣୀ। ସରପଞ୍ଚ ପଦ ପାଇଁ ମୈଦାନରେ ମୁହାଁମୁହିଁ ହୋଇଛନ୍ତି ଦୁଇ ସଉତୁଣୀ। ଏଥର ଭାଗ୍ୟ ନିର୍ଧାରଣ କରିବେ ସାଧାରଣ ଜନତା। ନିର୍ବାଚନ ପାଖେଇ ଆସୁଥିବାରୁ ନିଜ ସପକ୍ଷରେ ମତଦାନ ନେବା ପାଇଁ ଦୁଇ ସଉତୁଣୀ ଘରକୁ ଘର ବୁଲି ପ୍ରଚାର କରିବାରେ ଲାଗି ପଡ଼ିଛନ୍ତି। ଏପରି ଚିତ୍ର ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାରୁ। ଧୂମାତ ପଞ୍ଚାୟତ ଅକ୍ଷୟ ମଲ୍ଲିକଙ୍କର ଦୁଇ ସ୍ତ୍ରୀ ହେଉଛନ୍ତି ସସ୍ମିତା ଓ କମଳା। ଆଜକୁ ୧୪ […]

author-image
Manoranjan Sial
ଅଦ୍ୟତନ ହୋଇଛି
ମୈଦାନରେ ଦୁଇ ସଉତୁଣୀ, ସରପଞ୍ଚ ପଦବୀ ପାଇଁ ମୁହାଁମୁହିଁ

Kendrapara

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ପଞ୍ଚାୟତ ନିର୍ବାଚନରେ ଦୁଇ ସଉତୁଣୀ। ସରପଞ୍ଚ ପଦ ପାଇଁ ମୈଦାନରେ ମୁହାଁମୁହିଁ ହୋଇଛନ୍ତି ଦୁଇ ସଉତୁଣୀ। ଏଥର ଭାଗ୍ୟ ନିର୍ଧାରଣ କରିବେ ସାଧାରଣ ଜନତା। ନିର୍ବାଚନ ପାଖେଇ ଆସୁଥିବାରୁ ନିଜ ସପକ୍ଷରେ ମତଦାନ ନେବା ପାଇଁ ଦୁଇ ସଉତୁଣୀ ଘରକୁ ଘର ବୁଲି ପ୍ରଚାର କରିବାରେ ଲାଗି ପଡ଼ିଛନ୍ତି। ଏପରି ଚିତ୍ର ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାରୁ।

Advertisment

ଧୂମାତ ପଞ୍ଚାୟତ ଅକ୍ଷୟ ମଲ୍ଲିକଙ୍କର ଦୁଇ ସ୍ତ୍ରୀ ହେଉଛନ୍ତି ସସ୍ମିତା ଓ କମଳା। ଆଜକୁ ୧୪ ବର୍ଷ ତଳେ ସସ୍ମିତାଙ୍କୁ ପ୍ରେମ ବିବାହ କରିଥିଲେ ଅକ୍ଷୟ। ସସ୍ମିତା ଯେତେବେଳେ ଗର୍ଭବତୀ ଥିଲେ, ସେତେବେଳେ କମଳାଙ୍କ ପ୍ରେମରେ ପଡ଼ିଥିଲେ ଅକ୍ଷୟ। ଏହା ପରେ କମଳା ଓ ଅକ୍ଷୟ କେଉଁଆଡ଼େ ପଳାଇ ଯାଇଥିଲେ। କିଛି ଦିନର ବ୍ୟବଧାନ ପରେ ଉଭୟ ବିବାହ କରି ଗାଁକୁ ଫେରିଥିଲେ। ଘରେ ପହଞ୍ଚିବା ପରେ ସସ୍ମିତାଙ୍କୁ ଘରୁ ବାହାର କରିଦେଇଥିଲେ। ପ୍ରଥମ ସ୍ତ୍ରୀଙ୍କୁ ବାହାର କରିବା ପରେ ଦ୍ୱିତୀୟ ସ୍ତ୍ରୀ କମଳା ସହ ନିଜ ଘରେ ରହୁଥିଲେ ଅକ୍ଷୟ। ଆଉ ସସ୍ମିତା ଚାଲିଗଲେ ତାଙ୍କ ବାପ ଘରକୁ। ସେଠାରେ ପୁଅ ସହ ରହିଲେ। ଅକ୍ଷୟ ଓ ସସ୍ମିତା ଅଲଗା ହେବା ପରେ ଛାଡ଼ପତ୍ର କୋର୍ଟରେ ଚାଲିଛି।

ସସ୍ମିତା ଏବେ ଆଶାକର୍ମୀ ଭାବେ କାମ କରୁଛନ୍ତି। ଯାହା ଦରମା ପାଉଛନ୍ତି, ସେଥିରେ ନିଜେ ଚଳିବା ସହିତ ପୁଅକୁ ପଢ଼ାଉଛନ୍ତି। ମହାମାରୀ କରୋନା ବେଳେ ସେ ଲୋକଙ୍କ ପାଖେ ପାଖେ ରହିଛନ୍ତି। ଲୋକଙ୍କ ସୁଖ ଓ ଦୁଃଖ ବେଳେ ଛିଡ଼ା ହୋଇଛନ୍ତି। ସରକାରଙ୍କ ସବୁ ଯୋଜନା ସମ୍ପର୍କରେ ଗାଁ ଲୋକଙ୍କୁ ଅବଗତ କରାଉଛନ୍ତି ସସ୍ମିତା। ତାଙ୍କର ଏପରି ଉଦ୍ୟମ ତାଙ୍କୁ ଲୋକଲୋଚନକୁ ଆଣିଛି। ଆଉ ସରପଞ୍ଚ ହେବା ପାଇଁ ଲୋକମାନେ ତାଙ୍କୁ ପ୍ରବର୍ତ୍ତାଇଛନ୍ତି।

Advertisment

ଲୋକଙ୍କ ଭଲ ପାଇବାକୁ ସାଦରେ ଗ୍ରହଣ କରିଛନ୍ତି ସସ୍ମିତା ମଲ୍ଲିକ। ସୌଭାଗ୍ୟକୁ ଧୂମାତ ପଞ୍ଚାୟତର ସରପଞ୍ଚ ଆସନଟି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବାରୁ ସସ୍ମିତା ଲଢ଼ିବାକୁ ସବୁଜ ସଙ୍କେତ ଦେଇଛନ୍ତି। ଏପରିକି ନାମାଙ୍କନପତ୍ର ଦାଖଲ ମଧ୍ୟ କରିଛନ୍ତି। ଏହି ଖବର ପ୍ରଚାରିତ ହେଲା ପରେ ସ୍ୱାମୀ ଅକ୍ଷୟଙ୍କ ଭାଳେଣୀ ପଡ଼ିଲା। ସେ ତାଙ୍କର ଦ୍ୱିତୀୟ ସ୍ତ୍ରୀ କମଳାଙ୍କୁ ତାଙ୍କ(ସସ୍ମିତା) ବିରୋଧରେ ପ୍ରାର୍ଥୀ କରିଛନ୍ତି।

ଏବେ ନିର୍ବାଚନ ମୈଦାନରେ ଦୁଇ ସଉତୁଣୀ। ସ୍ୱାମୀର ଅଧିକାର ପାଇବା ପାଇଁ କୋର୍ଟରେ ଲଢ଼େଇ ଚାଲିଥିବା ବେଳେ ଏବେ ସଉତୁଣୀଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି ସସ୍ମିତା। ଏଥର କୋର୍ଟ ନୁହେଁ, ସସ୍ମିତାଙ୍କ ବିଜୟର କର୍ଣ୍ଣଧାର ସାଜିଛନ୍ତି ସାଧାରଣ ଜନତା। ଯେଉଁ ଜନତା ତାଙ୍କୁ ଏତେ ସ୍ନେହ ଓ ଭଲ ପାଇବା ଦେଇଛନ୍ତି, ସେମାନେ ତାଙ୍କୁ ଜିତାଇବେ ବୋଲି ଆଶା କରିଛନ୍ତି ସସ୍ମିତା। ଏବେ ସେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ନିଜ ସପକ୍ଷରେ ଭୋଟ ଦେବାକୁ ଲୋକଙ୍କୁ ଗୁହାରୀ କରୁଛନ୍ତି।

କିନ୍ତୁ ଏନେଇ କମଳା ପ୍ରତିକ୍ରିୟା ମିଳିପାରି ନାହିଁ।

Odisha Panchayat Election 2022 Candidates In Focus