Advertisment

ଉପଭୋକ୍ତାଙ୍କ କୋଇଲା ଖଣିକୁ ବି ଛାଡ଼ିଲେନି ସରକାର, ବିଦ୍ୟୁତ୍ ଦର ବୃଦ୍ଧିର ଗୁମର ଖୋଲିଲେ ପଞ୍ଚାନନ

ଆଗକୁ ନିର୍ବାଚନ ଥିବାରୁ ଶାସକ ଦଳ ନିର୍ବାଚନ ଖର୍ଚ୍ଚ ଉଠାଇବା ପାଇଁ ଉପଭୋକ୍ତାଙ୍କ ପାଇଁ ସଂରକ୍ଷିତ ୨୫% ପ୍ରତିଶତ କୋଇଲା ଖଣିକୁ ଘରୋଇ କମ୍ପାନୀ ହାତକୁ ଟେକିଦେବାକୁ ଯୋଜନା କରିଥିବା ମତ ଦେଇଛନ୍ତି ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ।

ଅଦ୍ୟତନ ହୋଇଛି
panchanan kanungo

panchanan kanungo

Advertisment

ରାଜ୍ୟରେ ଲୁଟର ଶିକାର ହେଉଛନ୍ତି ବିଜୁଳି ଉପଭୋକ୍ତା । OPGC, OCPL, OERC ଓ ରାଜ୍ୟ ସରକାରଙ୍କ ମିଲିଭଗତରେ ଚାଲିଛି ଏହି ଲୁଟ । ଫଳରେ ବିଜୁଳି ବ୍ୟବହାର ପାଇଁ ଉପଭୋକ୍ତାଙ୍କୁ ଗଣିବାକୁ ପଡ଼ୁଛି ଅଧିକ ଅର୍ଥ । ଆଜି ଭୁବନେଶ୍ୱର କଂଗ୍ରେସ ଭବନରେ ସାମ୍ୱାଦିକ ସମ୍ମିଳନୀ କରି ଏମିତି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ।

Advertisment

ସେ କହିଛନ୍ତି,  କୋଇଲା ଖଣି ଆବଂଟନ ଓ ବ୍ୟବହାରର ସମସ୍ତ ସର୍ତ୍ତକୁ ରାଜ୍ୟ ସରକାରଙ୍କ ଦୁଇଟି ଉଦ୍ୟୋଗ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ(ଓପିଜିସି) ଓ ଓଡ଼ିଶା କୋଲ ଆଣ୍ଡ ପାୱାର ଲିମିଟେଡ(ଓସିପିଏଲ) ଉଲ୍ଲଘଂନ କରିଛନ୍ତି । ବେଆଇନ ଭାବେ ଏହି ଦୁଇ ସରକାରୀ ଉଦ୍ୟୋଗ କୋଇଲା ବ୍ୟବସାୟ କରୁଛି।

ରାଜ୍ୟରେ ଉପଭୋକ୍ତାମାନଙ୍କୁ ଶସ୍ତାରେ ବିଜୁଳି ଯୋଗାଣ ପାଇଁ ଓପିଜିସିକୁ ୯୦୦ ମିଲିୟନ ଟନ କୋଇଲା ମହଜୁଦ ଥିବା ମନୋହରପୁର ଓ ଡିପ ମନୋହରପୁର କୋଲ ବ୍ଲକ ଆବଣ୍ଟନ ହୋଇଛି । ଓପିଜିସି ଓ ଓସିପିଏଲ କୋଇଲା ଆବଂଟନ ଓ ବ୍ୟବହାରର ସମସ୍ତ ସର୍ତ୍ତ ଉଲ୍ଲଘଂନ କରିଛି । ଏହି ଦୁଇ ଉଦ୍ୟୋଗକୁ ଆବଂଟିତ ହୋଇଥିବ ମନୋହରପୁର ଓ ମନୋହପୁର ଡିପ୍ କୋଇଲା ଖଣିରୁ ଉତ୍ତୋଳନ ହେଉଥିବା କୋଇଲାକୁ ସେମାନେ ବ୍ୟବସାୟ କରିପାରିବେ ନାହିଁ । ସେଠାରୁ ଉତ୍ତୋଳନ ହେଉଥିବା ସମସ୍ତ କୋଇଲାକୁ ଏହି ଦୁଇ ଉଦ୍ୟୋଗ ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ କମ କରିବା ନିମନ୍ତେ ବ୍ୟବହାର କରିବେ । କୋଇଲା ଖଣି ଆବଂଟନବେଳେ ଏନେଇ ସ୍ପଷ୍ଟ ସର୍ତ୍ତ ରଖାଯାଇଥିଲା । କିନ୍ତୁ ଏବେ ଏହି ଦୁଇ ଉଦ୍ୟୋଗ ଏହାକୁ ଉଲ୍ଲଘଂନ କରି କୋଇଲା ଟନ୍ ପିଛା ୪୫୦ଟଙ୍କାରେ ଉତ୍ତୋଳନ କରି ଏହାକୁ ୭୫୮ଟଙ୍କାରେ ବିକ୍ରି କରୁଛନ୍ତି । ସେଥିରୁ ଲାଭାଂଶ ନିଜ କମ୍ପାନୀ ଭିତରେ ଓ ସରକାରଙ୍କ ସହିତ ଭାଗ କରି ନିଆଯାଉଛି । ରାଜ୍ୟ ସରକାର ଓ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ଙ୍କ ଜ୍ଞାତସାରରେ ଏସବୁ ବେଆଇନ କାର୍ଯ୍ୟ ଚାଲିଛି । ଯଦି ଚୁକ୍ତି ଅନୁସାରେ ଏହି ଦୁଇ ଉଦ୍ୟୋଗ କାର୍ଯ୍ୟ କରୁଥାନ୍ତେ ତା’ହେଲେ ଉପଭୋକ୍ତାଙ୍କୁ ୟୁନିଟ୍ ପିଛା ବିଦ୍ୟୁତ ଦର ୫୦ରୁ ୫୭ ପଇସା କମ୍ ଦେବାକୁ ପଡ଼ୁଥାନ୍ତା ବୋଲି ଶ୍ରୀ କାନୁନଗୋ କହିଛନ୍ତି ।

Advertisment

ସାଧାରଣ ଓ ଗରିବ ଉପଭୋକ୍ତାଙ୍କଠାରୁ ପଇସା ଆଣି ବଡ଼ ଲୋକଙ୍କ ପାଖରେ ଠୁଳ କରିବା ନିମନ୍ତେ ସରକାର ପୁଣି ଏକ ଉଦ୍ୟମ ଆରମ୍ଭ କରିଛନ୍ତି, ଯାହା ଅତ୍ୟନ୍ତ ନିନ୍ଦନୀୟ । ଓପିଜିସିର ୨୫ ପ୍ରତିଶତ ଅଂଶଧନ ବିକ୍ରି ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଅର୍ଥାତ ଏଥିରୁ ଯେଉଁ ଲାଭାଂଶ ମିଳିବ ତାହା ସେମାନଙ୍କ ମଧ୍ୟରେ ଭାଗ ବଂଟା ହେବ । ଅପରପକ୍ଷେ ଆଗକୁ ନିର୍ବାଚନ ଥିବାରୁ ଶାସକ ଦଳର ନିର୍ବାଚନ ଖର୍ଚ୍ଚ ଉଠାଇବା ପାଇଁ ଏହି ମିଲିଭଗତ ଯୋଜନା ହୋଇଛି। ଯଦିଓ ସୁପ୍ରିମ୍ କୋର୍ଟ ୨୦୧୨ରେ ଏଭଳି କାର୍ଯ୍ୟକୁ ବାରଣ କରିଛନ୍ତି, ତଥାପି ନିର୍ଦ୍ଦେଶ ପାଳନ ହେଉନି। ସରକାରୀ ଦଳ, କଳ ଏହାର ଫାଇଦା ନେବାକୁ ମଧୁଚନ୍ଦ୍ରିକା କରିଛନ୍ତି। ଉପଭୋକ୍ତା ନିମନ୍ତେ ଦିଆଯାଇଥିବା କୋଇଲା ଖଣିକୁ ଘରୋଇ କମ୍ପାନୀଙ୍କ ବ୍ୟବହାରରେ ଦିଆଗଲେ ଆସନ୍ତା ୩୦ ବର୍ଷ ପୂର୍ବରୁ କୋଇଲା ସରିଯିବ। ଏହା ଉପଭୋକ୍ତାଙ୍କ ସ୍ୱାର୍ଥରେ ଆଞ୍ଚ ଆଣିବ।

ଏହାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତୀବ୍ର ବିରୋଧ କରୁଛି । ଲାଭରେ ଚାଲୁଥିବା ଏହି ଓପିଜିସିକୁ କୌଣସି ଘରୋଇ ବେପାରୀଙ୍କୁ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଲାଭ ଉଠାଇବା ପାଇଁ ନଦେବାକୁ କଂଗ୍ରେସ ଦାବି କରୁଛି । ରାଜ୍ୟର କୋଇଲା ବ୍ୟବହାର କରି ଓପିଜିସି ପ୍ରାୟ ୯୭୩ ମେଗାୱାଟ ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ କମାଉ। ଓଇଆରସି ମଧ୍ୟ ଏହାର ତଦନ୍ତ କରି ଦର ଧାର୍ଯ୍ୟବେଳେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।

ଏବେ ସେମାନେ ବିଦ୍ୟୁତ୍ ଉତ୍ପାଦନରେ ଅଧିକ ଖର୍ଚ୍ଚ ହେଉଥିବା ଦର୍ଶାଇ ଉପଭୋକ୍ତାଙ୍କ ଠାରୁ ୟୁନିଟ୍ ପିଛା ଅଧିକ ଟଙ୍କା ଶୋଷଣ କରୁଛନ୍ତି। ଏହି ଶୋଷଣ ଅର୍ଥରେ ବିଦ୍ୟୁତ୍ ଉତ୍ପାଦନକାରୀ ସେୟାର ହୋଲଡରମାନେ ମୁନାଫା ପାଇବା ସହ ଶାସକ ଦଳକୁ ଫଣ୍ଡି ଦେଉଛନ୍ତି। କିଛି କାଂଶରେ ସିଏମ୍‌ ରିଲିଫ ଫଣ୍ଡକୁ ଲାଭାଂଶ ଦେଇ ବାଃବାଃ ନେଉଛନ୍ତି। ୨୦୨୨ରେ ଏହି ଲାଭଖୋର ମନୋଭାବକୁ ରୂପ ଦିଆଯାଇଛି ଓ ଲାଭାଂଶକୁ ବଣ୍ଟା ଯାଉଛି।

ଏହାଛଡ଼ା କୋଇଲାରୁ ଫାଇଦା ଉଠାଇବା ପାଇଁ ଏଜିଙ୍କୁ ମଧ୍ୟ ଏହା ଅନ୍ତର୍ଭୁକ୍ତ କରାଯାଏନି। ତେଣୁ ପୁଞ୍ଜି ପ୍ରତ୍ୟାହାର ଓ ଏହାର ଖର୍ଚ୍ଚ ଉପରେ ରାଜ୍ୟ ଆକାଂଉଟ ଜେନେରାଲ ସମସ୍ତ ହିସାବ ଓ ସର୍ତ୍ତ ଅନୁସାରେ ଦର ନିର୍ଦ୍ଧାରଣ କରିବା ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନନେବା ପର୍ଯ୍ୟନ୍ତ ଓପିଜିସିର ଅଂଶଧନ ବିକ୍ରି ବନ୍ଦ କରାଯାଉ ବୋଲି କଂଗ୍ରେସ ଦାବି କରିଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ମନୋରଞ୍ଜନ ଦାଶ ଓ କିଶୋର ଜେନା ଉପସ୍ଥିତ ଥିଲେ ।

Coal Scam Coal Mines
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe