Advertisment

କଲେଜ ଛାତ୍ରଛାତ୍ରୀଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳର ଜଙ୍ଗଲରେ ଦୁଇ ଜଣ କଲେଜ ଛାତ୍ରଛାତ୍ରୀଙ୍କୁ ଜୋର ଜବରଦସ୍ତ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିବା ପାଞ୍ଚ ଜଣ ଯୁବକଙ୍କ ବିରୋଧରେ ଫାଷ୍ଟଟ୍ରାକ୍ କୋର୍ଟରେ ଟ୍ରାଏଲ କରାଯାଇ ଦୋଷୀଙ୍କ ବିରୋଧରେ କୋଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସହରବାସୀ ଦାବି କରିଛନ୍ତି। ଏହି ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଥିବା ବେଳେ ଜଣେ ଫେରାର ଅଛି। ତାକୁ ତୁରନ୍ତ ଗିରଫ କରି ସମସ୍ତଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ  ପୀଡିତା […]

କଲେଜ ଛାତ୍ରଛାତ୍ରୀଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

bolangiri

Advertisment

bolangiriବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳର ଜଙ୍ଗଲରେ ଦୁଇ ଜଣ କଲେଜ ଛାତ୍ରଛାତ୍ରୀଙ୍କୁ ଜୋର ଜବରଦସ୍ତ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିବା ପାଞ୍ଚ ଜଣ ଯୁବକଙ୍କ ବିରୋଧରେ ଫାଷ୍ଟଟ୍ରାକ୍ କୋର୍ଟରେ ଟ୍ରାଏଲ କରାଯାଇ ଦୋଷୀଙ୍କ ବିରୋଧରେ କୋଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସହରବାସୀ ଦାବି କରିଛନ୍ତି। ଏହି ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଥିବା ବେଳେ ଜଣେ ଫେରାର ଅଛି। ତାକୁ ତୁରନ୍ତ ଗିରଫ କରି ସମସ୍ତଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ  ପୀଡିତା ଛାତ୍ରୀଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି।

Advertisment

“ଫେରାର ଥିବା ଅଭିଯୁକ୍ତକୁ ଖୁବ୍‌ଶୀଘ୍ର ଗିରଫ କରାଯିବା ସହ ମୋବାଇଲରେ ଏହି ଏମ୍‌ଏମ୍‌ଏସ୍‌ ରଖିବା ଲୋକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ” ବୋଲି ବଲାଙ୍ଗିର ଏସପି ଆଶିଷ ସିଂ କହିଛନ୍ତି।

ଜୁଲାଇ ୨୫ ତାରିଖ ସକାଳ ୯ଟା ସମୟରେ ଘଟିଥିଲା ଏହି କୁତ୍ସିତ ଘଟଣା। ଦୁଇ କଲେଜ ଛାତ୍ରଛାତ୍ରୀ ଏକ ପୋଲ ଉପରେ ବସି କଥାବାର୍ତ୍ତା ହେଉଥିବା ସମୟରେ ୫ଜଣ ଯୁବକ ସେମାନଙ୍କୁ ମାଡ଼ ମାରି ଜଙ୍ଗଲକୁ ନେଇଯାଇଥିଲେ। ଏହାସହ ଦୁଇ ଛାତ୍ରଛାତ୍ରୀଙ୍କୁ ଜୋର ଜବରଦସ୍ତ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ ଓ ଏହି ଦୃଶ୍ୟକୁ ମୋବାଇଲ କ୍ୟାମେରାରେ ସୁଟିଂ କରିଥିଲେ। ପରେ ଭିଡିଓକୁ ଭାଇରାଲ୍ କରିଦେବାର ଭୟ ଦେଖାଇ ୫୦,୦୦୦ ଟଙ୍କା ଦାବି କରିଥିଲେ। ଦୁଇ ଛାତ୍ରଛାତ୍ରୀ ୨୦ ହଜାର ଟଙ୍କା ଦେଇଥିବା ବେଳେ ଅବଶିଷ୍ଟ ଟଙ୍କା ନ ଦେଇ ପାରିବାରୁ ଅଭିଯୁକ୍ତମାନେ ଭିଡିଓର ଏମ୍‌ଏମ୍‌ଏସ୍‌ କରି ୩୦୦ ଲେଖାଏଁ ଟଙ୍କାରେ ବଜାରରେ ବିକ୍ରି କରୁଥିଲେ ।

Advertisment

ଶେଷରେ ପୀଡ଼ିତା ସାହସ କରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ୍ ୪ ଜଣଙ୍କୁ ଧରିଥିବାକୁ ସକ୍ଷମ ହୋଇଛି।

ଗତକାଲି ପୀଡ଼ିତା ଛାତ୍ରୀ କହିଥିଲେ, “ଆମେ ଦୁଇ ଜଣ ପୋଲ ଉପରେ ବସି କଥା ହେଉଥିବା ସମୟରେ ୫ ଜଣ ଯୁବକ ଆସି ଆମକୁ ମାଡ଼ ମାରି ଜଙ୍ଗଲକୁ ନେଇ ଯାଇଥିଲେ। ଜଙ୍ଗଲରେ ଆମକୁ ଖରାପ କାମ କରିବା ପାଇଁ ବାଧ୍ୟ କରିଥିଲେ। ସେମାନଙ୍କୁ ଫାଶି ଦିଆଯାଉ, ଯେମିତି ଆଉ କାହା ସହିତ ଏପରି ଘଟଣା ଘଟିବ ନାହିଁ।”

ପୀଡ଼ିତ ଛାତ୍ର କହିଥିଲେ, “ଜଙ୍ଗଲରେ ଆମକୁ ଖରାପ କାମ କରିବା ପାଇଁ ବାଧ୍ୟ କଲାପରେ ମୋବାଇଲରେ ଭିଡିଓ ସୁଟିଂ କରିଥିଲେ। ଭିଡିଓ ଭାଇରାଲ୍ କରିଦେବାର ଭୟ ଦେଖାଇ ୫୦,୦୦୦ ଟଙ୍କା ମାଗିଥିଲେ। ଆମେ ସେମାନଙ୍କୁ ୨୦ ହଜାର ଟଙ୍କା ଦେଇଥିଲୁ। ଅବଶିଷ୍ଟ ଟଙ୍କା ନ ଦେଇ ପାରିବାରୁ ଏମଏମଏସ କରି ବିକ୍ରି କରିଛନ୍ତି। ସେମାନଙ୍କୁ ଫାଶି ଦିଆଯାଉ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe