Advertisment

ଖୁବ୍‌ଶୀଘ୍ର ଖୋଲିପାରେ କଲେଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା ମହାମାରୀ ଯୋଗୁ ୯ ମାସ ହେଲାଣି ସ୍କୁଲ, କଲେଜ ବନ୍ଦ ରହିଛି। ତେବେ ଖୁବ୍‌ଶୀଘ୍ର କଲେଜ ଖୋଲିପାରେ। ଏ ନେଇ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ।’ ଆଜି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏହି କଥା କହିଛନ୍ତି। ସଚିବ କହିଛନ୍ତି, ୟୁଜି ଓ ପିଜି ପାଇଁ ସେମିଷ୍ଟର ପରୀକ୍ଷା ଘୁଞ୍ଚିବ। କ୍ଲାସରେ ୭୦/୮୦ ଦିନ ପାଠପଢ଼ା ହେବା ପରେ ପରୀକ୍ଷା କରିବୁ। ଯଦି କଲେଜ ଖୋଲିବାରେ ବିଳମ୍ବ ହେବ, ତା’ହେଲେ ସିଲାବସ […]

ଅଦ୍ୟତନ ହୋଇଛି
ଖୁବ୍‌ଶୀଘ୍ର ଖୋଲିପାରେ କଲେଜ

college

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା ମହାମାରୀ ଯୋଗୁ ୯ ମାସ ହେଲାଣି ସ୍କୁଲ, କଲେଜ ବନ୍ଦ ରହିଛି। ତେବେ ଖୁବ୍‌ଶୀଘ୍ର କଲେଜ ଖୋଲିପାରେ। ଏ ନେଇ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ।’ ଆଜି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏହି କଥା କହିଛନ୍ତି।

Advertisment

ସଚିବ କହିଛନ୍ତି, ୟୁଜି ଓ ପିଜି ପାଇଁ ସେମିଷ୍ଟର ପରୀକ୍ଷା ଘୁଞ୍ଚିବ। କ୍ଲାସରେ ୭୦/୮୦ ଦିନ ପାଠପଢ଼ା ହେବା ପରେ ପରୀକ୍ଷା କରିବୁ। ଯଦି କଲେଜ ଖୋଲିବାରେ ବିଳମ୍ବ ହେବ, ତା’ହେଲେ ସିଲାବସ ହ୍ରାସ ଚିନ୍ତା କରାଯାଇପାରେ। ଏହା ସହିତ ଅନଲାଇନ୍‌ ପଢ଼ାକୁ ନେଇ ପରୀକ୍ଷା କଲେ ଫେଲ୍ ହାର ବଢ଼ିବ ବୋଲି ଶ୍ରୀ ମିଶ୍ର ଆଶଙ୍କା କରିଛନ୍ତି।

ଏଥିସହ ସଚିବ କହିଛନ୍ତି, ସଂସ୍କୃତ ୟୁନିଭରସିଟିର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କର ଲକଡାଉନ୍‌ ପୂର୍ବରୁ ଫିଜିକାଲ କ୍ଲାସ ସରିଯାଇଥିଲା, ସେମାନଙ୍କୁ ପରୀକ୍ଷା ନିମନ୍ତେ ଅନୁମତି ଦିଆଯାଇଛି। ସେମାନଙ୍କର ଗତବର୍ଷ ଜୁଲାଇ-ଅଗଷ୍ଟରେ ପାଠପଢ଼ା ହେଲା, ୨୦୨୦ ଲକ୍‌ଡାଉନ୍‌ ଆରମ୍ଭ ବେଳକୁ ତାଙ୍କ କ୍ଲାସ ସରିଯାଇଥିଲା ତେଣୁ ସେମାନଙ୍କୁ ପରୀକ୍ଷା ଅନୁମତି ମିଳିଛି।

Advertisment

ଏହାବ୍ୟତୀତ ଓଡ଼ିଶା ଷ୍ଟେଟ ଓପନ ୟୁନିଭରସିଟିକୁ ମଧ୍ୟ ପରୀକ୍ଷା ଅନୁମତି ଦିଆଯାଇଛି। କାରଣ ସେଠାରେ ଫିଜିକାଲ କ୍ଲାସ କରାଯାଏ ନାହିଁ। ସପ୍ତାହକୁ ଥରେ ପିଲାମାନେ ସନ୍ଦେହ ଦୂର କରିବାକୁ ଆସନ୍ତି। ସେମାନଙ୍କ ମଧ୍ୟରୁ ବହୁ ପିଲା ଆସନ୍ତିନି। ତେଣୁ ସେମାନଙ୍କୁ ପରୀକ୍ଷା ଅନୁମତି ଦିଆଯାଇଛି।

କିନ୍ତୁ, ଯେଉଁ ୟୁଜି ପିଜି ପିଲା ଏବେ ଆଡମିଶନ କରିଛନ୍ତି, ସେମାନଙ୍କ ଅନଲାଇନ କ୍ଲାସ ଚାଲିବ।  କିନ୍ତୁ ଏବେ ପରୀକ୍ଷା ହେବନି। ଆସନ୍ତା କିଛି ଦିନରେ କଲେଜ ଖୋଲିବା ଆଶା କରାଯାଉଛି। ତେଣୁ ପାଠପଢ଼ା ଯିବା ପରେ ହିଁ ପରୀକ୍ଷା କରାଯିବ। ସବୁ ପିଲା ଅନ୍‌ଲାଇନ୍‌ କ୍ଲାସ କରୁ ନାହାନ୍ତି। ତେଣୁ ଏବେ ପରୀକ୍ଷା କଲେ ସେମାନଙ୍କ ପାଇଁ ଅନ୍ୟାୟ ହେବ ବୋଲି ଉଚ୍ଚଶିକ୍ଷା ସଚିବ କହିଛନ୍ତି।

ଜାନୁଆରୀ ମାସରେ ସ୍କୁଲ୍ ଖୋଲିପାରେ : ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

COVID Guideline
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe