Advertisment

ପଞ୍ଚାୟତ ନିର୍ବାଚନରେ ଉଚ୍ଚଶିକ୍ଷିତ, ଚାକିରି ଛାଡ଼ି ହୋଇଛନ୍ତି ପ୍ରାର୍ଥୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ପାଇଁ ସବୁଠି ରାଜନୀତିକ ପାଗ ସରଗରମ ରହିଛି। ବିଭିନ୍ନ ଦଳ ସେମାନଙ୍କର ସର୍ବଶ୍ରେଷ୍ଠ ପ୍ରାର୍ଥିକୁ ଟିକେଟ୍ ଦେବାକୁ ଚାହୁଁଛି। ହେଲେ ଏଥର ପଞ୍ଚାୟତ ନିର୍ବାଚନରେ ଯୁବବର୍ଗ ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ସତ୍ତ୍ୱେ ଚାକିରି ମୋହରେ ନପଡ଼ି ରାଜନୀତିରେ ପାଦ ରଖିବାକୁ ଆଗେଇ ଆସିଛନ୍ତି ଏହି ଯୁବପିଢି। ଏମାନଙ୍କ ମଧ୍ୟରୁ କିଏ ବି-ଟେକ୍ କରିଛନ୍ତି ତ କିଏ ଏମଏସସି ପାଠ ପଢ଼ିଛନ୍ତି। ସମସ୍ତଙ୍କର ଗୋଟିଏ ଉଦ୍ଦେଶ୍ୟ ଯେ ଦୁର୍ନୀତି […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପଞ୍ଚାୟତ ନିର୍ବାଚନରେ ଉଚ୍ଚଶିକ୍ଷିତ, ଚାକିରି ଛାଡ଼ି ହୋଇଛନ୍ତି ପ୍ରାର୍ଥୀ

election

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ପାଇଁ ସବୁଠି ରାଜନୀତିକ ପାଗ ସରଗରମ ରହିଛି। ବିଭିନ୍ନ ଦଳ ସେମାନଙ୍କର ସର୍ବଶ୍ରେଷ୍ଠ ପ୍ରାର୍ଥିକୁ ଟିକେଟ୍ ଦେବାକୁ ଚାହୁଁଛି। ହେଲେ ଏଥର ପଞ୍ଚାୟତ ନିର୍ବାଚନରେ ଯୁବବର୍ଗ ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ସତ୍ତ୍ୱେ ଚାକିରି ମୋହରେ ନପଡ଼ି ରାଜନୀତିରେ ପାଦ ରଖିବାକୁ ଆଗେଇ ଆସିଛନ୍ତି ଏହି ଯୁବପିଢି। ଏମାନଙ୍କ ମଧ୍ୟରୁ କିଏ ବି-ଟେକ୍ କରିଛନ୍ତି ତ କିଏ ଏମଏସସି ପାଠ ପଢ଼ିଛନ୍ତି। ସମସ୍ତଙ୍କର ଗୋଟିଏ ଉଦ୍ଦେଶ୍ୟ ଯେ ଦୁର୍ନୀତି ବିରୋଧରେ ଲଢ଼ିବା ଓ ନିଜ ଅଞ୍ଚଳର ବିକାଶ କରିବା।

Advertisment

ପୁରୀ ଜିଲ୍ଲା ଅସ୍ତରଙ୍ଗ ଜୋନ୍-୧ର ଜିଲ୍ଲା ପରିଷଦ ପ୍ରାର୍ଥିନୀ ହୋଇଛନ୍ତି ଶୁଭସ୍ମିତା ସାହୁ। ବିଟେକ୍ ତୃତୀୟ ବର୍ଷର ଛାତ୍ରୀ ଶୁଭସ୍ମିତା ମୁମ୍ବାଇରେ ଚାକିରି ଛାଡ଼ି କଂଗ୍ରେସରୁ ନାମାଙ୍କନ ଦାଖଲ କରିଛନ୍ତି। ଶୁଭସ୍ମିତା କହିଛନ୍ତି, ଚାକିରି କରିବି ମୋତେ ସନ୍ତୁଷ୍ଟି ମିଳିଲାନି। ଚାକିରି କରିକି ମୁଁ ଲୋକଙ୍କ ପାଇଁ କିଛି କରିପାରୁନି। ଗୋଟିଏ ପ୍ରୋଜେକ୍ଟ ସରିଗଲା, କିନ୍ତୁ ଲୋକଙ୍କ ପାଇଁ କିଛି କରିପାରିଲି ନାହିଁ। ଯଦି ମୁଁ ଶିକ୍ଷିତ ହୋଇ ମୋ ଗ୍ରାମବାସୀଙ୍କ ପାଇଁ କିଛି କରିପାରିଲି ନାହିଁ, ତାହେଲେ ମୋ ପାଠପଢ଼ା ବୃଥାରେ ଯିବ।

ସେହିପରି ଭଦ୍ରକ କଲେଜରେ ଏମ୍ଏସସି-ମାଇକ୍ରୋବାୟୋଲୋଜି କରୁଥିବା ସ୍ମୃତିରେଖା ବେହେରା ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ୧୩ ନମ୍ବର ଜୋନରୁ ବିଜେଡି ଟିକେଟରେ ଜିଲ୍ଲା ପରିଷଦ ପାଇଁ ଲଢ଼ିବେ। ସେ କହିଛନ୍ତି, ଅନେକ କ୍ୟାରିୟର ରହିଛି। କିନ୍ତୁ ଶିକ୍ଷିତ ହୋଇ ରାଜନୀତିକୁ କ୍ୟାରିୟର କରିବା ବଡ଼ କଥା। ଶିକ୍ଷିତମାନେ ହିଁ ସମାଜକୁ ଗଢ଼ିବେ। ତା’ଛଡ଼ା ବୟସ ବଡ଼ କଥା ନୁହେଁ ଯଦି ପ୍ରତିଭା ଥିବ, ତାହେଲେ ତାହା ବଡ଼ କଥା।

Advertisment

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକରେ ମହିଳାଙ୍କ ପାଇଁ ସଂରକ୍ଷିତ ପଥରା ପଞ୍ଚାୟତରୁ ସରପଞ୍ଚ ହେବାକୁ ଅଣ୍ଟା ଭିଡ଼ିଛନ୍ତି ପିଙ୍କି ବେହେରା। ସେ ମଧ୍ୟ ଜଣେ ବିଟେକ୍ ପଢ଼ୁଆ ଛାତ୍ରୀ। ହେଲେ ସେ ବି ଗୃହିଣୀ କି କର୍ମଜୀବୀ ନୁହେଁ, ଜଣେ ସରପଞ୍ଚ ହୋଇ ପଞ୍ଚାୟତବାସୀଙ୍କ ସମସ୍ୟା ଦୂର କରିବାକୁ ଆଗ୍ରହ ଦେଖାଇଛନ୍ତି। ସେ କହିଛନ୍ତି, ବି-ଟେକ୍ ଇଞ୍ଜିନିୟର ଛାଡ଼ି ଲୋକଙ୍କ ସେବା କରିବା ପାଇଁ ମୁଁ ସରପଞ୍ଚରେ ଛିଡ଼ା ହୋଇଛି।

ସେହିପରି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଭାବେ ୪ ଜଣ ଯୁବ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି। ସେମାନେ ହେଲେ ଦୀପକ ବାର୍ଲା, ସୁଜିତ ଲାକ୍ରା, ରୋଶନ କିଷାନ ଓ ମାନାଇ ମୁଣ୍ଡା। କୋଇଡ଼ା ସରପଞ୍ଚ ପ୍ରାର୍ଥୀ ହୋଇଥିବା ଯୁବ ଇଞ୍ଜିନିୟର ଦୀପକ ବାର୍ଲା କହିଛନ୍ତି, ଯୁବ ପିଲା ଏଠି ବେକାର ବୁଲୁଛନ୍ତି। ଆଉ ଏଠାରେ ଲୋକଙ୍କୁ ପକ୍କା ଘର ମିଳିପାରୁନି। ସେମାନେ ବିଭିନ୍ନ ସମସ୍ୟାରେ ରହିଛନ୍ତି। ତେଣୁ ସେମାନଙ୍କ ଏହି ସମସ୍ୟା ଦୂର କରିବା ପାଇଁ ମୁଁ ରାଜନୀତିକୁ ଓହ୍ଲାଇଛି।

Odisha Panchayat Election 2022