Advertisment

ଆଇ ଲଭ୍‌ ୟୁ ସାନ୍‌ ବେବି... ତତେ ଛାଡ଼ି ଯିବାକୁ ଇଚ୍ଛା ନାହିଁ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇ ଲଭ୍‌ ୟୁ ସାନ୍‌ ବେବି… ତତେ ଛାଡ଼ି ଯିବାକୁ ଇଚ୍ଛା ନାହିଁ… ହେଲେ ମୁଁ ଆଉ ପାରୁନି…। ମୋତେ ଭୁଲି ଯିବୁ। ତୁ ଭଲରେ ତୋ ଲାଇଫ୍‌ ତିଆରି କରିବୁ। ୟାର୍‌ ମୁଁ ବହୁତ ଖରାପ ଝିଅ ୟାର.. ସରି ବାବା… ମମ୍ମି… ଜଗନ… କାହ୍ନା। ମୁଁ ବହୁତ ମିସ୍‌ କରୁଛି… ଲାଷ୍ଟ ମୋମେଣ୍ଟର ତୁମମାନଙ୍କୁ… । ବାବା ପ୍ଲିଜ୍‌ କେବେ ବି ସନ୍ତୋଷକୁ ଦୋଷ ଦେବନି। ତା’ର ଯଦି କ’ଣ ହେଲା […]

ଅଦ୍ୟତନ ହୋଇଛି
ଭାଇରାଲ୍‌ ହେଉଛି ଅଡିଓ, ରଶ୍ମୀରେଖାଙ୍କ ଦୁଇ ପ୍ରେମିକଙ୍କୁ ହେବ ଜେରା

Rasmirekha

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇ ଲଭ୍‌ ୟୁ ସାନ୍‌ ବେବି... ତତେ ଛାଡ଼ି ଯିବାକୁ ଇଚ୍ଛା ନାହିଁ... ହେଲେ ମୁଁ ଆଉ ପାରୁନି...। ମୋତେ ଭୁଲି ଯିବୁ। ତୁ ଭଲରେ ତୋ ଲାଇଫ୍‌ ତିଆରି କରିବୁ। ୟାର୍‌ ମୁଁ ବହୁତ ଖରାପ ଝିଅ ୟାର.. ସରି ବାବା... ମମ୍ମି... ଜଗନ... କାହ୍ନା। ମୁଁ ବହୁତ ମିସ୍‌ କରୁଛି... ଲାଷ୍ଟ ମୋମେଣ୍ଟର ତୁମମାନଙ୍କୁ... ।

Advertisment

ବାବା ପ୍ଲିଜ୍‌ କେବେ ବି ସନ୍ତୋଷକୁ ଦୋଷ ଦେବନି। ତା’ର ଯଦି କ’ଣ ହେଲା ମୁଁ କାହାକୁ ବି ଛାଡିବିନି। ଆଉ କିଛି ବି ପୁଲିସ୍‌ କେସ୍‌ କରିବନି। ପ୍ଲିଜ୍‌...

ଏପରି ଲେଖାଥିବା ଥିବା ଡାଏରୀଟି କାହାର? ତାହା ଉପରୁ କମିଶନରେଟ୍‌ ପୁଲିସ୍‌ ପର୍ଦ୍ଦା ଉଠାଇ ନଥିବା ବେଳେ ଏହି ଡାଏରୀଟି ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝାଙ୍କ ବୋଲି ଆଲୋଚନା ହେଉଛି। ଆଲୋଚନା ହେଉଛି ସନ୍ତୋଷ ହେଉଛନ୍ତି ତାଙ୍କ ପ୍ରେମିକ ଓ ଉଭୟ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ। ଯଦି ଉଭୟ ଏକ ସଙ୍ଗେ ରହୁଥିଲେ, ତାହାହେଲେ ସନ୍ତୋଷଙ୍କ ଅନୁପସ୍ଥିତିରେ କାହିଁକି ଘଟିଲା ଏଭଳି ମୃତ୍ୟୁ? ନା ମୃତ୍ୟୁ ସମୟରେ ସନ୍ତୋଷ ଉପସ୍ଥିତ ଥିଲେ କି? ସନ୍ତୋଷ ଏବେ କେଉଁଠି? ଗତକାଲିଠାରୁ ଘଟଣା ଘଟିଥିବା ବେଳେ ସନ୍ତୋଷ କାହିଁକି ମୁହଁ ଖୋଲୁନାହାନ୍ତି? ଡାଏରୀରେ ଲେଖି ନିଜେ ଜୀବନ ହାରିଦେଲେ କି ରଶ୍ମିରେଖା? ଯଦି ଆତ୍ମହତ୍ୟା ତେବେ କାହିଁକି? ଯଦି ଆତ୍ମହତ୍ୟା ନୁହେଁ, ତେବେ ତାଙ୍କୁ କିଏ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିନିି ତ? ଶଙ୍ଖା ଆଉ ସିନ୍ଦୂରର ରହସ୍ୟ କଣ?

Advertisment

ଜଗତସିଂପୁର ତିର୍ତ୍ତୋଲ ଅଞ୍ଚଳର ରଶ୍ମିରେଖା ଓଝା। ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରେ ସନ୍ତୋଷ ପାତ୍ରଙ୍କ ସହ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ। ଉକ୍ତ ଘରକୁ ପ୍ରଥମେ ସନ୍ତୋଷ ଭଡ଼ା ନେଇଥିଲେ। ଘର ନେବାର ପ୍ରାୟ ୮ ଦିନ ପରେ ରଶ୍ମିରେଖା ସେଠାରେ ପହଞ୍ଚିଥିଲେ। ଉଭୟ ପତିପତ୍ନୀ ବୋଲି ଘର ମାଲିକଙ୍କୁ କହିଥିଲେ। ରଶ୍ମୀରେଖା ବିବାହିତ ମହିଳା ପରି ରହୁଥିବା ବେଳେ ସାବିତ୍ରୀ ବ୍ରତ ପାଳନ କରିଥିଲେ ଆଲୋଚନା ହେଉଛି। ହେଲେ ଆଜିକୁ ୩ରୁ ୪ ଦିନ ହେଲା ସନ୍ତୋଷ ଏଠାକୁ ଆସୁନଥିଲେ। ସେ କୁଆଡ଼େ ବାହାରେ ରହୁଥିଲେ। ଘର ମାଲିକଙ୍କଠୁ ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହକୁ ଉଦ୍ଧାର କରି ଘଟଣାର ଖୋଳତାଡ଼ କରୁଛି।

Ollywood Actress Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe