ଏଏସ୍‌ଓ ପରୀକ୍ଷା ଫଳ ବିଭ୍ରାଟ ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗ, ସ୍ପଷ୍ଟୀକରଣ ଦେଲା ଓପିଏସ୍‌ସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ଆସିବାର ପ୍ରାୟ ୩ ଦିନ ପରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) କର୍ତ୍ତୃପକ୍ଷ ଆଜି ଲିଖିତ ସ୍ପଷ୍ଠୀକରଣ ରଖିବା ସହ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ଓ ମିଥ୍ୟା କହି ଫାଙ୍କି ଦେଇଛନ୍ତି । ଆଜି ଏକ ପ୍ରେସ୍ ନୋଟ ଜାରି କରି ଓପିଏସସି କର୍ତ୍ତୃପକ୍ଷ କହିଛନ୍ତି ଯେ, ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପରୀକ୍ଷାରେ ଅନିୟମିତତା ହୋଇଥିବା ଓ ଅନୁପସ୍ଥିତ ଥିବା ପ୍ରାର୍ଥୀଙ୍କ ନାଁ […]

opse

opse

Manoranjan Sial
  • Published: Thursday, 10 November 2022
  • Updated: 10 November 2022, 09:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ଆସିବାର ପ୍ରାୟ ୩ ଦିନ ପରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) କର୍ତ୍ତୃପକ୍ଷ ଆଜି ଲିଖିତ ସ୍ପଷ୍ଠୀକରଣ ରଖିବା ସହ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ଓ ମିଥ୍ୟା କହି ଫାଙ୍କି ଦେଇଛନ୍ତି ।
ଆଜି ଏକ ପ୍ରେସ୍ ନୋଟ ଜାରି କରି ଓପିଏସସି କର୍ତ୍ତୃପକ୍ଷ କହିଛନ୍ତି ଯେ, ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପରୀକ୍ଷାରେ ଅନିୟମିତତା ହୋଇଥିବା ଓ ଅନୁପସ୍ଥିତ ଥିବା ପ୍ରାର୍ଥୀଙ୍କ ନାଁ ବି ପରୀକ୍ଷା ଫଳରେ ରହିଥିବା ନେଇ ଆଗଧାଡ଼ିର ଗଣମାଧ୍ୟମ ଓ ସୋସିଆଲ ମିଡିଆ ମାଧ୍ୟମରେ କିଛି ପ୍ରାର୍ଥୀ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା । ଓପିଏସସିଙ୍କ ପ୍ରଚଳିତ ନୀତି ଅନୁସାରେ ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ହିଁ କମିଶନ ସମସ୍ତ ଉତ୍ତର ଖାତା, କଟଅଫ ମାର୍କ ଓ ବ୍ୟକ୍ତିଗତ ପ୍ରାର୍ଥୀଙ୍କ ମାର୍କ ଆଦି କମିଶନଙ୍କ ୱେବସାଇଟରେ ଉପଲବ୍ଧ ହେବ । ଏହି ନିୟମ ମଧ୍ୟ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଓ ୟୁପିଏସସି ପରୀକ୍ଷାରେ ଅବଲମ୍ବନ କରାଯାଇଥାଏ ।
କମିଶନଙ୍କ ଦ୍ୱାରା ପ୍ରାର୍ଥୀ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ ଓ ପାରଦର୍ଶିତାର ସହ ହୋଇଥାଏ । ଏଏସଓ ପରୀକ୍ଷାରେ ମଧ୍ୟ ସେହି ନୀତି ପାଳନ କରାଯାଇଛି । ମେରିଟ୍ ଆଧାରିତ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କମିଶନଙ୍କ ନିରପେକ୍ଷତାକୁ ଧୂମିଳ କରିବାକୁ ହେଉଥିବା ପ୍ରୟାସକୁ ଓପିଏସସି କର୍ତ୍ତୃପକ୍ଷ ଦୃଢ଼ ନିନ୍ଦା କରୁଛନ୍ତି ।
କମିଶନ ତାଙ୍କ ସ୍ପଷ୍ଟୀକରଣରେ ଦର୍ଶାଇଛନ୍ତି ଯେ, ଏଏସଓ ପରୀକ୍ଷାରେ ମୋଟ ୧ଲକ୍ଷ ୪୮ହଜାର ୮୮୮ ପ୍ରାର୍ଥୀ ଲିଖିତ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୧୦୪ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି । ଏହା ମୋଟ ବିଜ୍ଞାପିତ ହୋଇଥିବା ପଦବୀ ୭୯୬ର ଦେଢ଼ଗୁଣ ଅଟେ । ପ୍ରତ୍ୟେକ ପେପର ଓ ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ କଟଅଫ୍ ମାର୍କ ଚୂଡ଼ାନ୍ତ କରିବା କମିଶନଙ୍କ କ୍ଷମତା ପରିସର । ଏହି ଆଧାରରେ ସର୍ବନିମ୍ନ ମାର୍କ ସ୍ଥିର କରାଯାଇଛି ।
ସୂଚନାଯୋଗ୍ୟ, ଗତ ସୋମବାର ଏଏସଓ ପରୀକ୍ଷା ଫଳ ପ୍ରକାଶ ପାଇବା ପରଠୁ ବହୁ ଚାକିରି ଆଶାୟୀ ପ୍ରାର୍ଥୀ ରାଜରାସ୍ତାକୁ ଓହ୍ଲାଇ ପରୀକ୍ଷା ପରିଚାଳନାରେ ଓପିଏସସି କର୍ତ୍ତୃପକ୍ଷ ବ୍ୟାପକ ଅନିୟମିତତା ଓ ଦୁର୍ନୀତି କରିଥିବା ନେଇ ଅଭିଯୋଗ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story