ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଋଣ ଜାଲିଆତି। ନ୍ୟାସ୍ନାଲ ସେଣ୍ଟର ଫର୍ ଏନର୍ଜୀ ମ୍ୟାନେଜମେଣ୍ଟ ନାଁରେ ନକଲି କମ୍ପାନୀ ଖୋଲି ଲକ୍ଷାଧିକ ଟଙ୍କା ଠକେଇ ହୋଇଛି। ନକଲି କର୍ମଚାରୀମାନେ ୧୦ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ କମିଶରେଟ୍ ପୁଲିସ୍ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଅଭିଯୋଗରୁ ପ୍ରକାଶ, ସନ୍ତୋଷ ସାମଲ ହେଉଛନ୍ତି ଜଣେ ଦଲାଲ୍। ସେ ନ୍ୟାସ୍ନାଲ ସେଣ୍ଟର ଫର୍ ଏନର୍ଜୀ ମ୍ୟାନେଜମେଣ୍ଟ ନାଁରେ ଫେକ୍ କମ୍ପାନୀ ଖୋଲି ବାଜାଜ୍ ଫିନ୍ସର୍ବଭରଠାରୁ ଭାରତ ଲେଙ୍କାଙ୍କୁ ୧୦ ଲକ୍ଷ ଟଙ୍କା ଋଣ କରାଇ ଦେଇଥିଲା। ପରବର୍ତ୍ତୀ ସମୟରେ ମମତା ପାତ୍ର ଓ ପ୍ରକାଶ ପ୍ରଧାନଙ୍କ ପାଇଁ ସମାନ ଢଙ୍ଗରେ ଋଣ ଆବେଦନ କରିଥିଲା। ତେବେ ବାଜାଜ୍ ଫିନ୍ସର୍ବଭର ସନ୍ଦେହ ହେବାରୁ ନୟାପଲ୍ଲୀ ଥାନାରେ ଅଭିଯୋଗ କରାଯାଇଥିଲା।
କମିଶନରେଟ୍ ପୁଲିସ ଅଭିଯୋଗକୁ ଭିତ୍ତି କରି ଆଜି ଭରତ ଲେଙ୍କା, ସନ୍ତୋଷ ସାମଲ, ମମତା ପାତ୍ର ଓ ସୁନନ୍ଦ ସାମଲଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ଦୁଇ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନିଜ ନିଜ ଘରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!
ବାଙ୍କୀ ଥାନା ଅନ୍ତର୍ଗତ ଅନୁଆରୀ ପଞ୍ଚାୟତ କୁରୁମଚଇନି ଗାଁର ରଞ୍ଜନ ସେଠ ବାଇଗଣୀ ଗ୍ରାମ କଲ୍ୟାଣୀ ମାଝୀଙ୍କୁ ପ୍ରେମ କରୁଥିଲେ। କଲ୍ୟାଣୀ ମଧ୍ୟ ରଞ୍ଜନଙ୍କୁ ଭଲ ପାଉଥିଲେ। ଉଭୟ ବାହା ହେବା ପାଇଁ କେତେ ସପନ ଦେଖୁଥିଲେ।
Crime
କାଲି ଘରୁ ବାହାରିଥିଲା ପୁଅ, ଆଜି ମିଳିଲା ମୃତଦେହ
କାଲି ରାତିରେ ଘରୁ ବାହାରିଥିଲେ ଯୁବକ। ହେଲେ ଆଉ ଘରକୁ ଫେରିଲେ ନାହିଁ। ଆଜି ସକାଳୁ ଗାଁ ନିକଟରୁ ମିଳିଲା ତାଙ୍କ ରକ୍ତାକ୍ତ ମୃତଦେହ ।
Politics
ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି
ଆଜି ପବିତ୍ର ମକର ସଂକ୍ରାନ୍ତି। କେନ୍ଦୁଝର ଜିଲ୍ଲାର ଗଣପର୍ବ ହେଉଛି ମକର ସଂକ୍ରାନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲା ପାଟଣାରେ ପହଞ୍ଚି ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Politics
ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର! ଆରମ୍ଭ ହେଲା ପାଇଲଟ ପ୍ରୋଜେକ୍ଟ
ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିପାରେ କ୍ଷୀର। ପିଲାଙ୍କୁ ପୋଷଣ ଓ ପ୍ରୋଟିନ୍ ଯୋଗାଇବାକୁ ରାଜ୍ୟ ସରକାର ଏପରି ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛନ୍ତି।