‘କ୍ୟୁଟ୍‌’ ଲେଡି ବ୍ଲାକମେଲର୍‌: ଚଢ଼ୁଥିଲା ଦାମୀ ଗାଡ଼ି, କରୁଥିଲା ମଉଜ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ‘କ୍ୟୁଟ୍‌’ ଲେଡି ବ୍ଲାକ୍‌ମେଲ୍‌ର। ଆକର୍ଷଣୀୟ ଚେହେରା ସାଙ୍ଗକୁ ହସହସ ମୁହଁ। ଆଉ ତାଙ୍କର ସେହି ସ୍ମିତ ହାସ୍ୟରେ ଫସିଛନ୍ତି ଫିଲ୍ମ ପ୍ରଯୋଜକ, ବିଲଡର ଓ ନେତାଠୁ ଆରମ୍ଭ କରି କେତେ କିଏ। ଯିଏ ଥରେ ଫସିଛି, ସିଏ ଆଉ ବାହାରି ପାରିନି ଲେଡି ‘କ୍ୟୁଟ୍‌’ ବ୍ଲାକମେଲରଙ୍କ ପଞ୍ଝାରୁ। ସେ ବ୍ଲାକ୍‌ମେଲିଂ କରି ଆଦାୟ କରୁଥିଲା ଟଙ୍କା। ଆଉ ସେହି ଟଙ୍କାରେ ଶୌଖୀନ ଲାଇଫ୍‌ ଷ୍ଟାଇଲ୍‌ ବିତାଉଥିଲା ‘କ୍ୟୁଟ୍‌’ ଲେଡି ବ୍ଲାକମେଲର୍‌। […]

BLACKMAILER

  • Published: Friday, 07 October 2022
  • , Updated: 07 October 2022, 09:39 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ‘କ୍ୟୁଟ୍‌’ ଲେଡି ବ୍ଲାକ୍‌ମେଲ୍‌ର। ଆକର୍ଷଣୀୟ ଚେହେରା ସାଙ୍ଗକୁ ହସହସ ମୁହଁ। ଆଉ ତାଙ୍କର ସେହି ସ୍ମିତ ହାସ୍ୟରେ ଫସିଛନ୍ତି ଫିଲ୍ମ ପ୍ରଯୋଜକ, ବିଲଡର ଓ ନେତାଠୁ ଆରମ୍ଭ କରି କେତେ କିଏ। ଯିଏ ଥରେ ଫସିଛି, ସିଏ ଆଉ ବାହାରି ପାରିନି ଲେଡି ‘କ୍ୟୁଟ୍‌’ ବ୍ଲାକମେଲରଙ୍କ ପଞ୍ଝାରୁ। ସେ ବ୍ଲାକ୍‌ମେଲିଂ କରି ଆଦାୟ କରୁଥିଲା ଟଙ୍କା। ଆଉ ସେହି ଟଙ୍କାରେ ଶୌଖୀନ ଲାଇଫ୍‌ ଷ୍ଟାଇଲ୍‌ ବିତାଉଥିଲା ‘କ୍ୟୁଟ୍‌’ ଲେଡି ବ୍ଲାକମେଲର୍‌।

‘କ୍ୟୁଟ୍‌’ ଲେଡି ବ୍ଲକମେଲ୍‌ର ରାଜଧାନୀରେ  ତିଆରି କରିଥିଲା ଆଲିସାନ୍‌ ଘର। ଆଉ ସେହି ଘରେ ରହିଛି ଆଖି ଖୋସି ହୋଇଗଲା ଭଳି ଆସବାବପତ୍ର। ଲକ୍ଷାଧିକ ଟଙ୍କାର ପଲଙ୍କ, ସୋଫା ଆଉ ଫର୍ଣ୍ଣିଚର ରହିଛି। ଲେଡି ବ୍ଲକମେଲ୍‌ରଙ୍କ ପାଖରେ ଖାଲି ଘର ନୁହେଁ, ବିଳାସପୂର୍ଣ୍ଣ ଗାଡି ମଧ୍ୟ ରହିଛି। ମାଡ଼ାମ ଚଢ଼ୁଥିଲେ ଦାମୀ ଗାଡ଼ି। ତାଙ୍କ ପାଖରେ ରହିଛି ଏକାଧିକ ଲଗଜୁରି କାର୍‌। ବିଏମଡବ୍ଲୁ, ଫର୍ଡ ଏଣ୍ଡେଭର, ସୁଜୁକି ସ୍ୱିପ୍ଟ, ଓ ମହିନ୍ଦ୍ରା ଥର୍‌ ଭଳି ଅନେକ କାର। ତାଙ୍କ ପାଖରେ ହାର୍ଲି ଡେଭିଡସନ ବାଇକ୍‌ ମଧ୍ୟ ରହିଛି। ମାଡ଼ାମ୍‌ଙ୍କ ପାଖରେ ଘୋଡା, ନଖରାରେ ଫାର୍ମ ହାଉସ ଓ କାର୍ ସୋରୁମ୍ ରହିିଥିବା ଜଣାପଡିଛି।

[caption id="attachment_772181" align="aligncenter" width="650"] ଲେଡି ବ୍ଲାକମେଲରଙ୍କ ଘରେ ପଡ଼ିଥିବା ପଲଙ୍କ[/caption]

ତେବେ ଏଠି ପ୍ରଶ୍ନ ଉଠୁଛୁ ଲେଡି ବ୍ଲାକମେଲର କେମିତି ନିଜର ମାୟା ଜାଲ୍‌ରେ ଫସାଉଥିଲେ ବଡ଼ବଡ଼ିଆଙ୍କୁ? ଶୁଣିବାକୁ ମିଳୁଛି ମାଡ଼ାମ ପ୍ରଥମରେ ବିଭିନ୍ନ ସୋଶାଲ୍‌ ମିଡ଼ିଆରେ ବନ୍ଧୁତା କରୁଥିଲେ। ତା’ପରେ ମିଠା ମିଠା କଥା କହି ସେମାନଙ୍କୁ ପ୍ରେମ ଜାଲରେ ଫସାଉଥିଲେ। ପରେ ବିଭିନ୍ନ ବାହାନା କରି ନିଜ ଇନ୍ଦ୍ର ମହଲ୍‌ ପରି କରିଥିବା ଘରକୁ ଡାକୁଥିଲେ। କଥା ହେବା ବାହାନାରେ ଘରେ ଖଞ୍ଜିଥିବା ଗୁପ୍ତ କ୍ୟାମେରାରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଶୁଟିଂ  କରୁଥିଲେ। ଆଉ ତା’ପରେ ଖେଳ ଆରମ୍ଭ କରୁଥିଲେ ‘କ୍ୟୁଟ୍‌’ ଲେଡି ବ୍ଲାକମେଲର। ଭିଡିଓ ଦେଖାଇ କରୁଥିଲେ ବ୍ଲାକମେଲିଂ। ଆଦାୟ କରୁଥିଲେ ମୋଟା ଅଙ୍କର ଟଙ୍କା।

ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ୍‌ ରାତି ଅଧିଆ ଘରେ ଚଢ଼ଉ କରି ‘କ୍ୟୁଟ୍‌’ ଲେଡି ବ୍ଲାକମେଲରଙ୍କୁ ଉଠାଇ ଆଣିଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି। ତା’ଠାରୁ ପୁଲିସ୍‌ ପେନଡ୍ରାଇଭ୍ ଓ ମୋବାଇଲ୍ ଜବତ କରିଛି। ହେଲେ ‘କ୍ୟୁଟ୍‌’ ଲେଡି ବ୍ଲାକମେଲରଙ୍କ ବ୍ଲାକ୍‌ମେଲିଂରେ ଶିକାର ହୋଇଥିବା ରାଜନେତା, ପ୍ରଯୋଜକ ଓ ବିଲଡର କିଏ? ସେନେଇ କିଛି କହୁନି ପୁଲିସ୍‌।

Related story