Advertisment

ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ପରେ ଆକ୍ସନ ମୋଡ୍‌‌ରେ କମିଶନରେଟ୍ ପୁଲିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ୱିନ ସିଟିରେ କରୋନା କଟକଣା ପାଳନରେ ଢିଲାପଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ପରେ ଆକ୍ସନ ମୋଡ୍‌‌‌ରେ କମିଶନରେଟ୍ ପୁଲିସ୍ । ଆଇନ୍ ଉଲ୍ଲଘଂନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ମାସ୍କ ପିନ୍ଧୁନଥିବା କି ସାମାଜିକ ଦୂରତ୍ୱ ପାଳନ କରୁନଥିବା ଲୋକଙ୍କୁ ଫାଇନ୍ ଆଦାୟ ସହ ତାଗିଦ୍ କରୁଛି କମିଶନରେଟ୍ ପୁଲିସ୍ । ନିଜେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ରାଜଧାନୀର ସହିଦନଗର, ଲକ୍ଷ୍ମୀସାଗର ଓ ବରମୁଣ୍ଡାର ରୁଚିକା ମାର୍କେଟ ଅଞ୍ଚଳରେ ବୁଲି ବୁଲି ଅମାନିଆଙ୍କଠାରୁ ଫାଇନ୍ […]

author-image
Niharika Rout
ଅଦ୍ୟତନ ହୋଇଛି
ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ପରେ ଆକ୍ସନ ମୋଡ୍‌‌ରେ କମିଶନରେଟ୍ ପୁଲିସ୍

police-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ୱିନ ସିଟିରେ କରୋନା କଟକଣା ପାଳନରେ ଢିଲାପଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ପରେ ଆକ୍ସନ ମୋଡ୍‌‌‌ରେ କମିଶନରେଟ୍ ପୁଲିସ୍ । ଆଇନ୍ ଉଲ୍ଲଘଂନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ମାସ୍କ ପିନ୍ଧୁନଥିବା କି ସାମାଜିକ ଦୂରତ୍ୱ ପାଳନ କରୁନଥିବା ଲୋକଙ୍କୁ ଫାଇନ୍ ଆଦାୟ ସହ ତାଗିଦ୍ କରୁଛି କମିଶନରେଟ୍ ପୁଲିସ୍ ।

Advertisment

publive-image

ନିଜେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ରାଜଧାନୀର ସହିଦନଗର, ଲକ୍ଷ୍ମୀସାଗର ଓ ବରମୁଣ୍ଡାର ରୁଚିକା ମାର୍କେଟ ଅଞ୍ଚଳରେ ବୁଲି ବୁଲି ଅମାନିଆଙ୍କଠାରୁ ଫାଇନ୍ ଆଦାୟ କରିବା ସହ ସଚେତନ କରୁଛନ୍ତି। ସେହିପରି କଟକରେ ମଧ୍ୟ ଡିସିପି ପ୍ରତୀକ ସିଂ ବିଭିନ୍ନ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପଇଁତରା ମାରିବା ସହ ଅମାନିଆଙ୍କୁ ସାବାଡ଼ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୬ ତାରିଖରେ କୋଭିଡ୍ ସ୍ଥିତିର ସମୀକ୍ଷା କରିବାବେଳେ ଭୁବନେଶ୍ୱର ଓ କଟକ ସହରରେ କୋଭିଡ୍ ନିୟମ ପାଳନ ଠିକ୍ ଭାବେ ହେଉନଥିବାରୁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହ ପୁଲିସ ଡିଜି ନିଜେ ବ୍ୟକ୍ତିଗତ ଭାବେ ଏହାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment
Police