ଆଇନ୍ ଓ ଆନୁଗତ୍ୟର ଛକାପଞ୍ଝାରେ ଫସିଯିବ କି କମିଶନରେଟ୍ ପୁଲିସ୍ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ବିଭିନ୍ନ ସମ୍ବାଦପତ୍ରରେ ପ୍ରଥମ ଦିନ ପ୍ରକାଶିତ ଖବରରେ ଅଭିଯୁକ୍ତ ଥିଲେ ଆଠ ଜଣ ପୁଲିସ୍ କର୍ମଚାରୀ। ଦ୍ୱିତୀୟ ଦିନ ଖବର ବଦଳିଗଲା, ଆଉ ଅଭିଯୋଗର ତାଲିକାକୁ ଆସିଲେ ଦୁଇ ଗଣମାଧ୍ୟମ ବ୍ୟକ୍ତିତ୍ୱ ଏବଂ ଆଠ କର୍ମଚାରୀ ନୁହେଁ, ବରଂ ଜଣେ ପୁଲିସ୍ ଅଫିସର। ସଂପୃକ୍ତ ଗଣମାଧ୍ୟମ କର୍ମଚାରୀଙ୍କ ଠିକଣା ମିଳିଲା, ଜେରା ପାଇଁ ସମନ କରାଗଲା, ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ବି ପ୍ରକାଶ ପାଇଲା। କିନ୍ତୁ ସଂପୃକ୍ତ ପୁଲିସ ଅଫିସର କିଏ, ତାଙ୍କୁ ଏଯାଏ ଜେରା ହେଲା କି ନାହିଁ, ସେ […]

BBSR

BBSR

Subrat Kumar Nayak
  • Published: Tuesday, 15 September 2020
  • Updated: 15 September 2020, 05:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ବିଭିନ୍ନ ସମ୍ବାଦପତ୍ରରେ ପ୍ରଥମ ଦିନ ପ୍ରକାଶିତ ଖବରରେ ଅଭିଯୁକ୍ତ ଥିଲେ ଆଠ ଜଣ ପୁଲିସ୍ କର୍ମଚାରୀ। ଦ୍ୱିତୀୟ ଦିନ ଖବର ବଦଳିଗଲାଆଉ ଅଭିଯୋଗର ତାଲିକାକୁ ଆସିଲେ ଦୁଇ ଗଣମାଧ୍ୟମ ବ୍ୟକ୍ତିତ୍ୱ ଏବଂ ଆଠ କର୍ମଚାରୀ ନୁହେଁବରଂ ଜଣେ ପୁଲିସ୍ ଅଫିସର। ସଂପୃକ୍ତ ଗଣମାଧ୍ୟମ କର୍ମଚାରୀଙ୍କ ଠିକଣା ମିଳିଲାଜେରା ପାଇଁ ସମନ କରାଗଲାଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ବି ପ୍ରକାଶ ପାଇଲା। କିନ୍ତୁ ସଂପୃକ୍ତ ପୁଲିସ ଅଫିସର କିଏତାଙ୍କୁ ଏଯାଏ ଜେରା ହେଲା କି ନାହିଁସେ ସମ୍ପର୍କିତ ଖବର ଗଣମାଧ୍ୟମରେ ଆସିଲା ନାହିଁ। କେବଳ ଏତିକି ନୁହେଁଏହି ଅଭିଯୋଗ ସହ ସିଧାସଳଖ ସଂପର୍କ ଥିବା ଏକ ଅଡ଼ିଓ ଟେପ୍ ପୁଲିସ ଓ ମହିଳା କମିଶନଙ୍କୁ ଦିଆଯାଇଥିଲାଯାହା କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଉଦ୍ଦେଶ୍ୟମୂଳକ ଭାବେ ପ୍ରସାରିତ ହେଲା। ଏହି ଅଡ଼ିଓ ଟେପ୍‌ଟି କିପରି ସେହି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥା ହାତରେ ଲାଗିଲାତାହା ଯେମିତି ରହସ୍ୟଜନକ ତା’ଠାରୁ ଅଧିକ ରହସ୍ୟଜନକ କଥା ହେଲା ଏହାରି ଭିତରେ ଏହି ଅଭିଯୋଗର ତଦନ୍ତ ସହ ପ୍ରଥମରୁ ସଂପୃକ୍ତ ଥିବା ଥାନା ଅଧିକାରୀଙ୍କୁ ରାତିଅଧିଆ କୋରାପୁଟ୍ ବଦଳି କରିଦିଆଯିବା। ଏଭଳି ଅପ୍ରତ୍ୟାଶିତ ଭାବେ ତଦନ୍ତର ଦିଗ ବଦଳି ଯାଉଥିବା ବହୁଚର୍ଚ୍ଚିତ ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଗୋଟିଏ କି ଦୁଇଟି ନୁହେଁବରଂ ବହୁ ଅସମାହିତ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। କୁହାଯାଉଛିଗୋଟିଏ ପଟେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନର ନିୟମ ଏବଂ ଅନ୍ୟପଟେ କ୍ଷମତାଶାଳୀଙ୍କ ଆଦେଶ ପାଳନ କରି ଆନୁଗତ୍ୟ ପ୍ରମାଣ ଦେବାର ଚାପ ଭଳି ଦୁଇ ପରସ୍ପର ବିରୋଧୀ ଆହ୍ୱାନରେ ଏକପ୍ରକାର ଛନ୍ଦି ହୋଇ ପଡ଼ିଛି କମିଶନରେଟ୍ ପୁଲିସ୍। ଆଲୋଚନା ହେଉଛିଏଭଳି ସଙ୍ଗିନସ୍ପର୍ଶକାତର ଓ ସମ୍ବେଦନଶୀଳ ଅଭିଯୋଗର ତଦନ୍ତ ବେଳେ ଟିକିଏ ଅଗଲ ବଗଲ ହେଲେ ନିଜେ କମିଶନରେଟ୍ ପୁଲିସ୍ ହିଁ ପ୍ରଥମେ ଆଇନର ଜାଲରେ ଫସିଯିବାର ଆଶଙ୍କା ରହିଛି।

ଏହି ଅଭିଯୋଗର ସବୁଠାରୁ ଉଦବେଗଜନକ ଦିଗଟି ହେଉଛିସମ୍ବାଦପତ୍ରରେ ପ୍ରକାଶ ପାଇବାର ଯଥେଷ୍ଟ ପୂର୍ବରୁ ପୀଡ଼ିତାଙ୍କ ମା’ ଓଟିଭିର କିଛି ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ବିରୋଧରେ ସମାନ ଅଭିଯୋଗ ଆଣି ଏଥିପାଇଁ କମ୍ପରମାଇଜ୍ କରିବାକୁ ସଂସ୍ଥାର ଏମଡିଙ୍କୁ ଫୋନ ଯୋଗେ ଅନୁରୋଧ କରିଥିଲେ। ଓଟିଭି ପକ୍ଷରୁ ମିଳିଥିବା ସୂଚନା ଅନୁସାରେସୁପ୍ରିମକୋର୍ଟଙ୍କ ଗାଇଡ ଲାଇନ ଅନୁସାରେ ଜଣେ ମହିଳା ଅଧିକାରୀଙ୍କ ଦ୍ୱାରା ଅଭିଯୋଗର ତଦନ୍ତ କରାଯାଇଥିଲା ଏବଂ ଏଭଳି ଅଭିଯୋଗ ପଛରେ ଭିନ୍ନ ଉଦ୍ଦେଶ୍ୟ ଥିବା ସନ୍ଦେହରେ ଏସମ୍ପର୍କିତ ସମସ୍ତ ରେକର୍ଡ ଓ ଅଡ଼ିଓ ଟେପ୍ ଭୁବନେଶ୍ୱର ଇନଫୋସିଟି ଥାନାରେ ଦାଖଲ କରାଯାଇ ପୁଲିସ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରାଯାଇଥିଲା। ସେବେଠାରୁ ଏଯାଏ ଇନଫୋସିଟି ଥାନା ପୁଲିସ୍ ଏନେଇ ନିରବତା ଅବଲମ୍ବନ କରିଥିବାବେଳେ ସେତେବେଳେ ପୁଲିସ ଏବଂ ଘଟଣାକ୍ରମରେ ଏବେ ମହିଳା କମିଶନଙ୍କୁ ଦିଆଯାଇଥିବା ଅଡ଼ିଓ ଟେପ୍ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥାର ହାତକୁ କେମିତି ଗଲା ଓ କାହିଁକି ଉଦ୍ଦେଶ୍ୟମୂଳକ ତାହା ପ୍ରସାର କରାଗଲାତାହା ହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହି ଅଭିଯୋଗର ଅନ୍ୟ ଏକ ରହସ୍ୟମୟ ଦିଗ ହେଉଛିସେପ୍ଟେମ୍ବର ୫ରେ ରାଜ୍ୟର ପ୍ରମୁଖ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ସ୍ଥାନ ପାଇଥିବା ଖବର ଅନୁସାରେ  ଲକଡାଉନ ବେଳେ ଇନଫୋସିଟି ଥାନା ଅଞ୍ଚଳରେ ଡ୍ୟୁଟିରେ ଥିବା ଆଠ ଜଣ ପୁଲିସ୍ କର୍ମଚାରୀ ଜଣେ ନାବାଳିକାଙ୍କୁ ବାରମ୍ବାର ଗଣଦୁଷ୍କର୍ମ କରିଥିଲେ। ଏନେଇ ପୀଡ଼ିତାଙ୍କ ବାପା ପ୍ରଥମେ ଇନଫୋସିଟି ଓ ପରେ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ।  ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କ ବୟାନ ରେକର୍ଡ କରାଯାଇଥିବା ପ୍ରକାଶିତ ଖବରରେ ଉଲ୍ଲେଖ ଥିଲା। ତେବେ ଏହାର ପର ଦିନ ଖବରଟି ବଦଳି ଯାଇଥିଲା। ଏଥର ପ୍ରଥମ ପୃଷ୍ଠା ନୁହେଁଭିତର ପୃଷ୍ଠାରେ ଏ ସପର୍କିତ ଖବରର ଶିରୋନାମା ଥିଲା ଯେ ଗଣଦୁଷ୍କର୍ମରେ ଗଣମାଧ୍ୟମ କର୍ମଚାରୀ ବି ସାମିଲ୍। ଖବର ଭିତରେ କୁହାଯାଇଥିଲା ଯେ ଆଠ ଜଣ ପୁଲିସ୍ କର୍ମଚାରୀ ନୁହଁନ୍ତିଜଣେ ପୁଲିସ୍ ଅଧିକାରୀ ଏଥିରେ ସଂପୃକ୍ତ ଏବଂ ସେହି ଅଧିକାରୀ ଜଣଙ୍କ ହେଉଛନ୍ତି ଗଣମାଧ୍ୟମ କର୍ମଚାରୀଙ୍କ ସଂପର୍କୀୟ। ଖବରର ଫଲୋଅପରେ ଅଭିଯୁକ୍ତଙ୍କ ତାଲିକା ବଦଳି ଯିବା ଏବଂ ପ୍ରଥମ ଦିନ ପ୍ରକାଶିତ ଖବର ଅନୁସାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହୋଇଥିବା ପୀଡ଼ିତାଙ୍କ ବୟାନ ରେକର୍ଡରେ ଏହା ଥିଲା କି ନାହିଁତାହା ମଧ୍ୟ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏସବୁ ବାଦ୍ କମିଶନରେଟ୍ ପୁଲିସ ଏବେ ଏହି ଅଭିଯୋଗ ସହ ସଂପର୍କ ଥିବା ଏକ ଅଡ଼ିଓ ଟେପର ପ୍ରସାରଣକୁ ନେଇ ଓଟିଭି କର୍ମଚାରୀଙ୍କୁ ଜେରା କରୁଛି। ତେବେ ପ୍ରତି ଜେରାରେ ରହୁଥିବା ଗୋଟିଏ ସାଧାରଣ ପ୍ରଶ୍ନ ହେଉଛିଏହି ସମସ୍ତ ପ୍ରସଙ୍ଗରେ କମ୍ପାନୀର ମୁଖ୍ୟଙ୍କ ଭୂମିକା କ'ଣ? ଉଦବେଗଜନକ କଥା ହେଉଛିକର୍ମଚାରୀଙ୍କୁ ଜେରା କରିବାର ଯଥେଷ୍ଟ ପୂର୍ବରୁ ରାଜ୍ୟ ମହିଳା ଶିଶୁ ଅଧିକାର କମିଶନ ଏହି ମାମଲାକୁ ଚପାଇ ଦେବାର ଅଭିଯୋଗରେ ଓଟିଭି ଏମଡିଙ୍କୁ ଦୋଷ ଦେଇ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ସୁପାରିସ କରିବା। ତଦନ୍ତର ଏ ସମସ୍ତ ଦିଗକୁ ସାଧାରଣରେ ଛାନଭିନ କଲେ କେଉଁଠି ନା କେଉଁଠି ଏହା ଉଦ୍ଦେଶ୍ୟମୂଳକ ଓ ବିଭ୍ରାନ୍ତିକର ବୋଲି ମନେ ହେଉଛି ଏବଂ ଏନେଇ କମିଶନରେଟ୍ ପୁଲିସକୁ କେହି ଅଦୃଶ୍ୟ ଅଥଚ କ୍ଷମତାଶାଳୀ ଶକ୍ତି ଅଲିଖିତ ନିର୍ଦ୍ଦେଶ ଦେଉଥିବା ଅବଶ୍ୟ ସନ୍ଦେହ ହେଉଛି।

ସର୍ବସାଧାରଣରେ ନିନ୍ଦିତ ଓ ଦୋଷୀ ସଜାଇବାର ଏହି ଉଦ୍ଦେଶ୍ୟମୂଳକ ଅଭିଯାନରେ ଏକମାତ୍ର ମୋହରା ସାଜିଥିବା କମିଶନରେଟ୍ ପୁଲିସ ତଦନ୍ତ ଆଳରେ ଆଇନ ଅସଙ୍ଗତ କୌଣସି ପଦକ୍ଷେପ ନେଲେନିଜେ ନିଜ ଜାଲରେ ପଡ଼ିଯିବାର ଯଥେଷ୍ଟ ଆଶଙ୍କା ଥିବା କୁହାଯାଉଛି। ତେବେ ମଙ୍ଗଳବାର ଭୁବନେଶ୍ୱର ଡିସିପିଙ୍କ କହିବା ଅନୁସାରେଅଭିଯୋଗ ଆସିଥିବା ପୁଲିସ ଅଧିକାରୀଙ୍କୁ ଜେରା କରାଯାଇଛି ଏବଂ ଏହା ଧାରା ବିବରଣୀ ହୋଇ ନଥିବାରୁ ଏହାକୁ ବାହାରେ ପ୍ରକାଶ କରିବା ସେ ଠିକ୍ ବୋଲି ଭାବୁ ନାହାନ୍ତି। ସେପଟେ ଏଭଳି ଏକ ସଙ୍ଗିନ୍ ଓ ସମ୍ବେଦନଶୀଳ ମାମଲା ସହ ଜଡ଼ିତ ଅଡ଼ିଓ ବାର୍ତ୍ତାଳାପକୁ ପ୍ରସାରଣ ନ କରିବାକୁ ଡିସିପି ଗଣମାଧ୍ୟମକୁ ଅପିଲ୍ କରିଛନ୍ତି। କିନ୍ତୁ ଏଡ଼ି ଅଡ଼ିଓ ଟେପ୍ କିଏ ଓ କାହିଁକି ପ୍ରଥମେ ପ୍ରସାରଣ କରିଥିଲାସେ ନେଇ କିଛି କହିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos