'ମୋମୋ ଚ୍ୟାଲେଞ୍ଜ' ଗେମ୍‌କୁ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରିବ କମିଶନରେଟ୍ ପୁଲିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘାତକ ମୋମୋ ଚ୍ୟାଲେଞ୍ଜିଂ ଗେମ୍ ବିରୋଧରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବ କମିଶନରେଟ୍ ପୁଲିସ୍। କମିଶନରେଟ୍ ପୁଲିସ୍‌ ପକ୍ଷରୁ ଚାଲୁଥିବା ନୋ ଇୟୋର୍ ପୁଲିସ୍‌ ସ୍କିମ୍‌ରେ ସ୍କୁଲ ପିଲାମାନଙ୍କୁ ଏ ସମ୍ପର୍କରେ ସଚେତନ କରାଯିବ ବୋଲି ପୁଲିସ୍‌ କମିଶନର୍‌ ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ଚଳିତ ସପ୍ତାହରେ ୨ଟି ସ୍କୁଲର ପିଲାଙ୍କୁ ଉକ୍ତ ଅଞ୍ଚଳରେ ଥିବା ଥାନାକୁ ଡକାଯାଇ ସେମାନଙ୍କ ସହ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରାଯିବ। ସେମାନଙ୍କୁ ମୋମୋ ଚ୍ୟାଲେଞ୍ଜ […]

bbsr

Rakesh Mallick
  • Published: Monday, 03 September 2018
  • , Updated: 03 September 2018, 05:32 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘାତକ ମୋମୋ ଚ୍ୟାଲେଞ୍ଜିଂ ଗେମ୍ ବିରୋଧରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବ କମିଶନରେଟ୍ ପୁଲିସ୍। କମିଶନରେଟ୍ ପୁଲିସ୍‌ ପକ୍ଷରୁ ଚାଲୁଥିବା ନୋ ଇୟୋର୍ ପୁଲିସ୍‌ ସ୍କିମ୍‌ରେ ସ୍କୁଲ ପିଲାମାନଙ୍କୁ ଏ ସମ୍ପର୍କରେ ସଚେତନ କରାଯିବ ବୋଲି ପୁଲିସ୍‌ କମିଶନର୍‌ ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

ଚଳିତ ସପ୍ତାହରେ ୨ଟି ସ୍କୁଲର ପିଲାଙ୍କୁ ଉକ୍ତ ଅଞ୍ଚଳରେ ଥିବା ଥାନାକୁ ଡକାଯାଇ ସେମାନଙ୍କ ସହ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରାଯିବ। ସେମାନଙ୍କୁ ମୋମୋ ଚ୍ୟାଲେଞ୍ଜ ଭଳି ଖେଳ ପ୍ରତି ଆକର୍ଷିତ ନହେବାକୁ ସଚେତନ କରାଯିବା ସହ ଆଇନ୍, ଅପରାଧ ଓ ତଦନ୍ତ ଆଦି ପ୍ରସଙ୍ଗରେ ସୂଚନା ଦିଆଯିବ ବୋଲି କମିଶନର୍‌ କହିଛନ୍ତି।

ପୂର୍ବରୁ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ମୋମୋ ଚ୍ୟାଲେଞ୍ଜ ସମ୍ପର୍କରେ ଏକ ଆଡଭାଇଜରୀ ମଧ୍ୟ ଜାରି କରାଯାଇଥିଲା।

Related story