Advertisment

ଭାରତ ଭ୍ରମଣ କରୁଥିବା ଏନ୍‌ଏସ୍‌ଜି ଟିମ୍‌କୁ କମିଶନରେଟ୍‌ ପୋଲିସର ସମ୍ବର୍ଦ୍ଧନା

ଭୁବନେଶ୍ୱର: ଆତଙ୍କବାଦ ବିରୋଧରେ ଲଢେଇ ବାର୍ତ୍ତା ନେଇ ଦେଶବ୍ୟାପୀ ବାଇକ୍ ଅଭିଯାନରେ ବାହାରିଛନ୍ତି ଏନ୍ଏସ୍‌ଜିର ୩୨ ଜଣିଆ ଟିମ୍। ଏମାନଙ୍କ ମଧ୍ୟରୁ ୨୦ଜଣ ବାଇକ୍ ଆରୋହଣ କରି ଏକ୍ସପେଡିସନ୍‌ରେ ସାମିଲ ହୋଇଥିବାବେଳେ ଏମାନଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି ୧୨ଜଣ। ବିଭିନ୍ନ ରାଜ୍ୟ ଗସ୍ତ କରିବା ଅବସରରେ ଏମାନେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କୁ ଭେଟୁଛନ୍ତି। ଏହି ଅବସରରେ ଆତଙ୍କବାଦକୁ କିଭଳି ରୋକାଯିବ ସେ ନେଇ ଆଲୋଚନା କରୁଛନ୍ତି।

ଓଡ଼ିଶାରେ ବ୍ରହ୍ମପୁର ପରେ ଭୁବନେଶ୍ୱର କମିଶନରେଟ୍ ମୁଖ୍ୟାଳୟରେ ଓଡ଼ିଶା ପୋଲିସ ପକ୍ଷରୁ ଏନ୍ଏସ୍‌ଜି ଟିମ୍‌କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ପୋଲିସ ମୁଖ୍ୟାଳୟ ଏଡିଜି ସତ୍ୟଜିତ ମହାନ୍ତି, ଆଇଜି ଅପରେସନ୍ ଆର୍.ପି. କୋଚେ, ପୋଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଏନ୍‌ଏସ୍‌ଜି ଭଳି ଓଡ଼ିଶା ପୋଲିସରେ ବି ସ୍ୱତନ୍ତ୍ର ଫୋର୍ସ ଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା। ସେ କହିଛନ୍ତି- ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପ ବ୍ୟତୀତ ଏନ୍‌ଏସ୍‌ଜି ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଏନ୍ଏସ୍‌ଜି ଅଧୀନରେ ଆସୁଥିବା ନ୍ୟାସନାଲ୍ ବମ୍ବ ଡାଟା ସେଣ୍ଟର ବା ଏନ୍‌ବିଡିସି ନିଜର କାର୍ଯ୍ୟ ପାଇଁ ସମଗ୍ର ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛି। ଠିକ୍ ସେହିଭଳି ଓଡ଼ିଶାର ପୋଲିସ ଫୋର୍ସକୁ ସ୍ୱତନ୍ତ୍ର ପରିଚୟ ଦେବା ଲାଗି ଉଦ୍ୟମ ହେବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe