Advertisment

ଜନସାଧାରଣଙ୍କୁ ସରକାରୀ ଅଫିସ୍ ମନା; ଡିଜିଟାଲ ପ୍ଲାଟଫର୍ମରେ କରିବେ ଅଭିଯୋଗ

ଭଦ୍ରକ(ପାର୍ଥସାରଥୀ ନାୟକ): କରୋନା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଆଜିଠାରୁ ସାଧାରଣ ଲୋକେ ସରକାରୀ କାର୍ଯ୍ୟାଳୟକୁ ନଆସି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଅଭିଯୋଗ କରି ପାରିବେ। ଏହାସହ ପ୍ରଶାସନ ନିକଟରୁ ୭୨ ଘଣ୍ଟାରେ ଉତ୍ତର ପାଇପାରିବେ। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଇମେଲ , ଟ୍ୱିଟ୍‌ , ଫେସବୁକ ଓ ଟେଲିଫୋନ ନମ୍ବର ଜାରି କରାଯାଇଛି। କରୋନା ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। […]

ଜନସାଧାରଣଙ୍କୁ ସରକାରୀ ଅଫିସ୍ ମନା; ଡିଜିଟାଲ ପ୍ଲାଟଫର୍ମରେ କରିବେ ଅଭିଯୋଗ

bhadrak

Advertisment

ଭଦ୍ରକ(ପାର୍ଥସାରଥୀ ନାୟକ): କରୋନା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଆଜିଠାରୁ ସାଧାରଣ ଲୋକେ ସରକାରୀ କାର୍ଯ୍ୟାଳୟକୁ ନଆସି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଅଭିଯୋଗ କରି ପାରିବେ। ଏହାସହ ପ୍ରଶାସନ ନିକଟରୁ ୭୨ ଘଣ୍ଟାରେ ଉତ୍ତର ପାଇପାରିବେ। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଇମେଲ , ଟ୍ୱିଟ୍‌ , ଫେସବୁକ ଓ ଟେଲିଫୋନ ନମ୍ବର ଜାରି କରାଯାଇଛି। କରୋନା ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।

Advertisment

ଟେଲିଫୋନ ନମ୍ବର - 06784-251881। ଇମେଲ - pgcollectoratebdk@gmail.com। ଟୁଇଟର - @DM_Bhadrak। ଫେସବୁକ-www.facebook.com/CollectorBhadrak ଜରିଆରେ ଅଭିଯୋଗ କରିପାରିବେ।publive-image

ଜନସାଧାରଣ ଜିଲ୍ଲାର କୌଣସି କାର୍ଯ୍ୟାଳୟକୁ ନଆସି ଡିଜିଟାଲ ଉପାୟରେ ନିଜ ଅଭିଯୋଗ ଦାଖଲ କରିବେ। ତେବେ ଅଭିଯୋଗ ପାଇଁ କେତେକ ନିୟମ ରହିଛି। ଅଭିଯୋଗକାରୀ ଅଭିଯୋଗ ସମୟରେ ନିଜ ନାମ, ମୋବାଇଲ ନମ୍ବର , ଇମେଲ ଠିକଣା , ନିଜର ବାସସ୍ଥାନର ଠିକଣା ଓ ଅଭିଯୋଗର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବା ଆବଶ୍ୟକ।

Advertisment

ସୂଚନାଯୋଗ୍ୟ,  କରୋନା ସଂକ୍ରମିତଙ୍କ ସଂଖ୍ୟା ରୋକିବାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe