Advertisment

ପିଜି ପାଠ୍ୟକ୍ରମ ପାଇଁ ୨୦୨୦ରୁ ହେବ ଏକକ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୨୦ ଶିକ୍ଷା ବର୍ଷରୁ ପିଜି ପାଠ୍ୟକ୍ରମ ପାଇଁ ରାଜ୍ୟରେ ଏକକ ପ୍ରବେଶିକା ପରୀକ୍ଷା ହେବ। ଏହା ସହିତ ଜୁନ୍ ୧୫ ସୁଦ୍ଧା ସବୁ ବିଶ୍ୱବିଦ୍ୟାଳୟ +୩ ପରୀକ୍ଷା ଫଳ ପ୍ରକାଶ କରିବେ। ବିଶ୍ୱବିଦ୍ୟାଳୟ କୁଳପତି ସମ୍ମିଳନୀରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସମସ୍ତଙ୍କୁ ସୂଚନା ଦେଇଛନ୍ତି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, କମନ୍ ପିଜି ଆଡ୍‌ମିସନ୍‌ କରିବା ପାଇଁ ଆଜି ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି। ଜଣେ […]

author-image
Puspanjali Panda
ଅଦ୍ୟତନ ହୋଇଛି
ପିଜି ପାଠ୍ୟକ୍ରମ ପାଇଁ ୨୦୨୦ରୁ ହେବ ଏକକ ପ୍ରବେଶିକା ପରୀକ୍ଷା

arun-sahu

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୨୦ ଶିକ୍ଷା ବର୍ଷରୁ ପିଜି ପାଠ୍ୟକ୍ରମ ପାଇଁ ରାଜ୍ୟରେ ଏକକ ପ୍ରବେଶିକା ପରୀକ୍ଷା ହେବ। ଏହା ସହିତ ଜୁନ୍ ୧୫ ସୁଦ୍ଧା ସବୁ ବିଶ୍ୱବିଦ୍ୟାଳୟ +୩ ପରୀକ୍ଷା ଫଳ ପ୍ରକାଶ କରିବେ। ବିଶ୍ୱବିଦ୍ୟାଳୟ କୁଳପତି ସମ୍ମିଳନୀରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସମସ୍ତଙ୍କୁ ସୂଚନା ଦେଇଛନ୍ତି।

Advertisment

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, କମନ୍ ପିଜି ଆଡ୍‌ମିସନ୍‌ କରିବା ପାଇଁ ଆଜି ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି। ଜଣେ ପିଲା +୩ ପରୀକ୍ଷା ପରେ ପିଜିରେ ଆଡମିସନ୍ କରିବା ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଏଣ୍ଟ୍ରାନ୍ସ ଦେଉଛନ୍ତି ଏବଂ ଖର୍ଚ୍ଚାନ୍ତ ହେବା ପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ କମନ୍‌ ପିଜି ଏଣ୍ଟ୍ରାନ୍ସ ଦ୍ୱାରା ମେରିଟ୍‌ ଲିଷ୍ଟ ଯୋଗେ ଯିଏ ଯେଉଁଠି ଚାହିଁବ ସେଠାରେ ପଢ଼ିପାରିବେ।

ଏହା ସହିତ ଏହି ସମ୍ମିଳନୀରେ ପରୀକ୍ଷାଫଳ ଠିକ୍‌ ସମୟରେ ବାହାରିବ ନେଇ ଗୁରିତ୍ୱାରୋପ କରାଯାଇଛି। କେବେ ପରୀକ୍ଷା କରାଯିବ ଓ କେବେ ବ୍ୟାକ୍‌ ପେପର୍‌ ପରୀକ୍ଷା ଫଳ ପ୍ରକାଶ ପାଇବ, ଏହା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯିବ।

Advertisment

ଏପରିକି ମଡେଲ୍‌ କୋଶ୍ଟିନ୍‌ ବ୍ୟାଙ୍କ୍‌, ରିସର୍ଚ୍ଚ ଆକ୍ଟିଭିଟି, ଇ-କଣ୍ଟେଣ୍ଟ ଯେପରିକି ଡିଜିଟାଲ୍‌ ପ୍ଲାଟଫର୍ମରେ କେମିତି ଶିକ୍ଷାଦାନ ହୋଇପାରିବ, ଏହିଭଳି ଅନେକ ବିଷୟ ଉପରେ ଆଜି ମିଟିଂରେ ଆଲୋଚନା କରାଯାଇଛି।

ପ୍ରୋକ୍ଟୋରିଆଲ୍‌ କମ୍‌ ମେଣ୍ଟରିଙ୍ଗ୍‌ ସିଷ୍ଟମ୍‌ ବିଷୟରେ ଆଲୋଚନା ହୋଇଛି। ଯେଉଁଥିରେ କି ପ୍ରତ୍ୟେକ ଶିକ୍ଷକ କିଛି କିଛି ଛାତ୍ରଙ୍କର ଦାୟିତ୍ୱ ନେବେ। ଯେଉଁ ଛାତ୍ରମାନେ ପାଠପଢ଼ାରେ ଦୁର୍ବଳ ଅଛନ୍ତି, ସେମାନେ କିପରି ଉନ୍ନତି କରିବେ, ଏଥିରେ ଶିକ୍ଷକମାନେ ତାଙ୍କୁ ସାହାଯ୍ୟ କରିବେ।

ଆସନ୍ତାବର୍ଷ ୨୦-୨୧ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ପାଇଁ ଏହି ସବୁ ସୁବିଧା ଉପଲବ୍ଧ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।