Advertisment

‘ଥାନାକୁ ଗାଡ଼ି ନେଲେ ମୁଁ ଦେଖିନେବି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହୋଇଛି ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ଜୋର୍‌ଦାର୍‌ ଧରପଗଡ଼। ଡେଡ୍‌ ଲାଇନ୍‌ ସରିବା ପରେ ଗାଡ଼ିର ଡକ୍ୟୁମେଣ୍ଟ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଟ୍ରାଫିକ କଟକଣା ପରେ ଭୁବନେଶ୍ୱର ସମେତ ବିଭିନ୍ନ ସହରରେ ଲୋକଙ୍କର ଉଗ୍ରରୂପ ଦେଖିବାକୁ ମିଳିଛି। ଫାଇନ୍‌କୁ ନେଇ କିଛି ସ୍ଥାନରେ ଗାଡ଼ି ଚାଳକ ପୁଲିସ ସହିତ ଯୁକ୍ତିତର୍କ କରିଥିବା ବେଳେ ଅନ୍ୟ କିଛି ସ୍ଥାନରେ ଫାଇନ୍ ଦେବାକୁ ମନା କରିଦେଇଛନ୍ତି। ଭୁବନେଶ୍ୱର ରାଜମହଲ ଛକରେ ଜଣେ ମହିଳା […]

author-image
Puspanjali Panda
ଅଦ୍ୟତନ ହୋଇଛି
‘ଥାନାକୁ ଗାଡ଼ି ନେଲେ ମୁଁ ଦେଖିନେବି’

790

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହୋଇଛି ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ଜୋର୍‌ଦାର୍‌ ଧରପଗଡ଼। ଡେଡ୍‌ ଲାଇନ୍‌ ସରିବା ପରେ ଗାଡ଼ିର ଡକ୍ୟୁମେଣ୍ଟ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଟ୍ରାଫିକ କଟକଣା ପରେ ଭୁବନେଶ୍ୱର ସମେତ ବିଭିନ୍ନ ସହରରେ ଲୋକଙ୍କର ଉଗ୍ରରୂପ ଦେଖିବାକୁ ମିଳିଛି। ଫାଇନ୍‌କୁ ନେଇ କିଛି ସ୍ଥାନରେ ଗାଡ଼ି ଚାଳକ ପୁଲିସ ସହିତ ଯୁକ୍ତିତର୍କ କରିଥିବା ବେଳେ ଅନ୍ୟ କିଛି ସ୍ଥାନରେ ଫାଇନ୍ ଦେବାକୁ ମନା କରିଦେଇଛନ୍ତି।

Advertisment

ଭୁବନେଶ୍ୱର ରାଜମହଲ ଛକରେ ଜଣେ ମହିଳା ରଙ୍ଗ ରୁଟ୍‌ରେ ଆସୁଥିବା ବେଳେ ତାଙ୍କୁ ପୁଲିସ ଧରିଥିଲା। ତେବେ ମହିଳା ଜଣକ ଫାଇନ୍‌ ଦେବା ପରିବର୍ତ୍ତେ ଓଲଟା ପୁଲିସ ସହିତ ପାଟିକରି ପୁଲିସ ନାମରେ ମାମଲା ଦେବେ ବୋଲି କହିଛନ୍ତି।

ମହିଳା ଜଣକ କହିଛନ୍ତି, ମୋ ଗାଡ଼ି ମୁଁ ଦେବିନି। ହଣ୍ଡ୍ରରେଡ୍‌ ପରସେଣ୍ଟ। ଥାନାକୁ ଚାଲନ୍ତୁ। ଏଠି ରାତି ପାହିଯିବ ପଛେ ଗାଡ଼ି ମୁଁ ଦେବିନି। ମୁଁ ବାଙ୍ଗଲୋରରେ ଥିଲି। ଏପଟକୁ ନୂଆ ଆସିଛି। ରାଜମହଲର ଏପଟେ ସେପଟେ ବ୍ୟାରିକେଡ ହୋଇଥିବାରୁ ଦେଖାଯାଉନି। ମୋର ସିଧା ଯିବାର ଥିଲା, ଜାଣି ପାରିଲିନି ଭୁଲବସତଃ ଏପଟେ ଚାଲି ଆସିଛି।

Advertisment

ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି, କୋଉ ହିସାବରେ ଆପଣ ମୋର ସିଜ୍‌ କରିବେ। ପେନାଲ୍‌ଟି ନେବେ ମୋତେ ଛାଡ଼ିବେ। ମୁଁ ହେଲ୍‌ମେଟ୍‌ ପିନ୍ଧିଛି। ଥାନାକୁ ଗାଡ଼ି ଯିବନି। ଓଭିଓସ୍‌ଲି ଦିସ୍‌ ଇଜ୍‌ ନଟ୍‌ ଗୁଡ୍‌। ଦିସ୍‌ ଇଜ୍‌ ନଟ୍‌ ପରଫେକ୍ଟ ଆକ୍ସନ୍‌ ଫର୍ମ ଦ ପୋଲିସ୍‌। ଦାଟ୍‌ ଇଜ୍‌ ଏନଫ୍‌। ଆପଣଙ୍କ ପୁଲିସ ବର୍ଦ୍ଦି ବି ମୁଁ ଦେଖିନେବି। ନୋ ଏଣ୍ଟ୍ରି ପାଇଁ ଚାଲାଣ କାଟୁଛନ୍ତି, ହେଲେ ନୋ ଏଣ୍ଚ୍ରିର ବୋର୍ଡ କାହିଁକି ନାହିଁ। ଆଇଜି, କମିସନର୍‌ଙ୍କୁ ଡ଼ାକ, ତାଙ୍କ ସହିତ କଥା ମୁଁ କଥା ହେବି।

ସେହିପରି ବାଲେଶ୍ୱରର ଜଣେ ମହିଳା କହିଛନ୍ତି, ‘ମୁଁ ରୁଲ୍‌ ଭାଙ୍ଗିଛି, ଫାଇନ୍ ଦେବି।’ ମୋତେ କାହିଁକି ଏତେ ପ୍ରଶ୍ନ କରାଯାଉଛି ବୋଲି ମହିଳା ଜଣକ ମିଡିଆକୁ ପ୍ରଶ୍ନ କରିଛନ୍ତି।

ରାଉରକେଲା ଜଣେ ମହିଳା ସିଟ୍‌ ବେଲ୍ଟ ପିନ୍ଧି ନଥିବାକୁ ନେଇ କହିଛନ୍ତି, ମୋତେ ଜଣାନଥିଲା ବେଲ୍ଟ ଲଗାଇ ଚଲାଇବାକୁ ପଡ଼ିବ। ରାଉରକେଲାର ରାସ୍ତା ଭଲ ନାହିଁ। ସେଥିରେ ବେଲ୍ଟ ପିନ୍ଧିଲେ କ’ଣ ଜୀବନ ବଞ୍ଚିଯିବ ? ତେଣୁ ସରକାର ପ୍ରଥମେ ରୋଡ୍‌ ଠିକ୍‌ କରନ୍ତୁ, ଏହାପରେ ଫାଇନ୍‌ ନେବେ।

ହେଲ୍‌ମେଟ୍‌ ପିନ୍ଧିବାକୁ ନେଇ କଟକରେ ଜଣେ ବ୍ୟକ୍ତି କହିଛନ୍ତି, ହାତେ ଦିହାତ ଆଗକୁ ଯିବି ସବୁବେଳେ କଣ ହେଲ୍‌ମେଟ୍‌ ପିନ୍ଧିବି। ଆମେ ଫାଇନ୍‌ ଦେବୁନି। ଦେଖିବି ଯଦି ଆଗରେ ପୁଲିସ ଥିବ ବୁଲିକି ପଳେଇବି।