Advertisment

ସଡ଼କ ଦୁର୍ଘଟଣା ପାଇଁ କ୍ଷତିପୂରଣ: ବର୍ଷକ ପର୍ଯ୍ୟନ୍ତ ଆବେଦନ କରିପାରିବେ କ୍ଷତିଗ୍ରସ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋଟରଯାନରେ ସଡ଼କ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହେଉଥିବା ପରିବାର ଏଣିକି କ୍ଷତିପୂରଣ ପାଇବା ପାଇଁ ଏକବର୍ଷ ପର୍ଯ୍ୟନ୍ତ ଆବେଦନ କରିପାରିବେ। ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ପରିବାର କ୍ଷତିପୂରଣ ପାଇବା ନିମନ୍ତେ ଦୁର୍ଘଟଣାର ସର୍ବାଧିକ ଏକ ବର୍ଷ ପର୍ଯ୍ୟନ୍ତ ଆବେଦନ କରିପାରିବେ। ରାଜ୍ୟ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ଆଜି ଏହି ଅବଧିକୁ ୬ମାସ ପରିବର୍ତ୍ତେ ଏକବର୍ଷକୁ ବୃଦ୍ଧି କରାଯାଇଥିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସଡ଼କ ଦୁର୍ଘଟଣାରେ ମୃତ ଓ ଗୁରୁତର […]

author-image
Ordigital Desk
ଅଦ୍ୟତନ ହୋଇଛି
ବଣ୍ଡା ଘାଟିରେ ଓଲଟିଲା କମାଣ୍ଡର, ପ୍ରସୂତିଙ୍କ ଗୋଡ଼ କଟିଲା

accident

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋଟରଯାନରେ ସଡ଼କ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହେଉଥିବା ପରିବାର ଏଣିକି କ୍ଷତିପୂରଣ ପାଇବା ପାଇଁ ଏକବର୍ଷ ପର୍ଯ୍ୟନ୍ତ ଆବେଦନ କରିପାରିବେ। ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ପରିବାର କ୍ଷତିପୂରଣ ପାଇବା ନିମନ୍ତେ ଦୁର୍ଘଟଣାର ସର୍ବାଧିକ ଏକ ବର୍ଷ ପର୍ଯ୍ୟନ୍ତ ଆବେଦନ କରିପାରିବେ। ରାଜ୍ୟ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ଆଜି ଏହି ଅବଧିକୁ ୬ମାସ ପରିବର୍ତ୍ତେ ଏକବର୍ଷକୁ ବୃଦ୍ଧି କରାଯାଇଥିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସଡ଼କ ଦୁର୍ଘଟଣାରେ ମୃତ ଓ ଗୁରୁତର ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ୨୦୧୮ ମେ’ ୧୪ତାରିଖରୁ ସୋଲାଟିୟମ ଫଣ୍ଡ ସ୍କିମ କାର୍ଯ୍ୟକାରୀ କରୁଛନ୍ତି।

Advertisment

ଆଜି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏହି ଫଣ୍ଡରୁ କ୍ଷତିପୂରଣ ପାଇବା ନିମନ୍ତେ ଆବେଦନକାରୀଙ୍କ ସଂଖ୍ୟା କମ୍ ରହୁଛି ଓ ଦୁର୍ଘଟଣାର ଶିକାର ହେଉଥିବା ଲୋକଙ୍କ ତୁଳନାରେ ଏହି ପାଣ୍ଠିରୁ କମ୍ ଲୋକ କ୍ଷତିପୂରଣ ନେଉଛନ୍ତି। ଏହାର ମୁଖ୍ୟ କାରଣ ହେଲା ଦୁର୍ଘଟଣାର ଶିକାର ହୋଇଥିବା ମୃତ ବ୍ୟକ୍ତିଙ୍କ ଉତ୍ତରାଧିକାରୀ ଧାର୍ଯ୍ୟ ୬ମାସ ମଧ୍ୟରେ ଆବେଦନ କରିବାରେ ସକ୍ଷମ ହେଉନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିୟମରେ ସଂଶୋଧନ କରିବା ସହ ଆବେଦନର ଅବଧି ସର୍ବାଧିକ ୬ମାସ ପରିବର୍ତ୍ତେ ଏକବର୍ଷକୁ ବୃଦ୍ଧି କରିଛନ୍ତି। ଯାହାଫଳରେ ସଡ଼କ ଦୁର୍ଘଟଣାର ଶିକାର ହେଉଥିବା ଲୋକଙ୍କ ପରିବାର ଏହି କ୍ଷତିପୂରଣର ଲାଭ ଉଠାଇ ପାରିବେ।

ସୂଚନାଯୋଗ୍ୟ, ପ୍ରଚଳିତ ନିୟମ ଅନୁସାରେ, ମୋଟରଯାନ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଉତ୍ତରାଧିକାରୀଙ୍କୁ ୨ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କୁ ୫୦ହଜାର ଟଙ୍କା କ୍ଷତିପୂରଣ ଏହି ପାଣ୍ଠିରୁ ପ୍ରଦାନ କରାଯାଉଛି। ତେବେ ଏହି କ୍ଷତିପୂରଣ ପାଇବା ନିମନ୍ତେ ମୃତ ବ୍ୟକ୍ତିଙ୍କ ଉତ୍ତରାଧିକାରୀଙ୍କୁ ପ୍ରଥମେ ଦୁର୍ଘଟଣା ହୋଇଥିବା ଆରଟିଓ ନିକଟରେ ସମସ୍ତ ଦସ୍ତାବିଜ ସହ ଏଥିପାଇଁ ଆବେଦନ କରିବାକୁ ପଡ଼ିବ। ଥାନାରେ ଦୁର୍ଘଟଣାର ମାମଲାର କପି ଓ ଉତ୍ତରାଧିକାରୀର ପ୍ରମାଣପତ୍ର ସହ ଆରଟିଓଙ୍କ ନିକଟରେ ଆବେଦନ କରିବାକୁ ପଡ଼ିବ। ତା’ପରେ ସମ୍ପୃକ୍ତ ଆରଟିଓ ମାସକ ମଧ୍ୟରେ ଏହାକୁ ପରିବହନ କମିଶନରଙ୍କ ନିକଟକୁ ପଠାଇବେ ଓ ସେଠାରେ ୧୫ଦିନ ମଧ୍ୟରେ ଏହି ଆବେଦନ ଉପରେ ନିଷ୍ପତ୍ତି ନିଆଯାଇ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବାର ପ୍ରାବଧାନ ରହିଛି।

Advertisment

ତେବେ ଥାନାରେ ମାମଲା ରୁଜୁ ଓ ଲିଗାଲ ହେୟାରକୁ ନେଇ ରହୁଥିବା ସମସ୍ୟା ଯୋଗୁ ମୋଟରଯାନରେ ସଡ଼କ ଦୁର୍ଘଟଣାର କ୍ଷତିଗ୍ରସ୍ତ ପରିବାର ଏହି ଆବେଦନ କରିବାରେ ସକ୍ଷମ ହୋଇପାରି ନଥାଏ।

Accident Roadaccident